ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ନିମ୍ନମାନର

କେନ୍ଦୁଝର,୧୬ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ମୁଖ୍ୟାଳୟରେ ସରକାରଙ୍କ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ନେଇ ବ୍ଲକ୍‌ବାସୀ ସ୍ବାଗତ କରିଥିଲେ ହେଁ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବଢୁଛି। ଏହାକୁ ନେଇ ଝୁମ୍ପୁରା ସରପଞ୍ଚ ବାରମ୍ବାର ସ୍ଥାନୀୟ ତହସିଲକୁ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏ ନେଇ କାମ ବନ୍ଦ କରି ମାନ ଯାଞ୍ଚ କରା ନ ଗଲେ ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସରପଞ୍ଚ ରେବତୀ ବିରୁଆ କହିଛନ୍ତି।
ଯେ, ଉକ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ କିଛି ବର୍ଷ ତଳେ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ସ୍ଥାନୀୟ ଲୋକେ ସାମିଲ ହୋଇ ସବୁ ସହଯୋଗ ଯୋଗାଇଦେଇଥିଲେ। ତେବେ ଉପଯୁକ୍ତ ତଦାରଖ ଅଭାବରୁ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ମୁଖ୍ୟତଃ ସୂଚନା ଫଳକ ନ ଥିବାରୁ କାମର ମୂଲ୍ୟ, ସମୟ ଅବଧି ତଥା ଅନ୍ୟାନ୍ୟ ସୂଚନା ଲୋକମାନେ ଜାଣିପାରୁନାହାନ୍ତି। ସେହିପରି ମାଟି/ମୋରମ ବଦଳରେ କଳାଗୁଣ୍ଡ ଯୁକ୍ତ ବର୍ଜ୍ୟ ବ୍ୟବହାର କରାଯାଉଛି। କଂକ୍ରିଟ କାମରେ ସିମେଣ୍ଟ, ବାଲି, ଚିପ୍ସ ଭାଗମାପ ଠିକ୍‌ ରହୁନାହିଁ। ରାସ୍ତାକଡ଼, ସରକାରୀ ସ୍ଥାନରୁ ଠିକା ସଂସ୍ଥା ମାଟି ଆଣି କାମରେ ବ୍ୟବହାର କରୁଛି। କାମରେ ବିଳମ୍ବ ହେଉଥିବାରୁ ଲୋକମାନଙ୍କ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହେଉଥିବା ସରପଞ୍ଚଙ୍କ ସମେତ ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିପରି ପ୍ରବଳ ଖରାରେ କାମ ହେଉଥିଲେ ହେଁ ପାଣି ସିଞ୍ଚନ ହେଉ ନ ଥିବାରୁ କଂକ୍ରିଟ୍‌ ଫାଟିଲାଣି। ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ କାମରେ ଲଗାଯାଇଥିବା ଏବଂ ଶ୍ରମ ଆଇନ ମୁତାବକ ସେମାନଙ୍କୁ ସର୍ବନିମ୍ନ ମଜୁରି, ସୁବିଧା, ସୁରକ୍ଷା ଆଦି ଦିଆଯାଉ ନାହିଁ। ଶ୍ରମ ବିଭାଗ ପକ୍ଷରୁ ଯାଞ୍ଚ ସହ ବ୍ଲକ୍‌, ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କ ସମେତ ସ୍ଥାନୀୟ ବାସିନ୍ଦା ସୁକରମଣୀ ମୁଣ୍ଡା, ଲଳିତା ନାଏକ, ସାହଦେବ ସଏ, ଜେମା ମୁଣ୍ଡା, ଅଞ୍ଜଳୀ କୁମାରୀ, ରାସ ନାଏକ ପ୍ରମୁଖ ଲିଖିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇବା ସହ କପି ଜିଲାପାଳ, ଉପଜିଲାପାଳ, ୫-ଟି ସଚିବ, ପୋଲିସ ହାଉସିଂ ବୋର୍ଡ କର୍ପୋରେଶନଙ୍କୁ ପ୍ରଦାନ କରିଥିବା କହିଛନ୍ତି। ଝୁମ୍ପୁରା ଭାରପ୍ରାପ୍ତ ତହସିଲଦାର ତଥା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଅଭିଯୋଗ ମିଳିଛି। ଘଟଣାସ୍ଥଳକୁ ଯାଇ ଯାଞ୍ଚ ପରେ ଠିକା ସଂସ୍ଥାକୁ ଠିକ୍‌ ଭାବେ କାମ କରିବାକୁ କୁହାଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?