Posted inଜାତୀୟ

‘ପାପ କରୁଥିବା ଲୋକଙ୍କୁ କେବେବି ଭୁଲନ୍ତୁ ନାହିଁ…’କଂଗ୍ରେସ ଉପରେ ବର୍ଷିଲେ ମୋଦି

ନଓ୍ବାଦା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନୱାଦାସ୍ଥିତ କୁନ୍ତିନଗର ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଇଣ୍ଡି ସହଯୋଗୀ ଦଳ ଏବଂ କଂଗ୍ରେସ, ଆରଜେଡିଙ୍କୁ ପ୍ରଧାନମନ୍ତ୍ରୀ କଡ଼ା ଟାର୍ଗେଟ କରିଛନ୍ତି।

ତିନ ତଲାକ, ଧାରା ୨୭୦ ରଦ୍ଦ, ଦୁର୍ନୀତି, ଜଙ୍ଗଲ ରାଜ, ରାମ ମନ୍ଦିର ନିର୍ମାଣ ଭଳି ଅନେକ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ। ସୂଚନାଯୋଗ୍ୟ ସେ ପାକିସ୍ତାନ ଏବଂ କଶ୍ମୀର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ କଂଗ୍ରେସର ବଡ ନେତାମାନେ ଅନ୍ୟ ରାଜ୍ୟକୁ ଯାଇ ଏଠାରେ ଜମ୍ମୁ କଶ୍ମୀରର ବ୍ୟବହାର କ’ଣ ବୋଲି କହିଛନ୍ତି। ଆପଣ ମୋତେ କୁହନ୍ତୁ ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ କି। ମୋଦି କହିଛନ୍ତି ଯେ ଆମେ ଏହି ଉପାୟରେ କାମ କରିଥିଲୁ, ଯେଉଁମାନେ ପୂର୍ବରୁ ଆଖି ଦେଖାଉଥିଲେ ସେମାନେ ଏବେ ଅଟା ପାଇଁ ଘୁରି ବୁଲୁଛନ୍ତି।
ଏଥି ସହ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ବିଷୟରେ ଉଲ୍ଲେଖ କରୁଥିବାବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ କଂଗ୍ରେସ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲା। ସେ କହିଛନ୍ତି, ନିକଟରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେର ରାମ ଲାଲାଙ୍କ ପ୍ରଶଣ ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ ଅନେକ ବିରୋଧୀ ଦଳ ଅଂଶଗ୍ରହଣ କରିନଥିଲେ।
ଏହିପରି ନେତାମାନଙ୍କୁ ଟାର୍ଗେଟ କରି ନରେନ୍ଦ୍ର ମୋଦି କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲାଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ ହେବ ବୋଲି ମୋଦି ନିଶ୍ଚିତ କରିଛନ୍ତି, ଆଜି ରାମ ମନ୍ଦିରର ଶିଖର ଆକାଶକୁ ଛୁଇଁଛି। ପାଞ୍ଚଶହ ବର୍ଷ ମଧ୍ୟରେ ଯାହା କରାଯାଇପାରିବ ନାହିଁ, କଂଗ୍ରେସ ଏବଂ ଆରଜେଡି ବର୍ଷ ବର୍ଷ ଧରି ବନ୍ଦ କରିବାକୁ ଚେଷ୍ଟା କରୁଥିବା ରାମ ମନ୍ଦିର ସମ୍ପୂର୍ଣ୍ଣ ହୋଇଛି। ଦେଶବାସୀଙ୍କ ଟଙ୍କା ନେଇ ଏହି ମନ୍ଦିର ନିର୍ମାଣ କରାଯାଇଛି, ଏହାକୁ ଦେଶବାସୀ ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିର୍‌ ଷ୍ଟାର୍ମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) କିର୍‌ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri