ନେପାଳରେ ଆର୍ଥିକ ସଙ୍କଟ

କାଠମାଣ୍ଡୁ,୧୧।୪ (ପି.ଟି.): ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭାରତର ଅନ୍ୟତମ ପଡ଼ୋଶୀ ନେପାଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ସେଠାରେ ନଗଦ ମୁଦ୍ରା ସଙ୍କଟ ଏବଂ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇବା ପରେ ବିଦେଶରୁ ଯାନ ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିଛି। ତେବେ ଶ୍ରୀଲଙ୍କା ଭଳି ଆର୍ଥିକ ସଙ୍କଟ ଏଠାରେ ସୃଷ୍ଟି ହୋଇ ନ ଥିବା ନେପାଳ ସରକାର ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି।
ଗତ ସପ୍ତାହରେ ଦେଶର ବ୍ୟବସାୟିକ ବ୍ୟାଙ୍କଗୁଡ଼ିକର ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପରେ ନେପାଳ ରାଷ୍ଟ୍ର ବ୍ୟାଙ୍କ (ଏନ୍‌ଆର୍‌ବି) ଲକ୍‌ଜୁରୀ ସାମଗ୍ରୀ ଆମଦାନୀ ବନ୍ଦ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲା। ମୁଖ୍ୟତଃ ଆମଦାନୀ ବଢ଼ୁଥିବାରୁ ଦେଶରେ ଆର୍ଥିକ ସଙ୍କଟର ଆଭାସ ମିଳିଲାଣି। ତେଣୁ ଅତି ଜରୁରୀ ନ ଥିବା ସାମଗ୍ରୀ ଆମଦାନୀ ବନ୍ଦ କରିବା ନିମନ୍ତେ ଆଲୋଚନା ହୋଇଥିବା ଏନ୍‌ଆର୍‌ବି ମୁଖପାତ୍ର ଗୁନାଖର ଭଟ୍ଟ କହିଛନ୍ତି। ୨୦୨୧ ଜୁଲାଇରୁ ନେପାଳର ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇଆସୁଛି। ଆମଦାନୀ ବୃଦ୍ଧି, ବାହାର ଦେଶରୁ ଅର୍ଥ ଆଗମନ କମିବା ସହ ପର୍ଯ୍ୟଟନ ଓ ରପ୍ତାନି କ୍ଷେତ୍ରରୁ ଆୟ ଯଥେଷ୍ଟ ହ୍ରାସ ପାଇଥିବାରୁ ଫରେକ୍ସ ରିଜର୍ଭ କମିଛି। ୨୦୨୨ ଫେବୃୟାରୀ ସୁଦ୍ଧା ନେପାଳର ମୋଟ ଫରେକ୍ସ ରିଜର୍ଭ ୧୭ ପ୍ରତିଶତ ହ୍ରାସ ପାଇ ୯.୭୫ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ୨୦୨୧ ଜୁଲାଇ ମଧ୍ୟଭାଗରେ ବିଦେଶୀ ବିନିମୟ ଭଣ୍ଡାର ପରିମାଣ ୧୧.୭୫ ବିଲିୟନ ଡଲାର ଥିଲା ବୋଲି କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। ଯେତିକି ଫରେକ୍ସ ରିଜର୍ଭ ରହିଛି, ୭ ମାସ ପର୍ଯ୍ୟନ୍ତ ଦ୍ରବ୍ୟ ଓ ସେବା ଆମଦାନୀ ପାଇଁ ତାହା ଯଥେଷ୍ଟ ନୁହେଁ। ତେବେ ନେପାଳ ଶ୍ରୀଲଙ୍କା ଦିଗରେ ଯାଉ ନାହିଁ ବୋଲି ଏହାର ଅର୍ଥମନ୍ତ୍ରୀ ଜନାର୍ଦ୍ଦନ ଶର୍ମା କହିଛନ୍ତି। ଶ୍ରୀଲଙ୍କା ଭଳି ନେପାଳ ଅର୍ଥନୀତି ଭୁଶୁଡ଼ି ପଡ଼ିବ ବୋଲି ହେଉଥିବା ପ୍ରଚାରକୁ ଗୁଜବ ବୋଲି ଶୁକ୍ରବାର ଏନ୍‌ଆର୍‌ବି ଦ୍ୱାରା ଆୟୋଜିତ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶର୍ମା କହିଥିଲେ। ଉତ୍ପାଦନ ଓ ରାଜସ୍ବ ବ୍ୟବସ୍ଥାକୁ ଦେଖିଲେ କାଠମାଣ୍ଡୁର ଅର୍ଥନୀତି ତୁଳନାତ୍ମକ ଭାବେ ଭଲ ରହିଛି। ଦେଶ ଉପରେ ବିଦେଶୀ ଋଣର ବଡ଼ ବୋଝ ନାହିଁ ବୋଲି ସେ କହିଥିଲେ। ତେବେ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇଥିବା କଥାକୁ ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri