କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ମଣ୍ଡି ପାଇଁ ଜାଗା ସମସ୍ୟା ଥିବାରୁ ଝରିଆଗୁଡା ଗ୍ରାମର ଚାଷୀ ଜୟଲାଲ ନାଏକ ନିଜର ୧ ଏକର ୮ ଡେସିମିଲ ଜମି ମଣ୍ଡି ପାଇଁ ଦାନ କରିଥିଲେ। ଏହି ମଣ୍ଡିରେ ପଞ୍ଚାୟତର ଝରିଆଗୁଡା, ଡଙ୍ଗରିଗୁଡା, କାଦୋପଦର, ପାଣିଗାଁ, ନାହାଲପଡା, କଛାରପଦର ଗ୍ରାମର ୬୧୦ ଜଣ ଚାଷୀ ଚଳିତ ଖରିଫ ଧାନ ବିକ୍ରି ପାଇଁ ପ୍ୟାକ୍ସରେ ପଞ୍ଜିକରଣ କରିଛନ୍ତି। ଉଦ୍‌ଘାଟନ ଅବସରରେ ଉପ ଜିଲାପାଳ ଧର୍ମଗଡ ଧିମାନ ଚକମାଙ୍କ କରକମଳରେ ପୂଜାର୍ଚ୍ଚନା ପରେ ଦୁଇଜଣ ଚାଷୀ ଗଜିନ୍ଦ୍ର ଗହୀରଙ୍କ ୨୮ କୁଇଣ୍ଟାଲ ଓ ବିରାଟ ପଟ୍ଟନାୟକଙ୍କ ୩୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏହି ଅବସରରେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଉପଖଣ୍ଡ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝୀ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଜୟଲାଲ ନାଏକ, ରାଜ କିଶୋର ସାହୁ, ସମିତି ସଭ୍ୟ ମୁକ୍ତେଶର ନାଏକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କୋକସରା ପ୍ୟାକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା,...

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ...

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ...

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri