ଆମେରିକା ପାଇଁ ନେପାଳରେ ହିଂସା

କାଠମାଣ୍ଡୁ,୨୧।୨: ନେପାଳକୁ ଆମେରିକାର ୫୦୦ ନିୟୁତ ଡଲାର ସହାୟତା ଚୁକ୍ତିନାମାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ନେପାଳ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭକାରୀମାନେ ପୋଡ଼ାଜଳା କରିବା ସହ ଜବରଦସ୍ତ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରିବାରୁ ପୋଲିସ ସହ ସଂଘର୍ଷ ଘଟିଛି। ଏଥିରେ ନେପାଳ ପୋଲିସର ୧୭ ଜଣ ଏବଂ ସଶସ୍ତ୍ର ପୋଲିସ ବଳର ୭ ଜଣ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ରବର ଗୁଳିଚାଳନା କରିବାରୁ ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।

ଆମେରିକାର ସହାୟତା ଚୁକ୍ତିନାମା ଉପରେ ନେପାଳ ପାର୍ଲାମେଣ୍ଟରେ ଆଲୋଚନା ଚାଲିଥିବା ବେଳେ ବାହାରେ ଏହାକୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପାର୍ଲାମେଣ୍ଟ ଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇ ପୋଲିସ ଉପରକୁ ଟେକାମାଡ଼ କରିବା ସହ ସରକାରଙ୍କ ବିରୋଧୀ ସ୍ଲୋଗାନ ଦେଇଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ୩୦ ରାଉଣ୍ଡ ରବର ଗୁଳି ଚଳାଇଥିଲା।

ସୂଚନା ଯୋଗ୍ୟ, ନେପାଳରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ ଆମେରିକା ବିଦେଶ ସହାୟତା ସଂସ୍ଥା ଏମ୍‌ସିସି ୫୦୦ ନିୟୁତ ଡଲାର ସହାୟତା ଯୋଗାଇଦେବା ଲାଗି ଚୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?