Posted inଜାତୀୟ

‘କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନ ଥିଲା’

ନୂଆଦିଲ୍ଲୀ,୮।୮: ଆସନ୍ତା ୧୦ ତାରିଖରେ କାର୍ଯ୍ୟକାଳ ଶେଷ ହେଉଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁଙ୍କୁ ସୋମବାର ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଭେଙ୍କାୟାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ବିଦାୟୀ ରାଜ୍ୟ ସଭା ଅଧ୍ୟକ୍ଷ କିପରି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ଏବଂ ନିଜସ୍ବ ଭାଷାରେ କହିବା ପାଇଁ ଅନୁମତି ଦେଉଥିଲେ ତାହା ସଦସ୍ୟମାନେ ମନେ ପକାଇଥିଲେ। ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନାଇଡୁଙ୍କ କାର୍ଯ୍ୟର ପ୍ରଶଂସା କରିଥିବାବେଳେ କେତେଜଣ ବିରୋଧୀ ସଦସ୍ୟ ତାଙ୍କୁ ଆତ୍ମଜୀବନୀ ଲେଖିବାକୁ ପରାମର୍ଶ ଦେଇଥିଲେ। ଭେଙ୍କାୟାଙ୍କ ସମୟରେ ଉଚ୍ଚ ସଦନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥିଲା ଏବଂ ସେ ଆଲୋଚନାରେ ଭାଗ ନେବା ଲାଗି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ତାଙ୍କ ଉତ୍ତରାଧିକାରୀ ଏଭଳି ଧାରା ବଜାୟ ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ଭେଙ୍କାୟା କହିଥିଲେ, ତାଙ୍କର କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନ ଥିଲା। ସେଥିପାଇଁ ସେ ଅସନ୍ତୁଷ୍ଟ ହେବେ ନାହିଁ। ଜନସାଧାରଣଙ୍କ ସହ ସମ୍ପର୍କ ଜାରି ରଖିବେ ବୋଲି ବିଦାୟୀ ଉପରାଷ୍ଟ୍ରପତି ଭେଙ୍କାୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୩।୩: ଦେଶରେ କରୋନା ଭାଇରସର ଆତଙ୍କ ଚାଲିଥିବା ବେଳେ ମୋଦିଙ୍କ କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଶୁକ୍ରବାର ହୋଇଥିବା କ୍ୟାବିନେଟ...

ଚାଇନାକୁ ପୁଣି ବଡ଼ ଝଟ୍‌କା ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ, ୨୨।୮: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିବାରେ ଲାଗିଛି। ଏବେ ଭାରତୀୟ ରେଲଓ୍ବେ ପୁଣି ଏକ ବଡ଼ ଝଟ୍‌କା ଚାଇନାକୁ ଦେଇଛି। ଭାରତୀୟ...

ଗଗନଯାନ ମାନବ ରହିତ ମିଶନରେ ହେବ ବିଳମ୍ବ: ଇସ୍ରୋ

ବେଙ୍ଗାଲୁର, ୧୧।୬: ଇସ୍ରୋର ଗଗନଯାନ ଦ୍ୱାରା ହେବାକୁ ଥିବା ପ୍ରଥମ ମାନବ ରହିତ ମିଶନରେ ବିଳମ୍ବ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଏଭଳି ହେବ...

ଛଟ୍‌ ପୂଜା ସମୟରେ ଅଘଟଣ: ମନ୍ଦିର ପ୍ରାଚୀର ଭୁଷୁଡି ୨ ମୃତ

ପାଟନା,୩।୧୧: ବିହାର ସମସ୍ତିପୁରର ହସନପୁରରେ ରବିବାର ଘଟିଛି ଏକ ଅଘଟଣ। ଏଠାରେ ଥିବା ଏକ ମନ୍ଦିରର ପ୍ରାଚୀର ଭୁଷୁଡି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ...

ଟିଏମସିର ଆନ୍ତରିକ କହଳ: ଘୋଷଣା ହେଲା ନୂଆ ୱାର୍କିଂ କମିଟି

କୋଲକାତା,୧୩ ।୨: ତୃଣ ମୂଳ କଂଗ୍ରେସ(ଟିଏମସି)ରେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ଶନିବାର ସନ୍ଧ୍ୟାରେ ଦଳର...

ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା...

ମହିଳା ଯାତ୍ରୀଙ୍କ ବିସ୍ଫୋରଣ ଧମକ: ବିମାନର ଜରୁରୀ ଅବତରଣ

କୋଲକାତା,୧୩ା୧: ବିସ୍ଫୋରଣରେ ବିମାନ ଉଡ଼ାଇଦେବେ ବୋଲି ଜଣେ ମହିଳା ଯାତ୍ରୀ ଧମକ ଦେବା ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାରଏସିଆର ଏକ ବିମାନକୁ ଫେରାଇ ଅଣାଯାଇ...

ଜ୍ୟାକେଟ୍‌ ନୁହେଁ ରେନ୍‌କୋର୍ଟ ପିନ୍ଧିଥିଲେ ରାହୁଲ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ...

Advertisement
Archives

Model This Week