ଅଘୋଷିତ ଜରୁରୀ ପରିସ୍ଥିତ

ଡ. ସନ୍ତୋଷ କୁମାର ମହାପାତ୍ର

 

ଏଥିରେ କୌଣସି ସନ୍ଦେହ ନାହିଁଯେ ଇନ୍ଦିରା ଗାନ୍ଧୀଙ୍କ କାଳରେ ଜରୁରିକାଳୀନ ସ୍ଥିତି (୨୫ ଜୁନ୍‌ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭) ଭାରତୀୟ ଗଣତନ୍ତ୍ରର ଘୋର ଅନ୍ଧକାର ସମୟ ଥିଲା। ଇନ୍ଦିରା ଗାନ୍ଧୀ ଏଥିପାଇଁ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ନିଜେ ଭୁଲ୍‌ ସ୍ବୀକାର କରି ପୁନର୍ବାର ନିର୍ବାଚିତ ହୋଇଥିଲେ। କିନ୍ତୁ ବର୍ତ୍ତମାନ କିଛି ବର୍ଷ ହେବ ଜରୁରିକାଳୀନ ସମୟର ଭୟାବହତା ସମ୍ପର୍କରେ କେନ୍ଦ୍ରର ଶାସକ ଶ୍ରେଣୀ ତରଫରୁ ଘନ ଘନ ଆଲୋଚନା ହେଉଛି। ସତ୍ୟ ହେଉଛି, ବର୍ତ୍ତମାନ ଗଣତନ୍ତ୍ର ବିପଦରେ ଥିବା ପରି ମନେହେଉଛି। କିଛି ବର୍ଷ ହେବ ଭାରତୀୟମାନେ ଏକ ଅଘୋଷିତ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଇନ୍ଦିରାଙ୍କ ଜରୁରୀ ପରିସ୍ଥିତିକୁ ନେଇ ବେଶି ଆଲୋଚନା କଲେ ଲୋକେ ବର୍ତ୍ତମାନ ଅଘୋଷିତ ଜରୁରିକାଳୀନ ପରିସ୍ଥିତିକୁ ଧ୍ୟାନ ଦେବେ ନାହିଁ। ଇନ୍ଦିରାଙ୍କ ଜରୁରୀ ପରିସ୍ଥିତି ୨୧ ମାସ ପାଇଁ ଥିଲା। କିନ୍ତୁ ବର୍ତ୍ତମାନର ଅଘୋଷିତ ଜରୁରିକାଳୀନ ପରିସ୍ଥିତି ଅବଧି ଅନିର୍ଦ୍ଦିଷ୍ଟ ସମୟ ପାଇଁ ରହିଛି। ଅନେକ ଗଣମାଧ୍ୟମ ସଙ୍ଗଠନ- ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ, ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ସାମ୍ବାଦିକ ସଂଘ ମଧ୍ୟ ଅଘୋଷିତ ଜରୁରୀ ପରିସ୍ଥିତି ଅଛି ବୋଲି ଭାବୁଛନ୍ତି। ଭାଜପାରେ ଯୋଗଦେବା ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଏହା କହିଥିଲେ।
ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତିବେଳେ ଗଣମାଧ୍ୟମ, ବୁଦ୍ଧିଜୀବୀ, ବିରୋଧୀ ଦଳ ଏହି ବିପଦ ବିଷୟରେ ଜାଣିପାରିଥିଲେ ଏବଂ ମିଳିତ ଭାବେ ପ୍ରତିବାଦ କରିଥିଲେ। କିନ୍ତୁ ବର୍ତ୍ତମାନର ବିପଦ ଲୋକମାନେ ଜାଣିପାରୁ ନାହାନ୍ତି। ଲୋକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚୁନି। ଭୁଲ୍‌ ତଥ୍ୟର ପ୍ରଚାର ବେଶି ହେଉଛି l ମିଥ୍ୟା, ଅର୍ଦ୍ଧ ସତ୍ୟ, ବିଶେଷକରି ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯାଇ ଲୋକଙ୍କୁ ବିଭ୍ରାନ୍ତ କରିବା ଏକ ଲାଭଦାୟକ ବୃତ୍ତି ପାଲଟିଛି। ମନ୍ତ୍ରୀ, ନେତାମାନେ ମଧ୍ୟ ଭୁଲ୍‌ ତଥ୍ୟ ବାରମ୍ବାର ଦେଉଛନ୍ତି।
ସାଧାରଣତଃ ଏକ ସରକାର ନିର୍ବାଚିତ ହୋଇଥାଏ ଲୋକଙ୍କ ଭଲ ଓ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ। ଯେଉଁଠି ତ୍ରୁଟି ରହିଲା, ତାହା ଦର୍ଶାଇବା ଗଣମାଧ୍ୟମ ଓ ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ। କାରଣ ଗଣମାଧ୍ୟମ ଜାଗ୍ରତ ପ୍ରହରୀ। ଗଣତନ୍ତ୍ର ଶକ୍ତିଶାଳୀ ହୁଏ, ଯେତେବେଳେ ନାଗରିକ ସ୍ବାଧୀନ ଭାବେ ମତ ଦେଇପାରିବେ, ଶାସକ ଶ୍ରେଣୀର ତ୍ରୁଟିପୂର୍ଣ୍ଣ ନୀତିର ସମାଲୋଚନା କରିପାରିବେ, ବିଫଳତା ଦର୍ଶାଇପାରିବେ ଏବଂ ଗଣମାଧ୍ୟମ ନିରପେକ୍ଷ ଭାବେ କାର୍ଯ୍ୟ କରୁଥିବ। କିନ୍ତୁ ଚାପରେ ଗଣମାଧ୍ୟମ ସରକାରଙ୍କ ପ୍ରଚାରର ଅଂଶ ହୋଇଛି।
ବର୍ତ୍ତମାନ ସରକାରଙ୍କ ସପକ୍ଷରେ କହିବା ଓ ଲେଖିବା ପାଇଁ ଗଣମାଧ୍ୟମ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଶାସକ ଶ୍ରେଣୀର ବିଫଳତା ଘୋଡ଼ାଇବା ପାଇଁ କାର୍ଯ୍ୟ କରୁଛି। ସ୍ବାଧୀନ ଭାବେ ମତ ଦେବା , ସମାଲୋଚନା କରିବା, କ୍ଷମତାଶାଳୀଙ୍କ ତ୍ରୁଟି ଦର୍ଶାଇବାକୁ ନିରୁତ୍ସାହିତ କରାଯାଉଛି l ଏପରି ଏକ ପରିବେଶ ସୃଷ୍ଟି କରାଯାଇଛି, ଯେପରି ଶାସକ ଶ୍ରେଣୀର ଗୁଣଗାନ କରିବା ଗଣମାଧ୍ୟମ, ବୁଦ୍ଧିଜୀବୀଙ୍କ ମୁଖ୍ୟ ଦାୟିତ୍ୱ। ଅନେକ ବୁଦ୍ଧିଜୀବୀ ନିଜ ବ୍ୟକ୍ତିଗତ ସ୍ବାର୍ଥପାଇଁ ଶାସକଶ୍ରେଣୀଙ୍କ ସପକ୍ଷରେ ଲେଖି ତାହା ବଦଳରେ ବିଭିନ୍ନ ଉପାୟରେ ପୁରସ୍କୃତ ହେଉଛନ୍ତି l ଯିଏ ଶାସକ ଶ୍ରେଣୀର ତ୍ରୁଟି ଦେଖାଇଲା, ତା’ ବିରୋଧରେ ଘୃଣା ସୃଷ୍ଟି କରାଯାଉଛି, ଏପରିକି ଦେଶଦ୍ରୋହ ଅଭିଯୋଗ ଅଣାଯାଉଛି l ଯୁଦ୍ଧ, ମନ୍ଦିର ଆଦି ଭାବାବେଗ ପ୍ରସଙ୍ଗ ବେଶି ଆଲୋଚନା କରାଯାଉଛି।
ଫଳରେ ଗରିବଙ୍କ ସମସ୍ୟା, ଦେଶ ଓ ଅର୍ଥନୀତି ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା ହେଉନାହିଁ।
ନେତା ନିଜ ଶାସନ ସପକ୍ଷରେ ଲେଖୁଛନ୍ତି। ଆଗରୁ ଏପରି ନ ଥିଲା। ଯିଏ ଶାସନ କରୁଛି ସେ କ’ଣ ନିଜର ମୂଲ୍ୟାୟନ କରିବ l ଅନ୍ୟମାନେ କରିବେ। କେବେ କ’ଣ ଏକ ପରୀକ୍ଷାର୍ଥୀ ନିଜ ଖାତା ମୂଲ୍ୟାୟନ କରେ। ଶାସକ ଶ୍ରେଣୀର ନେତା, ମନ୍ତ୍ରୀ କେବେ କ’ଣ ନିଜ ବିଫଳତା କଥା କହିବେ? ପୁନଶ୍ଚ କଳାଧନ ଥିବା ଅନେକ ସେଲିବ୍ରିଟି, ଧନଶାଳୀ ତଦନ୍ତରୁ ରକ୍ଷା ପାଇବା ପାଇଁ ସରକାରଙ୍କ ସପକ୍ଷରେ କୀର୍ତ୍ତନ କରୁଛନ୍ତି। ଯେଉଁମାନେ ବଡ଼ ପଦବୀରେ ଅଛନ୍ତି ବା ବଡ଼ ପଦବୀ ପାଇଁ ଆଶାୟୀ, ସେମାନେ ମଧ୍ୟ ଅବହେଳିତଙ୍କ ସମସ୍ୟା ବିଷୟରେ ନ କହି, ଶାସକ ଶ୍ରେଣୀ ସପକ୍ଷରେ ବାରମ୍ବାର କହୁଛନ୍ତି। ରାଷ୍ଟ୍ରର ସମ୍ପଦ ଲୁଣ୍ଠନ ପାଇଁ ନେତା, ଶିଳ୍ପପତି, ପ୍ରଶାସକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଗଢ଼ିଉଠିଛି। ଭାରତର ଗଣତନ୍ତ୍ର ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ପରିସ୍ଥିତିରେ ଆମ ଗଣତନ୍ତ୍ର ରୂପ ୪ଟି ସ୍ତମ୍ଭ କେଉଁ ମୋଡ଼କୁ ଯାଉଛି, ଅନ୍ତର୍ଜାତୀୟ ସମ୍ପ୍ରଦାୟ କିପରି ଅନୁଭବ କରୁଛନ୍ତି ତାହା ଆଲୋଚନାର ଆବଶ୍ୟକତା ରହିଛି। ଚାରୋଟି ପ୍ରସିଦ୍ଧ ରିପୋର୍ଟ, ଫ୍ରିଡମ୍‌ ହାଉସ ରିପୋର୍ଟ, ଗ୍ଲୋବାଲ ଡେମୋକ୍ରାସି ଇଣ୍ଡେକ୍ସ ଏବଂ ୱାଲର୍‌ଡ ପ୍ରେସ ଇଣ୍ଡେକ୍ସ, ଭି-ଡେମ ରିପୋର୍ଟର ବିଶ୍ଳେଷଣର ଅବଶ୍ୟକତା ରହିଛି। ବାସ୍ତବରେ ଭାରତୀୟ ଗଣତନ୍ତ୍ରକୁ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ବୋଲି କୁହାଯାଉଛି। ବିଶ୍ୱ ଗଣତନ୍ତ୍ର ସୂଚକାଙ୍କରେ ଏହାର ସ୍ଥିତି ହ୍ରାସ ପାଉଛି। ୨୦୨୧ ଫେବୃୟାରୀରେ ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ୱାରା ପ୍ରକାଶିତ ବିଶ୍ୱ ଗଣତନ୍ତ୍ର ସୂଚକାଙ୍କରେ ଭାରତ ଦୁଇଟି ସ୍ଥାନ ଖସି ୧୬୭ ଦେଶ ମଧ୍ୟରେ ୫୩ରେ ରହିଛି। ୨୦୧୯ରେ ୧୦ଟି ସ୍ଥାନ ହ୍ରାସ ପାଇ ୫୧ତମ ସ୍ଥାନକୁ ଖସି ଆସିଥିଲା। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଏହି ହ୍ରାସ ଘଟିଛି। ଏହି ସୂଚକାଙ୍କ ନିର୍ବାଚନ ପ୍ରକ୍ରିୟା ଏବଂ ବହୁବିଧତା, ସରକାରଙ୍କ କାର୍ଯ୍ୟକାରିତା, ରାଜନୈତିକ ଅଂଶ ଗ୍ରହଣ, ରାଜନୈତିକ ସଂସ୍କୃତି ଏବଂ ନାଗରିକ ସ୍ବାଧୀନତା ମାପ ଉପରେ ଆଧାରିତ। ଏହି ଗଣତାନ୍ତ୍ରିକ ରିଗ୍ରେସନର ମୂଳ କାରଣ ଦେଶରେ ନାଗରିକ ସ୍ବାଧୀନତାର କ୍ଷୟ ବୋଲି ଦର୍ଶାଯାଇଛି।
୨୦୨୦ ଏପ୍ରିଲ ୨୧ରେ ପ୍ରକାଶିତ ଦି ରିପୋଟର୍ସ ଉଦାଉଟ ବର୍ଡର୍ସର ବାର୍ଷିକ ବିଶ୍ୱ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ୨୦୨୧ ଅନୁସାରେ ୧୮୦ଟି ଦେଶ ମଧ୍ୟରୁ ୧୪୨ ସ୍ଥାନରେ ରହିଛି। ଗତବର୍ଷ ମଧ୍ୟ ଏହି ସ୍ଥାନରେ ଥିଲା। ୨୦୧୬ରେ ଭାରତ ଏହି ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରୁ ୧୩୩ ସ୍ଥାନରେ ଥିଲା। ଅର୍ଥାତ୍‌ ୨୦୧୬ରୁ ୨୦୨୧ ମଧ୍ୟରେ ୯ ସ୍ଥାନ ନିମ୍ନଗାମୀ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ସାମ୍ବାଦିକମାନେ ସେମାନଙ୍କ କାର୍ଯ୍ୟକୁ ଉପଯୁକ୍ତ ଭାବରେ କରିବା ପାଇଁ ପରିବେଶକୁ ବିଚାରକୁ ନେଲେ ବିଶ୍ୱରେ ଭାରତ ଅନ୍ୟତମ ବିପଦପୂର୍ଣ୍ଣ ଦେଶ। ସାମ୍ବାଦିକଙ୍କ ବିରୋଧରେ ପୋଲିସର ହିଂସା, ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆକ୍ରମଣ, ଆପରାଧିକ ଗୋଷ୍ଠୀ କିମ୍ବା ଦୁର୍ନୀତିଗ୍ରସ୍ତ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ପ୍ରତିଶୋଧ ନିଆଯିବା ଭଳି ସମସ୍ତ ପ୍ରକାରର ଆକ୍ରମଣ ଦେଖିବାକୁ ମିଳିଛି।
୨୦୨୧ ମାର୍ଚ୍ଚ ୩ରେ ବିଶ୍ୱ ରାଜନୈତିକ ଅଧିକାର ଓ ସ୍ବାଧୀନତା ଉପରେ ତା’ର ବାର୍ଷିକ ରିପୋର୍ଟରେ, ଆମେରିକାର ଅଣ-ଲାଭ ଫ୍ରିଡମ୍‌ ହାଉସ୍‌ ଭାରତକୁ ଏକ ମୁକ୍ତ ଗଣତନ୍ତ୍ରରୁ ଆଂଶିକ ମୁକ୍ତ ଗଣତନ୍ତ୍ରକୁ ହ୍ରାସ କରିଛି। ରିପୋର୍ଟ ଅନୁଯାୟୀ ହିନ୍ଦୁ ଜାତୀୟତାବାଦୀ ସରକାର ଏବଂ ଏହାର ସହଯୋଗୀମାନେ ସଂଖ୍ୟାଲଘୁଙ୍କୁ ପ୍ରଭାବିତ କରୁଥିବା ହିଂସା ତଥା ଭେଦଭାବ ନୀତି ଚଳାଇଥିଲେ। ଗଣମାଧ୍ୟମ, ଶିକ୍ଷକସମାଜ, ନାଗରିକମାନେ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ବା ଭିନ୍ନ ମତ ଦେଲେ ସେମାନଙ୍କ ଉପରେ ଅଙ୍କୁଶ ଲଗାଯାଇଛି। ୨୦୨୧ ମାର୍ଚ୍ଚ ୧୧ରେ ଏହାର ରିପୋର୍ଟରେ ଅଟୋକ୍ରାଟାଇଜେସନ ଟର୍ନ ଭାଇରାଲ, ଭି-ଡେମ ଭାରତକୁ ଗଣତନ୍ତ୍ରରୁ ଏକ ନିର୍ବାଚନୀ ଏକଚ୍ଛତ୍ରବାଦୀକୁ ହ୍ରାସ କରିଛି।
କ୍ଷମତାକୁ ନିରଙ୍କୁଶ କରିବା ପାଇଁ ବିରୋଧୀଙ୍କୁ ଧ୍ୱଂସ କରିବାକୁ ଚେଷ୍ଟା କରାଯାଉଛି। ଶାସନର ବିଫଳତାକୁ ଲୁଚାଇବା ପାଇଁ ଶାସକ ଶ୍ରେଣୀ ଓ କିଛି ବୁଦ୍ଧିଜୀବୀ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୭ ବର୍ଷର ଶାସନ ପରେ ମଧ୍ୟ ଭାଜପା କଂଗ୍ରେସକୁ ନିଜର ସମସ୍ତ ଅସୁବିଧା, ବିଫଳତା ପାଇଁ ଦାୟୀ କରିଛି। ଶାସକ ଶ୍ରେଣୀ, ଧନିକ ଶ୍ରେଣୀ, କର୍ପୋରେଟ୍‌ଙ୍କୁ ସୁହାଇଲା ପରି ( କର୍ପୋରେଟ ଟିକସ ହ୍ରାସ) ବା ଜନବିରୋଧୀ ନୀତିକୁ (ତୈଳ ଟିକସ ବୃଦ୍ଧି) ସାହସିକ ପଦକ୍ଷେପ ଭାବେ ପ୍ରଚାର କରି ଲୋକଙ୍କୁ ଭୂତାଇ ଦେଉଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଶାସକଙ୍କ ଭାବମୂର୍ତ୍ତି ନିର୍ମାଣ ତଥା ସୁରକ୍ଷା ପାଇଁ ବିପୁଳ ଭାବେ ଖର୍ଚ୍ଚ ହେଉଛି।
ଭବିଷ୍ୟତର ସୁନେଲି ରୋଚକ ଚିତ୍ର ସୃଷ୍ଟି କରାଯାଉଛି। ଲୋକମାନଙ୍କ ମଧ୍ୟରେ ପ୍ରଚାର ଦ୍ୱାରା ବିଶ୍ୱାସ ସୃଷ୍ଟି କରାଯାଉଛି ଯେ, ବର୍ତ୍ତମାନ ସେ ଯେଉଁ ପ୍ରକାର ଜୀବନ ବିତାଉଛନ୍ତି ତାହା ଟିକସଦାତାଙ୍କ ଅର୍ଥ ସରକାର ଖର୍ଚ୍ଚ କରି ତାହା ତାଙ୍କର ଦେଶବାସୀଙ୍କ ପାଇଁ ଅବଦାନ ବୋଲି ପ୍ରଚାର କରାଯାଉଛି ଏବଂ ସରକାର ବାହାବା ନେବାପାଇଁ ଚେଷ୍ଟା କରୁଛନ୍ତି। ଇସ୍ରାଏଲର ଏନ୍‌ଏସ୍‌ଓ ଦ୍ବାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏୱେର ମାଧ୍ୟମରେ ଫୋନ ଟ୍ୟାପିଂ ଓ ଟ୍ରାକିଂ ପ୍ରସଙ୍ଗରୁ ହୃଦ୍‌ବୋଧ ହେଉଛି ବ୍ୟକ୍ତିର ଗୋପନୀୟତା ଆଉ ସୁରକ୍ଷିତ ନୁହେଁ ଏବଂ ଦେଶରେ ଏକ ଅଘୋଷିତ ଜରୁରୀ ପରିସ୍ଥିତି ରହିଛି।
ମୋ: ୯୪୩୭୨୦୮୭୬୨
Email: skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?