କାମରେ ଲାଗୁନି ୨ ଥାନାର ନୂତନ କୋଠା

ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ ନୂତନ କୋଠାକୁ ଥାନା ସ୍ଥାନାନ୍ତର କରାଯାଉନାହିଁ। ବାଘମାରୀ ଥାନାର ସମାନ ଦୃଶ୍ୟ। ଏହି ଥାନା ନିକଟରେ ନୂତନ ଥାନା କୋଠା ନିର୍ମାଣ ସରିଛି। ତେବେ ଏହାକୁ ମଧ୍ୟ ସ୍ଥାନାନ୍ତର କରାଯାଇନାହିଁ। ସେପଟେ ସ୍ଥାନାଭାବ ଯୋଗୁ ଥାନାରେ କୌଣସି କାର୍ଯ୍ୟ ହୋଇପାରୁନଥିବା ବେଳେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଦର୍ଶ ଥାନାର ସମସ୍ୟା ନ କହିଲେ ଭଲ। ଏଠି ଅଭିଯୋଗକାରୀ ବସିବା ପାଇଁ ଆବଶ୍ୟକ ଚେୟାର ଟେବୁଲ ନାହିଁ। ଥାନାକୁ ଆସୁଥିବା ଲୋକେ ଗଛମୂଳେ ବସୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବାଘମାରୀ ଥାନାର କୋଠା ଭୂତକୋଠି ପାଲଟିଛି। କୋଠାର କାନ୍ଥ ଫାଟିଲାଣି। କୋଠା ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ଖୋର୍ଦ୍ଧା ଆଦର୍ଶ ଥାନା କୋଠା ନିର୍ମାଣ ପାଇଁ ବିଜେବି ହାଇସ୍କୁଲର ଛାତ୍ରାବାସ କୋଠାକୁ ସ୍ଥାନାନ୍ତର ହୋଇଥିଲା। ଇତିମଧ୍ୟରେ ୫ବର୍ଷ ବିତିଗଲାଣି। କୋଠା ନିର୍ମାଣ ସରିଥିବା ସତ୍ତ୍ୱେ କାହିଁକି ଖୋର୍ଦ୍ଧା ପୋଲିସ ଛାତ୍ରାବାସ ଛାଡୁନି ବୋଲି କହି ବିଜେବି ହାଇସ୍କୁଲ ଆଲୁମିନି କମିଟି ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ ବିଦ୍ୟାଳୟ ସମ୍ପତ୍ତିକୁ ଖୋର୍ଦ୍ଧା ପୋଲିସ ମାଡିବସିଥିବା ସାଧାରଣରେ ଆଲୋଚନା ହେଉଛି। ଗୁରୁତ୍ୱପୂର୍ଣ୍ଣ ଟାଉନ ଥାନା ଅଧୀନରେ ଖୋର୍ଦ୍ଧା ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଥିବାବେଳେ ଉଭୟ ପାର୍ଶ୍ୱରେ ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ରହିଛି। ପ୍ରାୟ ଅଧିକାଂଶ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାର ନବକଳେବର ପାଇଁ ପୋଲିସ ପ୍ରଶାସନ କାହିଁକି ଗୁରୁତ୍ୱ ଦେଉନାହିଁ ବୋଲି ସାଧାରଣିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜନଜାଗରଣ ପରିବାର ଆବାହକ ରଣଜିତ ମହାପାତ୍ର କହିଛନ୍ତି, ସରକାର ଟାଉନ ଥାନାକୁ ଆଦର୍ଶ ଥାନା ଘୋଷଣା କରିଛନ୍ତି। ତେବେ ଗତ କିଛିବର୍ଷ ହେବ ଏହା ଛାତ୍ରାବାସରେ ଚାଲୁଛି। ଏକ ଶିକ୍ଷାନୁଷ୍ଠାନ ଜାଗାରେ ଥାନା ଚାଲୁଥିବାବେଳେ ନବନିର୍ମିତ କୋଠାକୁ ବାରମ୍ବାର ଦାବି ସତ୍ତ୍ୱେ ସ୍ଥାନାନ୍ତର କରାଯାଉନାହିଁ। ସେପଟେ ସ୍ଥାନାଭାବ ଯୋଗୁ ଲୋକେ ଘଣ୍ଟା ଘଣ୍ଟା ଧରି ଥାନାରେ ଠିଆହୋଇ ରହୁଛନ୍ତି। ଏଥିରୁ ବରିଷ୍ଠ ନାଗରିକ ମଧ୍ୟ ବାଦ ପଡୁନାହାନ୍ତି। ଥାନାରେ ବସିବା ପାଇଁ ଜାଗା ନ ଥିବାବେଳେ ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା ନାହିଁ। ନୂତନ କୋଠା ନିର୍ମାଣକୁ ବର୍ଷେ ବିତିଲାଣି। ତଥାପି ଏହାକୁ କାହିଁକି କାର୍ଯ୍ୟକ୍ଷମ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ସେ ଜିଲାପାଳ ଏବଂ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି। ଖୁବଶୀଘ୍ର ଏହି ଦୁଇ ଥାନା ସ୍ଥାନାନ୍ତର କରାଯିବ ବୋଲି ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri