ସ୍ବାମୀଙ୍କୁ ସର୍‌ପ୍ରାଇଜ୍‌ ଦେଲେ ନେହା କକ୍କର

ନେହା କକ୍କର ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ। ଏହାସହ ସେ ନିଜର ଜୁଲ୍‌ବୁଲି ଅନ୍ଦାଜ୍‌ ପାଇଁ ମଧ୍ୟ ଜଣାଶୁଣା। ସେ ସୋସିଆଲ୍‌ ମିଡିଆରେ ପ୍ରାୟତଃ ସ୍ବାମୀ ରୋହନପ୍ରୀତ ସିଂଙ୍କ ପ୍ରତି ତାଙ୍କର ପ୍ରେମ ପ୍ରଦର୍ଶନ କରନ୍ତି। ପ୍ରତିଦିନ ସେ ତାଙ୍କ ପାଇଁ କିଛି ବିଶେଷ କରିଥାନ୍ତି। ତାଙ୍କ ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ନିକଟରେ ନେହା ସ୍ବାମୀଙ୍କୁ ଏକ ଜବରଦସ୍ତ ସରପ୍ରାଇଜ୍‌ ଦେଇଛନ୍ତି।
ନେହା ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ପ୍ରଥମ ଥର ପାଇଁ ହାତରେ ଏକ ଟାଟୁ କରିଥିବାର ନଜର ଆସିଛନ୍ତି । ଟାଟୁ କରିବା ସମୟରେ ନେହା ଯନ୍ତ୍ରଣାରେ ଚିତ୍କାର କରି କହୁଛନ୍ତି ‘ମୁଁ ତୁମକୁ ରୋହୁ ବହୁତ ଭଲ ପାଏ’। ଟାଟୁ ସାରିବା ପରେ ରୋହନପ୍ରୀତ ନେହାଙ୍କୁ ସେଠାରୁ ନେବାକୁ ଆସନ୍ତି। ନେହାଙ୍କ ହାତରେ ତାଙ୍କ ନାମର ଟାଟୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓ ଶେଷରେ ନେହା ରୋହନପ୍ରୀତ କହିଛନ୍ତି. ‘ଏବେ ମୋ ଠାରୁ ତୁମେ କେବେବି ଦୂରେଇ ଯିବ ନାହିଁ।’
ଏହି ଭିଡିଓ ଶେୟାର କରି ନେହା କକ୍କର ଲେଖିଛନ୍ତି, ‘ମୋର ପ୍ରଥମ ପ୍ରେମ ପାଇଁ, ମୋର ପ୍ରଥମ ଟାଟୁ। ସ୍ତ୍ରୀଙ୍କ ହାତରେ ଏମିତି ଟାଟୁ ଦେଖି ରୋହନପ୍ରୀତ ବହୁତ ଭାବପ୍ରବଣ ହୋଇଯାଇଥିଲେ। କେବଳ ଏତିକି ନୁହେଁ, ନେହାଙ୍କ ପୋଷ୍ଟରେ ସ୍ନେହପୂର୍ଣ୍ଣ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି, ‘ତୁମେ ସର୍ବଶ୍ରେଷ୍ଠ ସ୍ତ୍ରୀ.., ମୁଁ ତୁମକୁ ଅଧିକ ଭଲ ପାଏ।
ଗତ ଭାଲେଣ୍ଟାଇନ୍ସ ଡେ’ରେ ନେହାଙ୍କ ନାମକୁ ଟାଟୁ କରି ରୋହନ ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲେ। ୨୦୨୦, ଅକ୍ଟୋବର ୨୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri