ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ ନେପାଳରେ ୩୮୯ ଜଣ ଏବଂ ତିବ୍ବତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ନେପାଳର ଚିତାୱାନ ଜିଲାରୁ ସର୍ବାଧିକ ୧୩୭ଟି ମୃତଦେହ ମିଳିଛି। ସେହିପରି ଦୁଇ ଦେଶରେ ନିଖୋଜଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୪୬୮ (ନେପାଳରେ ୯୧୦ ଓ ତିବ୍ବତରେ ୫୫୮) ରେ ପହଞ୍ଚିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଅନୁଯାୟୀ, ନିଖୋଜଙ୍କ ମଧ୍ୟରେ ୨୯୦ ଜଣ ଭାରତୀୟ ନାଗରିକ ଅଛନ୍ତି। ଏପର୍ଯ୍ୟନ୍ତ ତ୍ରିଶୂଳୀ-୧ ଜଳବିଦ୍ୟୁତ୍‌ ପ୍ରକଳ୍ପର ୬୩ ଜଣ ଶ୍ରମିକ ଓ ତାମିଲନାଡୁର ୨୧ ଜଣଙ୍କୁ ମିଶାଇ ମୋଟ ୮୪ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ତାମିଲନାଡୁର ୮୬ ଜଣ, ପଶ୍ଚିମବଙ୍ଗର ୩୨ ଜଣ, କେରଳର ୩୩ ଜଣ ଏବଂ ଅନ୍ୟାନ୍ୟ ରାଜ୍ୟର ୬୧ ଜଣ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ନିଖୋଜ ଅଛନ୍ତି।
ଅପରପକ୍ଷରେ ତିବ୍ବତ ପାର୍ଶ୍ୱରେ ଫସିରହିଥିବା ପ୍ରାୟ ୨୦୦ ଜଣ ଭାରତୀୟ କୈଳାସ ମାନସରୋବର ତୀର୍ଥଯାତ୍ରୀ ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ୯୫ ଜଣ ଗାର୍ଚାନ୍‌ରେ ଅଛନ୍ତି। ନେପାଳ ସେନା ଓ ବାୟୁସେନା ଦ୍ୱାରା ୭୯୬ ଜଣଙ୍କୁ ହେଲିକପ୍ଟର ଓ ୭୯୬ ଜଣଙ୍କୁ ସ୍ଥଳପଥରେ ଉଦ୍ଧାର କରାଯାଇଛି। ଭାରତୀୟ ବାୟୁସେନା ଓ ନେପାଳ ସେନାର ମିଳିତ ଉଦ୍ଧାର ଅଭିଯାନ ଜରିଆରେ ତାମିଲନାଡୁର ୨୧ ଜଣ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବନ୍ୟାରେ ନେପାଳର ଭିତ୍ତିଭୂମି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ୩୫ଟି ମୋଟର ସେତୁ, ୪୫ଟି ଝୁଲା ପୋଲ ଏବଂ ବେତ୍ରାବତୀ-ରସୁୱାଗଢ଼ି ୪୨ କିଲୋମିଟର ରାଜପଥ ସହ ପ୍ରାୟ ୪୦ କିଲୋମିଟର ପକ୍କା ସଡ଼କ ଭାସିଯାଇଛି। ତ୍ରିଶୂଳୀ-୧ ଓ ଦେବୀଘାଟ ସମେତ ୧୨ଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ଭୂବିଜ୍ଞାନ ସର୍ବେକ୍ଷଣ (ୟୁଏସ୍‌ଜିଏସ୍‌) ଅନୁଯାୟୀ, ହିମସ୍ଖଳନ ଓ ଭୂସ୍ଖଳନ ଯୋଗୁ ବିଶାଳ ବରଫ, ପଥର ଓ ମାଟି ମାଡ଼ି ଆସି ‘ଲହେନ୍ଦେ ନଦୀ’ର ସ୍ରୋତକୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲା। ପରେ ଏହି ସାମୟିକ ବନ୍ଧ ହଠାତ୍‌ ଭାଙ୍ଗିଯିବାରୁ ସଞ୍ଚିତ ପ୍ରବଳ ଜଳରାଶି, କାଦୁଅ ଓ ଧ୍ୱଂସାବଶେଷ ନିମ୍ନଭାଗରେ ଥିବା ଭୂତେ କୋଶୀ ଏବଂ ତ୍ରିଶୂଳୀ ନଦୀ ମଧ୍ୟକୁ ମାଡ଼ିଆସି ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ସୃଷ୍ଟି କରିଥିଲା। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଓ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌ ବନ୍ୟାଞ୍ଚଳ ଗସ୍ତ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ବିପତ୍ତି ସମୟରେ ତିବ୍ବତ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଏକ ନୂତନ କୃତ୍ରିମ ହ୍ରଦ ଯୋଗୁ ନେପାଳର ଭୂତେ କୋଶୀ ଓ ତ୍ରିଶୂଳୀ ନଦୀ କୂଳିଆ ଅଞ୍ଚଳରେ ପୁନର୍ବାର ଆକସ୍ମିକ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ନେପାଳ ଜଳବିଜ୍ଞାନ ଓ ପାଣିପାଗ ବିଭାଗ ନଦୀକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ଜରୁରୀ ସତର୍କତା ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ସହ ଭାରତ ସମ୍ପୂର୍ଣ୍ଣ ସହାନୁଭୂତିର ସହ ଛିଡ଼ା ହୋଇଛି ବୋଲି ଘୋଷଣା କରିବା ସହ ରିଲିଫ ସାମଗ୍ରୀ ବୃଦ୍ଧି କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ତତ୍ତ୍ୱାବଧାନରେ ଭାରତୀୟ ବାୟୁସେନାର ସାମରିକ ବିମାନ ଯୋଗେ କାଠମାଣ୍ଡୁକୁ ଏପର୍ଯ୍ୟନ୍ତ ମୋଟ ୪୭.୫ ଟନ୍‌ ଜରୁରୀ ରିଲିଫ ସାମଗ୍ରୀ (ଔଷଧ, ତମ୍ବୁ, କମ୍ବଳ, ଖାଦ୍ୟ ପ୍ୟାକେଟ ଓ ସୋଲାର ଲାଇ୍‌ଟ) ପଠାଯାଇସାରିଛି। ନେପାଳ ପ୍ରଶାସନ ଓ ଭାରତୀୟ ଉଦ୍ଧାରକାରୀ ଦଳ ନିଖୋଜ ଭାରତୀୟଙ୍କୁ ଠାବକରିବା ପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?