ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ବନ୍ତ,୧।୪(ଡି.ଏନ.ଏ.)-ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ। ସେତେବେଳେ ସେହି ସ୍ଥାନ ଚଳଚଞ୍ଚଳ ହୋଇଉଠୁଥିଲା। ଏବେ ସେହି ସ୍ଥାନ ଅବହେଳିତ ଅବସ୍ଥାରେ ଅତୀତର ସ୍ମୃତି ହୋଇ ରହିଛି। ଭଗବାନ ବୁଦ୍ଧଙ୍କର ମୁଖ ନିଶୃତ ଅମୃତ ବାଣୀ ଆଉ ସେଠାରେ ଶୁଣିବାକୁ ମିଳୁନାହିଁ। ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ସର୍ବପୁରାତନ ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି।
ବସନ୍ତିଆ ପଞ୍ଚାୟତ ତଥା ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବରକୋଣା ଛକଠାରୁ ଉତ୍ତର ଦିଗକୁ ୧ କି.ମି. ଗଲେ ଆପଣ୍ଡାର ବହୁ ଅପୂର୍ବ କୀର୍ତ୍ତିରାଜି ଦେଖିବାକୁ ମିଳେ। ଆପଣ୍ଡାଠାରେ ଥିବା ଧର୍ମ ନିରଞ୍ଜନଙ୍କ ଧ୍ୟାନମଗ୍ନର ମୂର୍ତ୍ତି ଉକ୍ତ ଗ୍ରାମର ଏକ ପୋଖରୀ ଖନନ ବେଳେ ସନ୍ଧାନ ମିଳିଥିଲା। ସେହିଦିନଠାରୁ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଉଛି। ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଅର୍ଥ ବରାଦ ହୋଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ମନ୍ଦିର ଓ ପାଚେରି ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ଉକ୍ତ ପୀଠର ମହାତ୍ମ୍ୟ ବିଷୟରେ ଗ୍ରାମର ପୁରୁଖା ବ୍ୟକ୍ତିମାନେ କହନ୍ତି, ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାଦ୍ଦୀରେ ଭୌମ ବଂଶର ପ୍ରଥମ ରାଜା ଶୁଭଙ୍କର ବୌଦ୍ଧ ଉପାସକ ଥିବାରୁ ତାଙ୍କ ସମୟରେ ଓ ତାଙ୍କ ପରେ ଗଙ୍ଗ ବଂଶର ରାଜାଙ୍କ ଦ୍ୱାରା ଭଦ୍ରକ ଓ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବୁଦ୍ଧଦେବଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ ମୂର୍ତ୍ତି ମଧ୍ୟରେ ଆପଣ୍ଡାର ଧର୍ମନିରଞ୍ଜନ ଓ ରାମପୁର ଗ୍ରାମର ବୁଦ୍ଧ ଦେବଙ୍କ ଧ୍ୟାନମୁଦ୍ରାର ମୂର୍ତ୍ତି ଦେଖିବାକୁ ମିଳେ। ପୂର୍ବରୁ ଉକ୍ତ ପୀଠରେ ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦନ ଲାଗି ବେଶ, ଦୋଳ ଉତ୍ସବ ଆଦି ବହୁ ଆଡ଼ମ୍ବରରେ ପାଳନ ହେବା ସହ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ଧର୍ମାଲୋଚନା ହେଉଥିଲା। ଜନଶ୍ରୁତି ରହିଛି ଯେ, ଉକ୍ତ ଅଞ୍ଚଳରେ ଜଳସେଚନ ସୁବିଧା ନ ଥିବାରୁ ଜଳାଭାବ ବହୁ ପରିମାଣରେ ଦେଖାଯାଉଥିଲା। ଲୋକଙ୍କ ଦୃଢ଼ ବିଶ୍ୱାସ ଥିଲା ବୁଦ୍ଧ ଦେବଙ୍କ ବେଢ଼ାରେ ବର୍ଷା ହୋଇ ଉକ୍ତ ଜଳ ବୋହି ଏହାର ଅନତି ଦୂରରେ ଥିବା ଭାଟିଆ ପୋଖରୀରେ ପହଞ୍ଚିଲେ ସେହି ବର୍ଷ ଜଳାଭାବରୁ ମୁକ୍ତି ମିଳିବା ସହ ଚାଷ କାର୍ଯ୍ୟ ଭଲ ହୁଏ। ଏଥିପାଇଁ ବୁଦ୍ଧଦେବଙ୍କୁ ପାର୍ଶ୍ୱ ପୁଷ୍କରିଣୀରୁ ଜଳ ଅଣାଯାଇ ମହାସ୍ନାନ କରାଯାଇଥାଏ। ଏହି ବିଶ୍ୱାସ ଏବେବି ଅତୁଟ ରହିଥିବା ଗ୍ରାମବାସୀ କୁହନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଲାଗି ପଦକ୍ଷେପ ନେଲେ ଅତୀତର କୀର୍ତ୍ତିରାଜି ଉଜ୍ଜୀବିତ ହେବା ସହ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଚାହିଁଲେ ଏ ଦିଗରେ ପଦକ୍ଷେପ ନିଆଯାଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର...

ଦାୟିତ୍ୱ ନେଲେ କଟକର ନୂଆ ଡିସିପି

କଟକ ଅଫିସ,୨୯।୭: କଟକର ନୂଆ ଡିସିପି ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ଡିସିପି କାର୍ଯ୍ୟାଳୟରେ ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ଦାୟିତ୍ୱ...

ଘାରିଛି ହେଲ୍‌ମେଟ୍‌ ଭୟ: ବଢ଼ିଛି ବ୍ୟବସାୟ

କଟକ ଅଫିସ,୧୦।୯: ନିଦ ହଜାଇ ସାରିଲାଣି ମୋଟର ଯାନ ଆଇନ-୨୦୧୯। ନିୟମ ଉଲ୍ଲଂଘନ କରି ଯାତାୟତ କରୁଥିବା ବାଇକ ଚାଳକମାନେ ଏବେ ଟ୍ରାଫିକ ପୋଲିସକୁ ଦେଖି...

ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ...

୨୧ରୁ ଭୋଟର ତାଲିକା ସଂଶୋଧନ ନେଇ ସ୍ବତନ୍ତ୍ର ଡ୍ରାଇଭ୍‌

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିଛି। ଆସନ୍ତା ୨୧ ତାରିଖରୁ ଏ ନେଇ ସ୍ବତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହେବ।...

ବାପାଙ୍କ କାମକୁ ଦେଖି ମୋତେ ଟିକେଟ୍‌ ମିଳିଛି : ବର୍ଷା ବରିହା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂ ବରିହାଙ୍କ ନାମ ବିଜେଡି ସୋମବାର ଘୋଷଣା କରିଛି। ତେବେ ନାଁ ଘୋଷଣା ହେବା ପରେ ବର୍ଷା ବରିହା...

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଡିଜିଟାଲ ଘର ନମ୍ବର

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜଧାନୀରେ ଡିଜିଟାଲ ଡୋର୍‌ ନମ୍ବରିଂ ସିଷ୍ଟମ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସହରର ପ୍ରତି ଲୋକଙ୍କ ଘରେ ଡିଜିଟାଲ...

ଟ୍ରକ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ୍‌: ଚାଲିଗଲା ଚାଳକଙ୍କ ଜୀବନ

ପଦ୍ମପୁର, ୪।୩(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାସୁଦେବପୁରରୁ ଭଦ୍ରକ...

Advertisement
Archives

Model This Week