ଦୋଷ ଦେବା କାହାକୁ

ନିକଟରେ ଚାଇନାର ଉତ୍ଥାନ ସମ୍ପର୍କରେ ବ୍ୟାଖ୍ୟା କରି ଆମେରିକୀୟ ଶିକ୍ଷାବିତ୍‌ ଡାନ୍‌ ଓ୍ବାଙ୍ଗ ଏକ ପୁସ୍ତକ ଲେଖିଛନ୍ତି। ସେ ତାଙ୍କ ସିଦ୍ଧାନ୍ତରେ ଦର୍ଶାଇଛନ୍ତି, ଚାଇନା ହେଉଛି ଏକ ଇଞ୍ଜିନିୟରଙ୍କ ସମାଜ ଏବଂ ସେଠାକାର ସରକାର ଇଞ୍ଜିନିୟରଙ୍କ ଦ୍ୱାରା ଚାଲିଛି। ଅନ୍ୟ ପକ୍ଷରେ ଆମେରିକା ଏକ ଆଇନଜୀବୀ ସମାଜ। ମାନୁଫାକ୍‌ଚରିଂ ଓ ନିର୍ମାଣରେ ଚାଇନା ଆଗୁଆ ହୋଇଥିବାବେଳେ ଆମେରିକା ସେସବୁ କ୍ଷେତ୍ରରେ ପଛୁଆ ବୋଲି ସେ କହିଛନ୍ତି। ଚାଇନା ବିଶେଷକରି ୨୦୧୫ରେ ‘ମେଡ୍‌ ଇନ୍‌ ଚାଇନା ୨୦୨୫’ ଯୋଜନା ଚୟନ କରିବା ଯୋଗୁ ତାହାର ଅଗ୍ରଗତି ହୋଇପାରିଛି। ତେବେ ଅନେକ ସମୟରେ ଏଭଳି ସବୁ ଚୟନ ବା ବିକଳ୍ପ କାମ କରେନାହିଁ ବୋଲି ଓ୍ବାଙ୍ଗ ସୂଚିତ କରିଛନ୍ତି। ଏକ ଇଞ୍ଜିନିୟରିଂ ନେତୃତ୍ୱସମ୍ପନ୍ନ ମାନସିକତା ଯୋଗୁ ସାଂଘାଇରେ ଘାତକ ଲକ୍‌ଡାଉନ ସୃଷ୍ଟି ହୋଇଥିଲା କିମ୍ବା ଏକକ ସନ୍ତାନ ନୀତି ଅଗ୍ରହଣୀୟ ହେବା ସାମ୍ନାକୁ ଆସିଛି। କିନ୍ତୁ ଦ୍ରୁତତ୍ତମ ଟ୍ରେନ, ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଯାନ, ପାଣିଜାହାଜ ଓ ରକେଟ ନିର୍ମାଣ, ବିମାନ ଚଳାଚଳ, ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ଶିଳ୍ପ ନୀତିରେ ଚାଇନା ସଫଳ ହୋଇଛି। ଏହିସବୁ କ୍ଷେତ୍ରରେ ଚାଇନା ଯାହା ଚାହଁିଛି ତାହା ହାସଲ କରିଛି। ଆଜି ଆମକୁ ସମାନ ପ୍ରଶ୍ନ ପଚାରିବାକୁ ମୁଁ ଚାହେଁ- ଭାରତ ସରକାର କ’ଣ ହାସଲ କରିବାକୁ ଚାହଁିଛନ୍ତି ଏବଂ ଏହା ପାଇବାକୁ ସଫଳ ହୋଇଛନ୍ତି କି? ଏହାର ଉତ୍ତର ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଏବଂ ବିଶେଷକରି ବୈଦେଶିକ ନୀତିରୁ ମିଳେ। କାହାକୁ ଆମେ ଦୋଷ ଦେବା। ଏସବୁ ବିଷୟକୁ ନେଇ ଆମେ ଚିନ୍ତିତ ନୋହଁୁ। ତେବେ ଭାରତ ସରକାର କେଉଁସବୁ ବିଷୟକୁ ଚୟନ କରି ସେଥିରେ ସଫଳ ହୋଇଛନ୍ତି ତାହା ଦେଖିବା। ଚଳିତ ମାସରେ ରାଜସ୍ଥାନ ପ୍ରୋହିବିଶନ ଅଫ୍‌ ଅନ୍‌ଲ’ଫୁଲ କନ୍‌ଭର୍ସନ ଅଫ୍‌ ରିଲିଜିଅନ ବିଲ୍‌, ୨୦୨୫ ପାସ୍‌ ହୋଇଛି। ଏହାର ଗୋଟିଏ ଲକ୍ଷ୍ୟ ହେଉଛି ହିନ୍ଦୁ ଓ ମୁସଲମାନ ମଧ୍ୟରେ ଆନ୍ତଃଧର୍ମୀୟ ବିବାହର ଆପରାଧୀକରଣ ଏବଂ ଦ୍ୱିତୀୟଟି ହେଉଛି ସୁବିଧାସୁଯୋଗରୁ ବଞ୍ଚିତ ସମ୍ପ୍ରଦାୟଗୁଡ଼ିକର ଖ୍ରୀଷ୍ଟଧର୍ମ ଗ୍ରହଣ ପ୍ରକ୍ରିୟାକୁ ବନ୍ଦ କରିବା। ଅନ୍ୟ ଆଇନଗୁଡ଼ିକ ଭଳି ରାଜସ୍ଥାନର ଏହି ଆଇନରେ ଧର୍ମାନ୍ତରୀକରଣ ଉପରେ ଦଣ୍ଡବିଧାନର ପ୍ରାବଧାନ ରହିଛି, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ। ଏଥିରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ତାଙ୍କ ମୂଳ ବା ପୈତୃକ ଧର୍ମକୁ ଫେରିଆସନ୍ତି, ତେବେ ତାହାକୁ ଧର୍ମାନ୍ତରୀକରଣ ବୋଲି ଗଣାଯିବ ନାହିଁ। ଏହାସହ ପୈତୃକ ଧର୍ମ କହିଲେ, ପୂର୍ବଜଙ୍କ ଧର୍ମ, ବିଶ୍ୱାସ ଓ ପରମ୍ପରା ବୋଲି ଏଥିରେ ସୂଚିତ କରାଯାଇଛି। ଏଭଳି ବିଷୟ ପ୍ରଥମ ଆଇନ ଉତ୍ତରାଖଣ୍ଡ ଫ୍ରିଣ୍ଡମ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୮ରେ ଆରମ୍ଭ କରାଯାଇଥିଲା। ଏହାପରେ ହିମାଚଳପ୍ରଦେଶ (୨୦୧୯), ଉତ୍ତରପ୍ରଦେଶ (୨୦୨୦), ମଧ୍ୟପ୍ରଦେଶ (୨୦୨୧), ଗୁଜରାଟ (୨୦୨୧), ହରିୟାଣା (୨୦୨୨) ଏବଂ କର୍ନାଟକ (୨୦୨୨) ପ୍ରଣୟନ କରାଯାଇଥିବା ଆଇନରେ ଏଭଳି ସମାନ କଥା ବି କୁହାଯାଇଥିଲା।
ଏହିସବୁ ଆଇନ ଭାଜପା ଶାସନ ସମୟରେ ରାଜ୍ୟଗୁଡ଼ିକରେ ପ୍ରଣୟନ ହୋଇଥିଲା। କିନ୍ତୁ ରାଜସ୍ଥାନ ଆଇନ କିଛି ନୂଆ କଥା ଯୋଡ଼ିଛି। ଏଥିରେ କୁହାଯାଇଛି, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଏବଂ ମେସେଜ ମାଧ୍ୟମରେ ସୂଚନା, ବିଚାରଧାରା କିମ୍ବା ବିଶ୍ୱାସର ପ୍ରଚାରକୁ ଯଦି ଧର୍ମାନ୍ତରୀକରଣ ଉଦ୍ଦେଶ୍ୟରେ କରାଯାଇଥାଏ ତେବେ ତାହାକୁ ଧର୍ମୀୟ ପ୍ରଚାର ଭାବେ ଗଣାଯିବ ଓ ତାହା ବେଆଇନ। ଏଥିରେ ଜେଲ୍‌ଦଣ୍ଡ ଅବଧିକୁ ବୃଦ୍ଧି କରି ୧୪ ବର୍ଷ ରଖାଯାଇଛି ଏବଂ ଆଦିବାସୀ ଓ ଦଳିତ ଯଦି ଧର୍ମାନ୍ତରୀକରଣ କରିଥାନ୍ତି ତେବେ ସେମାନଙ୍କ କ୍ଷେତ୍ରରେ ଜେଲଦଣ୍ଡ ୨୦ ବର୍ଷ ରଖାଯାଇଛି। ଭାଜପା ଦ୍ୱାରା ପ୍ରଣୀତ ଏହିସବୁ ଆଇନ ସମସ୍ତ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିଲେ ମଧ୍ୟ ଆମ ସମାଜରେ ସେସବୁ ଗ୍ରହଣୀୟ ହୋଇଛି। ଏହା ଗ୍ରହଣୀୟ ଯେ, ଏହି ରାଜ୍ୟ ଯାହା କରିବାକୁ ସ୍ଥିର କରିଥିଲା ତାହା କରିବାରେ ସଫଳ ହେଲା। ତେବେ ରାଜନୈତିକ ଦୃଷ୍ଟିରୁ ଆଇନଗୁଡ଼ିକୁ ବଦଳାଇବା କଷ୍ଟକର, କାରଣ ସାମାଜିକ ସ୍ତରରେ ସେଗୁଡ଼ିକୁ ଗ୍ରହଣୀୟ କରିଦିଆଯାଇଛି। ଏହିସବୁ ଆଇନ ସପକ୍ଷରେ ଅନେକ ଲୋକ ଅଛନ୍ତି କିମ୍ବା ଏହାକୁ ଅନେକେ ବି ଚାହଁୁନାହାନ୍ତି। ହେଲେ ଏଭଳି ଲୋକଙ୍କ ସଂଖ୍ୟା ତୁଳନାରେ ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ ଚାହଁୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌।
କର୍ନାଟକରେ ୧୭ ମେ ୨୦୨୨ରେ ଲାଗୁ କରାଯାଇଥିବା ଆଇନରେ ଦର୍ଶାଯାଇଛି, ଧର୍ମ ପରିବର୍ତ୍ତନ କରିବାକୁ ଚାହଁୁଥିବା ଲୋକମାନେ ୩୦ଦିନ ପୂର୍ବରୁ ଜିଲା ମାଜିଷ୍ଟ୍ରେଟଙ୍କୁ ଏ ସମ୍ପର୍କରେ ଜଣାଇବାକୁ ପଡ଼ିବ। ପରେ ଏହା ବିରୋଧରେ ଥିବା ଅଭିଯୋଗ ସଂଗ୍ରହ କରିବା ସକାଶେ ସମ୍ପୃକ୍ତ ଅଧିକାରୀ ତାଙ୍କ କାର୍ଯ୍ୟାଳୟ ଏବଂ ତହସିଲ ଅଫିସର ନୋଟିସ ବୋର୍ଡରେ ସେହି ଆବେଦନପତ୍ରକୁ ଲଗାଇବେ। ମେ ୨୦୨୩ରେ କଂଗ୍ରେସ କର୍ନାଟକ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଏହି ଆଇନକୁ ରଦ୍ଦ କରିବ ବୋଲି କହିଥିଲା। ତା’ ପର ମାସ ଅର୍ଥାତ୍‌ ଜୁନ ୧୫ରେ, ”ସିଦ୍ଦ ରମେୟା ନେତୃତ୍ୱାଧୀନ କର୍ନାଟକ ସରକାର ଧର୍ମାନ୍ତରୀକରଣ ନିରୋଧୀ ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି“ ଶୀର୍ଷକ ଖବର ପ୍ରକାଶ ପାଇଥିଲା। କିନ୍ତୁ ତାହା ହୋଇ ନ ଥିଲା। ପରେ ୮ ସେପ୍ଟେମ୍ବରରେ ପ୍ରକାଶ ପାଇଥିଲା, ଧର୍ମାନ୍ତରୀକରଣ ନିରୋଧୀ ଆଇନ ଭାବେ ଜଣାଶୁଣା କର୍ନାଟକ ପ୍ରୋଟେକ୍‌ଶନ ଅଫ୍‌ ରାଇଟ୍‌ ଟୁ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ ସମ୍ପର୍କରେ ସରକାର ବୈଧ ମତ ଲୋଡ଼ିଛନ୍ତି ଏବଂ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଏଥିରୁ ବୁଝାପଡ଼ୁଛି, ସେହି ଆଇନ ଏଯାବତ୍‌ ବଳବତ୍ତର ରହିଛି। ଦେଖିବାକୁ ଗଲେ ୨୦୧୪ରୁ ଭାଜପା ଶାସିତ ରାଜ୍ୟଗୁଡ଼ିକ କିଛି କରିବାକୁ ଚାହଁିଥିଲେ। ଫଳରେ ୨୦୧୫ରେ ବିଫ୍‌କୁ ନେଇ ଆଇନ, ୨୦୧୮ରେ ଧର୍ମୀୟ ସ୍ବାଧୀନତା, ୨୦୧୯ରେ ନାଗରିକତ୍ୱକୁ ନେଇ ଆଇନଗୁଡ଼ିକ ଆରମ୍ଭ କରାଯାଇଥିଲା। ଏହାସହ ସର୍ବଧମର୍ର୍ ସହାବସ୍ଥାନକୁ ଶେଷ କରିବା ଏବଂ ସଂଖ୍ୟାଲଘୁଙ୍କୁ ଲକ୍ଷ୍ୟ କରି ଆଇନ ଗଢ଼ାଯାଇଥିଲା। ଏଠାରେ ସରକାର ଯାହା ହାସଲ କରିବାକୁ ଚାହଁିଛନ୍ତି ତାହା ପାଇଛନ୍ତି। ଆମ ସାମ୍ନାରେ ‘ମେଡ୍‌ ଇନ୍‌ ଚାଇନା ୨୦୨୫’ ଯୋଜନାର ଅର୍ଥ କିଛି ରହି ନ ପାରେ, କିନ୍ତୁ ଆମେ ଏହାକୁ ଏବଂ ଅନ୍ୟସବୁ କ୍ଷେତ୍ରକୁ ଗମ୍ଭୀରତାର ସହ ବିଚାର କରି ନ ଥିବାରୁ ବିଫଳ ହୋଇଛୁ। କିନ୍ତୁ ‘ରିମେକ୍‌ ଇଣ୍ଡିଆ ୨୦୨୫’ ଯୋଜନାର ସଫଳତାକୁ ଗ୍ରହଣ କରିବା କଷ୍ଟକର ଏବଂ ଏହାର ପରିଣାମ ଆମେ ଏହି ସବୁ ଆଇନ, ଗଣମାଧ୍ୟମ ଏବଂ ଆମ ଚାରିପାଖ ସମାଜରେ ଦେଖିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?