ନେପାଳ ନେତ୍ରୀ: ସୁଶୀଳା କାର୍କି

ମାଳୟ ଦେଶ ନେପାଳ ରାଜତନ୍ତ୍ରରୁ ମୁକ୍ତି ପାଇବା ପରେ ୨୦୦୮ରେ ଗଣତନ୍ତ୍ରରେ ପାଦ ଦେଇଥିଲା। ରାଜତନ୍ତ୍ର ଉଚ୍ଛେଦ ପରେ ଆଶା କରାଯାଉଥିଲା ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ‘ନ୍ୟାୟ ନେପାଳ’ ଗଢ଼ି ଉଠିବ। ହେଲେ ଦୁଇ ଦଶନ୍ଧି ପୂରିବା ପୂର୍ବରୁ ଏହି ଛୋଟିଆ ଦେଶ ଦେଖିଲା ବୃହତ୍‌ ବିକ୍ଷୋଭ। ଏହାର ନେତୃତ୍ୱ ନେଇଥିବା ବର୍ଗ ‘ଜେନ୍‌ ଜେଡ୍‌’କୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଲାଗିରହିଛି। ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ତରୁଣ ପିଢ଼ି ଦେଶର ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ମାନ୍ଦାବସ୍ଥା, ଅସମ୍ଭାଳ ରୂପ ଧାରଣ କରିଥିବା ଦୁର୍ନୀତି ଓ ବେକାର ସମସ୍ୟାରେ ଅତିଷ୍ଠ ହୋଇପଡ଼ିବାରୁ ରାସ୍ତାକୁ ଓହ୍ଲାଇଲେ। ସରକାର ନିଜ ଅପରାଗତା ଲୁଚାଇବା ପାଇଁ ଫେସ୍‌ବୁକ୍‌, ଟୁଇଟର, ହ୍ବାଟ୍ସଆପ୍‌, ୟ୍ୟୁଟୁବ୍‌ ଭଳି ସୋସିଆଲ ମିଡିଆର ୨୬ଟି ସାଇଟ୍‌କୁ ବନ୍ଦ କରିଦେବା ପରେ ଯୁବପିଢ଼ିଙ୍କ କ୍ରୋଧ ପଞ୍ଚମକୁ ଚାଲିଯାଇଥିଲା। ଅତୀତର ଶ୍ରୀଲଙ୍କା ଓ ବାଂଲାଦେଶରେ ସଂଘଟିତ ହିଂସାତ୍ମକ ବିକ୍ଷୋଭର ପ୍ରତିରୂପ ଯେଭଳି ନେପାଳରେ ପ୍ରତିଫଳିତ ହୋଇଛି। ବିକ୍ଷୋଭକାରୀ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟ, ରାଜନୈତିକ ବ୍ୟକ୍ତିଙ୍କ ବାସଭବନରେ ନିଆଁ ଲଗାଇ ଦେବାଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଜାଳିଦେବା ଭଳି କ୍ରୋଧ ପ୍ରକଟ କଲେ। ଏହାର ପରିଣତି ୫୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ଅନେକ ଶହ ଆହତ ହୋଇଛନ୍ତି। ଜଳୁଥିବା ନେପାଳକୁ ଦେଖି ପ୍ରଧାନମନ୍ତ୍ରୀ ଥିବା କେ.ପି. ଶର୍ମା ଓଲି ଇସ୍ତଫା ଦେବା ପରେ କେତେକାଂଶରେ ସ୍ଥିତି ସ୍ବାଭାବିକ ଆଡ଼କୁ ଆସିଛି। ଗଣତନ୍ତ୍ରର ମୁରବୀବିହୀନ ଏହି ଭୂଖଣ୍ଡର ତତ୍‌କ୍ଷଣାତ୍‌ ନେତୃତ୍ୱ ନେବା ଲାଗି କିଏ ଯୋଗ୍ୟ ହେବେ ବୋଲି ଖୋଜା ଚାଲୁଥିବା ବେଳେ ସେହି ଦାୟିତ୍ୱ ଏବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କ ଉପରେ ନ୍ୟସ୍ତ କରାଯାଇଛି। ଫଳରେ ସେ ପ୍ରଥମ ମହିଳା ଭାବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୨୬ ମାର୍ଚ୍ଚରେ ସେଠାରେ ନିର୍ବାଚନ ହେବା ପରେ ଦେଶର ଗଣତାନ୍ତ୍ରିକ ଗତି କିଭଳି ରୂପ ନେବ ଜଣାପଡ଼ିବ। ତେବେ ଯୁବପିଢ଼ି ଯେଉଁ ମହିଳାଙ୍କ ଉପରେ ପ୍ରଚଣ୍ଡ ଭରସା କରି ତାଙ୍କୁ ଏହି ଦାୟିତ୍ୱ ସଅଁପି ଦେଇଛନ୍ତି, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବ ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ସୁଶୀଳା ୭ ଜୁନ୍‌ ୧୯୫୨ରେ ନେପାଳର ସାର୍‌ଲାହି ଜିଲା ସାଙ୍କାରପୁରଠାରେ ଛେତ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ୭ ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠା ଥିଲେ। ସେ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଅଧୀନ ମହେନ୍ଦ୍ର ମୋରାଙ୍ଗ କଲେଜରୁ ୧୯୭୨ରେ କଳାରେ ସ୍ନାତକ କରିଥିଲେ। ୧୯୭୫ରେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିବା ପରେ ସ୍ବଦେଶ ଫେରିଥିଲେ। ୧୯୭୮ରେ ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ସୁଶୀଳା ଆଇନରେ ଡିଗ୍ରୀ ଅର୍ଜନ କରିଥିଲେ। ପଢ଼ା ଶେଷ ପରେ ଧରନ୍‌ସ୍ଥିତ ମହେନ୍ଦ୍ର ମଲ୍ଟିପୁଲ କ୍ୟାମ୍ପସରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ତେବେ ୧୯୯୦ରେ ସେ ରାଜନୀତିରେ ସ୍ବଚ୍ଛତା ଆଣିବା ଲାଗି କରାଯାଇଥିବା ‘ପିପୁଲ୍ସ ମୁଭମେଣ୍ଟ’ରେ ନିଜକୁ ସାମିଲ କରିଥିଲେ। ସେତିକିବେଳେ ତାଙ୍କ ନେତୃତ୍ୱ ନେବାର ଆଭାସ ମିଳିଥିଲା। ସେହି ସମୟରେ ସେ ମଧ୍ୟ ବିରାଟନଗର ଜେଲରେ ବନ୍ଦୀ ଜୀବନ କଟାଇଥିଲେ। ଏଭଳି ଅଭିଜ୍ଞତାକୁ ନେଇ ସେ ‘କାରା’ ନାମରେ ଏକ ଉପନ୍ୟାସ ରଚନା କରିଥିଲେ। ୨୦୦୮ ସେ ଆଇନ ବ୍ୟବସାୟ କରିବାକୁ ଯାଇ ନେପାଳ ବାର୍‌ ଆସୋସିଏଶନରେ ସିନିୟର ଆଡ୍‌ଭୋକେଟ ହୋଇଥିଲେ। ଆଇନଗତ ବିଦ୍‌ବତ୍ତା ପ୍ରଦର୍ଶନ ପରେ ସେ ୨୦୦୯ ଜାନୁଆରୀରେ ନେପାଳ ସୁପ୍ରିମକୋର୍ଟର ଆଡ୍‌ହକ ଜଷ୍ଟିସ୍‌ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ। ପରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ଏପ୍ରିଲ ୨୦୧୬ରେ କଲ୍ୟାଣ ଶ୍ରେଷ୍‌ଥା ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସାମ୍ବିଧାନିକ ପରିଷଦ ସୁଶୀଳାଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବା ଲାଗି ସୁପାରିସ କରିଥିଲା। ପରବର୍ତ୍ତୀ ସମୟରେ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିଲେ। ଅବଶ୍ୟ ତାଙ୍କ ନିଯୁକ୍ତିକୁ ନେଇ ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଭଳି କି ତାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇଥିଲା। ନ୍ୟାୟିକ ଅଡ଼ୁଆରେ ଧନ୍ଦି ହୋଇଥିଲେ ହେଁ ୨୦୧୭ ଜୁନ୍‌ ୬ରେ ସେ ୬୫ ବର୍ଷରେ ପହଞ୍ଚତ୍ବା ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।
ଅବସର ଗ୍ରହଣ କରିବା ପରେ ସୁଶୀଳା ନିଜ ବାଲ୍ୟଜୀବନଠାରୁ ଆରମ୍ଭ କରି ବିଚାରପତି କ୍ୟାରିୟର ଯାଏ ଘଟଣାବଳୀକୁ ନେଇ ଆତ୍ମଜୀବନୀ ‘ନ୍ୟାୟ’ ଲେଖିଛନ୍ତି। ବିଭିନ୍ନ ମାମଲାରେ ସେ ଐତିହାସିକ ନିଷ୍ପତ୍ତି ନେଇ ଜନପ୍ରିୟତା ହାସଲ କରିଥିବାରୁ ସେ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ତେବେ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅନ୍‌ଲାଇନ୍‌ ପ୍ଲାଟଫର୍ମ ‘ଡିସ୍‌କର୍ଡ’ ମାଧ୍ୟମରେ ଏକ ସର୍ଭେ କରିଥିଲେ, ଯେଉଁଥିରେ ସମ୍ଭାବ୍ୟ ପାଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ସୁଶୀଳାଙ୍କୁ ଚୟନ କରାଯାଇଥିଲା।
ସ୍ବାମୀ ଦୁର୍ଗା ପ୍ରସାଦ ସୁବେଦି ଓ ଝିଅକୁ ନେଇ ସୁଶୀଳାଙ୍କ ସଂସାର। ଏକଦା ନେପାଳୀ କଂଗ୍ରେସର ଯୁବ ଶାଖାର ନେତା ଭାବେ ଦୁର୍ଗା ଦେଶରେ ପରିଚିତ ଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ଦୁର୍ଗାଙ୍କ ସହ ସୁଶୀଳାଙ୍କ ସାକ୍ଷାତ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?