Posted inଖେଳ

ପାକିସ୍ତାନ ବିପକ୍ଷରେ ଭାରତ ଫେଭରାଇଟ୍‌

ଦୁବାଇ,୧୪ା୯(ପି.ଟି.): ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇଭୋଲଟେଜ ମ୍ୟାଚ୍‌କୁ ନେଇ ସର୍ବଦା କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ। ହେଲେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଛି। ଏଥିଯୋଗୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ କିଛି ବର୍ଗ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ପାକିସ୍ତାନଠାରୁ ଭାରତ ପାଖରେ ଅଧିକ ଶକ୍ତିଶାଳୀ ଦଳ ଥିବାରୁ ଏହି ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବିଶେଷ ଆଗ୍ରହ ନାହିଁ। ଏପରି କି ଦୁଇ ସପ୍ତାହ ପୂର୍ବେ ମ୍ୟାଚ୍‌ ଲାଗି ଟିକେଟ୍‌ ବିକ୍ରି ଆରମ୍ଭ ହେବା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଟିକେଟ୍‌ ବିକ୍ରି ହୋଇପାରି ନାହିଁ।

ଥର ଚାମ୍ପିୟନ ଭାରତ ମ୍ୟାଚ୍‌ ଜିତିବା ପାଇଁ ଫେଭରାଇଟ୍‌ ରହିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ସହଜରେ ହରାଇ ଅଭିଯାନ ଆରମ୍ଭ କରିଛି। ଦଳରେ ଶୁବମନ ଗିଲ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ତାରକା ରହିଛନ୍ତି। ଏଣୁ ଭାରତୀୟ ଦଳ ପ୍ରଭାବୀ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ସଲମାନ ଅଲୀ ଅଘାଙ୍କ ନେତୃତ୍ୱାଧୀନ ଦଳରେ ସ୍ୟାମ ଆୟୁବ ଓ ହାସନ ନଓ୍ବାଜଙ୍କ ଭଳି ଯୁବ ପ୍ରତିଭା ରହିଛନ୍ତି। ୟୁଏଇର କଣ୍ଡିଶନ ସହ ପାକିସ୍ତାନ ଅଧିକ ପରିଚିତ ଥିବାରୁ ଶାହୀନ ଶାହା ଆଫ୍ରିଦି ଭାରତର ବ୍ୟାଟିଂ ଲାଇନ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇପାରନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୩ଟି ଟି୨୦ ମ୍ୟାଚ୍‌ ଖେଳାଯାଇଛି। ସେଥିରୁ ଭାରତ ୧୦ଥର ଜିତିଥିବା ବେଳେ କେବଳ ୩ ମ୍ୟାଚ୍‌ରେ ପାକିସ୍ତାନ ବିଜୟ ସ୍ବାଦ ଚାଖିଛି। ଅନ୍ତିମ ଥର ଦୁଇ ଦଳ ଗତ ବର୍ଷ ଜୁନ ୯ ତାରିଖରେ ନ୍ୟୁୟର୍କରେ ପରସ୍ପରକୁ ଭେଟିଥିଲେ। ଏହି ଲୋ ସ୍କୋରିଂ ମ୍ୟାଚ୍‌କୁ ଭାରତ ୬ ରନରେ ଜିତିଥିଲା। ଉଲ୍ଲେଖଯୋଗ, ୨୦୨୧ ଟି୨୦ ବିଶ୍ୱକପ୍‌ରେ ସମାନ ଭେନ୍ୟୁରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇଥିଲା, ଯାହାକି କ୍ରିକେଟ୍‌ ବିଶ୍ୱକପ୍‌ ଇତିହାସରେ ଭାରତ ବିପକ୍ଷରେ ପାକିସ୍ତାନ ପାଇଁ ପ୍ରଥମ ବିଜୟ ଥିଲା। ଏହାପରେ ଭାରତ ୨୦୨୨ ଓ ୨୦୨୪ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଥିଲା। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ୫ ମ୍ୟାଚ୍‌ ମଧ୍ୟରେ ଭାରତ ୩ଟି ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri