୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏଣିକି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୩ମାସ ପରେ ଭାକ୍ସିନ ନେଇପାରିବେ ବୋଲି ବୁଧବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏନ୍‌ଇଜିଭିଏସିର ପରାମର୍ଶ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଭାକ୍ସିନର ପ୍ରଥମ ଡୋଜ୍‌ ନେବା ପରେ କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସୁସ୍ଥ ହେବାର ୩ ମାସ ପରେ ସେ ଦ୍ୱିତୀୟ ଡୋଜ ନେଇପାରିବେ। ଏତଦ୍‌ ବ୍ୟତୀତ ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ କରୋନା ଭାକ୍ସିନ ନେଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ତେବେ କରୋନା ଭାକ୍ସିନ ନେବା ଆଗରୁ ଲୋକଙ୍କୁ ଆଣ୍ଟିଜେନ୍‌ କିମ୍ବା ଆରଟି-ପିସିଆର ଟେଷ୍ଟ କରାଇବାକୁ ପଡ଼ିବ ନାହିଁ। ବିଶ୍ୱ ପ୍ରମାଣ ଓ ଅଭିଜ୍ଞତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଗର୍ଭବତୀଙ୍କ ଟିକାକରଣ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୧୨୦୦ ଡାକ୍ତର, ୭୦୦ ନର୍ସ, ୪୦୦ ପାରାମେଡିକାଲ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧: କରୋନା ସଂକ୍ରମଣ ମଧ୍ୟରେ ଦିଲ୍ଲୀର ହସ୍ପିଟାଲ ଗୁଡିକ ଅଡୁଆରେ ପଡିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୪୦ରୁ ଅଧିକ ସରକାରୀ...

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ମମତା

କୋଲକତା,୨୬।୨: ପଞ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟ ସହରାଞ୍ଚଳ ନିଯୁକ୍ତ ରୋଜଗାର ଯୋଜନାରେ ଶ୍ରମିକଙ୍କ ମଜୁରୀ ଟଙ୍କା ବୃଦ୍ଧି ପାଇଁ...

ପଡ଼ୋଶୀଙ୍କୁ ସମ୍ଭାଳିବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ଏହି ସଙ୍କଟରୁ ଫାଇଦା ଉଠାଇବା ପାଇଁ ଭାରତକୁ ସମସ୍ତ ସମ୍ଭାବ୍ୟ ରଣନୈତିକ ବିକଳ୍ପ ଉପରେ ଚିନ୍ତା କରିବାକୁ...

କରୋନା ବେକାବୁ: ୨୪ ଘଣ୍ଟାରେ ୩୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୮।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

୨୪ ଘଣ୍ଟାରେ ୨୫ଲକ୍ଷ ଜରିମାନା, ୨୭ ଗିରଫ

ଭୁବନେଶ୍ୱର,୮ା୪(ବ୍ୟୁରୋ): କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସ୍ଥିତି ବିଗିଡ଼ିବା ପରେ ଏବେ ରାଜ୍ୟ ପୋଲିସ କଟକଣାକୁ କଡାକଡି କରିବାକୁ...

କିଏ ହେବେ ପ୍ରଧାନ ବିଚାରପତି, ରମନାଙ୍କଠାରୁ ଉତ୍ତରାଧିକାରୀଙ୍କ ସୁପାରିଶ ମଗାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୪।୮ : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ...

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମା ନିକଟବର୍ତ୍ତୀ ଜୈନଟ୍ରାଗ୍‌ରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜୈଶ-ଇ-ମହମ୍ମଦର ଜଣେ ସଦସ୍ୟ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଜଣକ...

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ

ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ...

Advertisement
Archives

Model This Week