Posted inଫୁରସତ

ପଣସର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପଣସ। ତେଣୁ ଦେଶର ପ୍ରତ୍ୟେକ ଘରେ ଏହାକୁ କଞ୍ଚା ଏବଂ ପାଚିଲା ଖିଆଯାଏ। ଯଦି କେହି ଆପଣଙ୍କୁ କୁହନ୍ତି କଞ୍ଚା ପଣସ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି, ତେବେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ଏବେ ଲଣ୍ଡନରେ ଏକ ପଣସ ବିକ୍ରି ହେଉଛି। ଯାହାର ଦାମ୍‌ ୧୬୦୦୦ ଟଙ୍କା। ଏହାକୁ ଜଣେ ଖବରଦାତା ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି।

ଲଣ୍ଡନର ସର୍ବବୃହତ ତଥା ପୁରାତନ ବଜାର ବୋରଓ୍ବୋ ମାର୍କେଟରେ ବିସିସିଆଇର ଖବରଦାତା କାର୍ଡୋ ସେନ୍‌ରା ଏହି ଫଟୋକୁ କ୍ଲିକ କରିଛନ୍ତି। ଯେଉଁଠି ଏକ କଞ୍ଚା ପଣସ ୧୬୦ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୬୦୦୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ପଣସର ଦାମ୍‌ ଦେଖି ଅନେକ ଲୋକଙ୍କ ହୋସ୍‌ ଉଡ଼ିଗଲା। ଖବରଦାତାଙ୍କ ଭାଇରାଲ ପୋଷ୍ଟ ଦେଖିବା ପରେ, କିଛି ଲୋକ ମଜାରେ କହିଛନ୍ତି ପଣସ ବିକି ଲୋକେ କୋଟିପତି ହୋଇଯିବେ।

ପଣସର ଦାମ୍‌ ଅନ୍ୟାନ୍ୟ ଦେଶରେ ମଧ୍ୟ ବହୁତ ଶସ୍ତା। ଏପରିକି ଅନେକ ସ୍ଥାନରେ ମାଗଣାରେ ଗଛରୁ ଲୋକେ ତୋଳି ଥାନ୍ତି। ଏପରିସ୍ଥିତିରେ ଲୋକେ ଯେତେବେଳେ ଏତେ ଦାମ୍‌ରେ ପଣସ ଦେଖିଲେ, ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବ୍ରିଟେନ ପରି ଥଣ୍ଡା ଦେଶରେ କଞ୍ଚାଫଳ ବ୍ୟବସାୟ ବୃଦ୍ଧି ହୋଇପାରିବ ନାହିଁ। ଫଳସ୍ବରୂପ ଏହାର ଚାହିଦା ଅଧିକ ମାତ୍ର ଯୋଗାଣ କମ୍‌। ତେଣୁ ଏତେ ଦାମ୍‌ରେ ବିକ୍ରି ହେବା ସାଧାରଣ କଥା।

ଏହିପରି ଏକ ମହଙ୍ଗା ପଣସ ଦେଖି ଅନେକ ଲୋକ କହିଛନ୍ତି, ଯେଉଁ ଦେଶରେ ପଣସ ହୋଇଥାଏ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥାନ୍ତି। ମାତ୍ର ଯେଉଁ ଦେଶରେ ଏହାର ଆମଦାନୀ କମ୍‌ ସେଠାରେ ଚାହିଦା ବଢ଼ିବ। ପଣସ ଶାକାହାରୀ ଲୋକଙ୍କ ବହୁ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri