Posted inଜାତୀୟ

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା; ଜୀବନ ହାରିଲେ ଛାତ୍ରୀ, ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ଚର୍ଚ୍ଚା

ନାଗପୁର, ୫।୬(ପି.ଟି.): ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଗତ ମେ ୩ ତାରିଖରେ ଅନୁଷ୍ଠିତ ଏନ୍‌ଇଇଟି(ୟୁଜି) ପରୀକ୍ଷା ଦେଇଥିଲେ। ଆଶା ଥିଲା ଭଲ ର଼୍ୟାଙ୍କ ରଖି ଏକ ଭଲ ମେଡିକାଲ କଲେଜରେ ନାମ ଲେଖାଇ ଡାକ୍ତରୀ ପାଠ ପଢ଼ିବେ। ହେଲେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ଉକ୍ତ ପରୀକ୍ଷାକୁ ବାତିଲ କରି ଦିଆଗଲା। ଶିକ୍ଷା ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ଅନେକ ଛାତ୍ରୀଛାତ୍ରଙ୍କ ମନୋବଳକୁ ଭାଙ୍ଗି ଦେଇଥିବାବେଳେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ମାତାପିତାଙ୍କ ଉଦ୍ଦେଶ୍ୟରେ ଯେଉଁ ଲେଖା ସେ ଲେଖିଯାଇଛନ୍ତି, ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଆଉ ଥରେ ପରୀକ୍ଷା ଦେବାକୁ ସାହସ ନାହିଁ, ମୋତେ କ୍ଷମା କରିଦେବ ବୋଲି ଏକ ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ନାଗପୁରର ଏକ କୋଚିଂ ସେଣ୍ଟରରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶର ୧୮ ବର୍ଷୀୟା ଆକାଂକ୍ଷା ଚତୁର୍ବେଦୀ। ଆକାଂକ୍ଷା ମେ ୨୦ରେ ଆତ୍ମହତ୍ୟା କରିଥିବାବେଳେ ମୃତ୍ୟୁ ପୂର୍ବରୁ ସେହି ହାତ ଲେଖା ଚିଠି ଏବେ ପରିବାର ଲୋକଙ୍କ ହସ୍ତଗତ ହୋଇଛି। ସେଥିରେ ଆକାଂକ୍ଷା ଲେଖିଥିଲେ, ‘ବାପା ଓ ବୋଉ, ତୁମର ବିଶ୍ୱାସ ଥିଲା ଯେ, ତୁମ ଝିଅ କଠିନ ପରିଶ୍ରମ କରି ଡାକ୍ତର ହେବ, କିନ୍ତୁ ପୁଣିଥରେ ଏନ୍‌ଇଇଟି ପରୀକ୍ଷା ଦେବାକୁ ମୋର ଆଉ ସାହସ ନାହିଁ। ମୁଁ ମୋର ପ୍ରଥମ ପ୍ରଚେଷ୍ଟାରେ ଭଲ ମାର୍କ ରଖିଥାନ୍ତି, କିନ୍ତୁ ଏବେ ମୁଁ ପୁଣି ଭଲ ପ୍ରଦର୍ଶନ କରିବି ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ମତେ କ୍ଷମା କରିଦେବ ବାପା-ବୋଉ’ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି।
ଆକାଂକ୍ଷାଙ୍କ ପିତା କୃଷ୍ଣ କୁମାର ଚତୁର୍ବେଦୀ କହିଛନ୍ତି, ପରୀକ୍ଷା ବାତିଲ୍‌ ହେବା ପରେ ଆକାଂକ୍ଷାଙ୍କ ବ୍ୟବହାରରେ ବହୁତ ବଡ଼ ପରିବର୍ତ୍ତନ ଆସିଥିଲା। ସେ ନିଜ ପ୍ରଦର୍ଶନକୁ ନେଇ ବହୁତ ଖୁସି ଥିଲା। କିନ୍ତୁ ପ୍ରଶ୍ନପତ୍ର ଲିକ୍‌ ଏବଂ ପରୀକ୍ଷା ବାତିଲ ଖବର ଆସିବା ମାତ୍ରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଏ ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଆକାଂକ୍ଷାଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନୁହେଁ ବରଂ ଭୁଶୁଡ଼ି ପଡ଼ିଥିବା ବ୍ୟବସ୍ଥାର ପରିଣାମ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri