ନେହାଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡ କିଛି ଦିନ ହେବ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ତାଙ୍କର ନୂଆ ଗୀତ ‘ଖୟାଲ ରଖୟା କର’ ରିଲିଜ୍ ହୋଇଥିବା ବେଳେ ଏଥିରେ ସେ ତାଙ୍କ ସ୍ୱାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ । ଏହାପରେ ସେ ଗର୍ଭବତୀ ଥିବା ଚର୍ଚ୍ଚା ହୋଇଥିଲା । ହେଲେ ସେ ଗୋଟିଏ ଗୀତର ଶୁଟିଂ ପାଇଁ ଏମିତି ମେକଅପ୍ ନେଇଥିବା ଜଣାପଡିଥିଲା । ଏବେ ପୁଣିଥରେ ନେହା ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ବଦାନ୍ୟତା ପାଇଁ ବେଳେ ବେଳେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ପୁଣି ଥରେ ତାଙ୍କର ଦରିଆ ଦିଲ୍ ଯୋଗୁ ଆସିଛନ୍ତି ସମସ୍ତଙ୍କ ନଜରକୁ । ପୁଣେର ସଡ଼ ଉପରେ ଜଣେ ବୟୋଜେଷ୍ଠା ମହିଳା ଲାଠିରେ ଖେଳ ଦେଖାଉଥିବା ଶାନ୍ତାବାଇ ପାୱାର ବା ୱାରିୟର ଆଜିଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ ତାଙ୍କୁ ଏକ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି । ଲକ୍‌ଡାଉନ ସମୟରେ ୱାରିୟର ଆଜି ନିଜ ପରଫରମାନ୍ସର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ରାତାରାତି ଇଣ୍ଟରନେଟରେ ଭାଇରାଲ ହୋଇଯାଇଥିଲା । ସେ ମାତ୍ର ୮ ବର୍ଷ ବୟସରୁ ଲାଠି ସାହାଯ୍ୟରେ ଖେଳ ଦେଖାଇ ଆସୁଛନ୍ତି । ଏବେ ପରିଣତ ବୟସରେ ସେ ଏହାକୁ ପେଶା ଭାବେ ନେଇ ପାଖାପାଖି ୧୦ ଜଣ ଅନାଥ କନ୍ୟାଙ୍କ ଦେଖାଶୁଣା କରୁଛନ୍ତି । ଏବେ ବୟସ ବଢିଯାଇଥିବାରୁ ଏହି ଖେଳ ତାଙ୍କ ପାଇଁ ସହଜ ହୋଇ ନ ଥିବା ସେ କହୁଛନ୍ତି । ନିକଟରେ ସେ ‘ଇଣ୍ଡିଆନ ଆଇଡଲ’ ଶୋ’କୁ ଆସିଥିବା ବେଳେ ତାଙ୍କ କାହାଣୀ ଇଣ୍ଡିଆନ ଆଇଡଲର ଜଜ୍ ନେହା କକ୍କଡଙ୍କୁ ପ୍ରଭାବିତ କରିଥିଲା । ପରେ ପରେ ନେହା ତାଙ୍କୁ ଏକ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri