Posted inଖେଳ

ମ୍ୟାଚ୍‌ ଛଡ଼ାଇ ନେଲେ ନିଶାମ, ଫିଲିପ୍ସ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସେମିଫାଇନାଲ ଆଶାକୁ ଧକ୍କା ଲାଗିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ନାମ୍ବିଆକୁ ୫୨ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏବେ ନ୍ୟୁଜିଲାଣ୍ଡ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ତା’ର ପରବର୍ତ୍ତୀ ତଥା ଅନ୍ତିମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ।

ଟସ୍‌ ଠାରୁ ଆରମ୍ଭ କରି ୧୬ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା ନାମ୍ବିଆ। ନ୍ୟୁଜିଲାଣ୍ଡ ୧୬ ଓଭରରେ ୪ ପ୍ରମୁଖ ଉଇକେଟ ହରାଇ ୯୬ ରନ୍‌ କରିଥିଲା। କିନ୍ତୁ ଅନ୍ତିମ ୪ ଓଭରରେ ମ୍ୟାଚ୍‌ର ମଙ୍ଗ ବଦଳାଇ ଦେଇଥିଲା ଗ୍ଲେନ ଫିଲିପ୍ସ ୩୫ (୧ ଚୌକା ଓ ୩ ଛକା) ଓ ଜେମ୍ସ ନିଶାମ ୩୫ (୧ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦୁହେଁ ୫ମ ଉଇକେଟ ପାଇଁ ୭୭ ରନ୍‌ ଯୋଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୬୩ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡର ବୋଲରମାନେ ପ୍ରତିପକ୍ଷ ବ୍ୟାଟରଙ୍କୁ ସୁଯୋଗ ଦେଇ ନ ଥିଲେ। ଫଳରେ ନାମ୍ବିଆ ୨୦ ଓଭରେ ୭ ଉଇକେଟ ୧୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଟିମ୍‌ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ୨ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାନ୍ତା ବେଶରେ ପିଲାଙ୍କ ପାଖରେ ପହଞ୍ଚିଲେ କୋହଲି

ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୂମ୍‌ଧାମରେ ପାଳନ କରନ୍ତି। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ କ୍ରିସ୍‌ମାସ ପାଳନ କରାଯାଏ। ଯାହା ବିଶ୍ୱାସ...

ବିମାନରେ ଏକୁଟିଆ ଯିବାକୁ ଏହି କ୍ରିକେଟର୍‌ଙ୍କୁ ଲାଗେ ଭୟ: ବିଦେଶ ଗସ୍ତରେ ଯିବାକୁ କଲେ ମନା

ଇସଲମାବାଦ,୧୪।୪: ପାକିସ୍ତାନର ଲେଗ ସ୍ପିନର ଶାଦବ ଖାନ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଜିମ୍ବାୱେ ଗସ୍ତ ପାଇଁ ଟି -୨୦...

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ଖେଳାଳି

ବେଙ୍ଗାଲୁରୁ, ୧୦।୮: ଭାରତୀୟ ହକି ଦଳର ଫର୍‌ଓ୍ବାର୍ଡ ମନ୍‌ଦୀପ୍‌ ସିଂ ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଘାତକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବାରେ ସେ...

କ୍ରିକେଟ ପାଇଁ ବିଷ୍ଣୋଇ ଛାଡ଼ିଥିଲେ ଦ୍ୱାଦଶ ବୋର୍ଡ ପରୀକ୍ଷା

ଜୟପୁର,୧୦।୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳ ପାଇଁ ସଫଳ ପ୍ରଦର୍ଶନ କରିଥିବା ବୋଲର ରବି ବିଷ୍ଣୋଇଙ୍କ ସମ୍ପର୍କରେ କିଛି ରୋଚକ କଥା...

ଡବ୍ଲ୍ୟଟିସି ପୂର୍ବରୁ ଭାରତକୁ ଶକ୍ତ ଧକ୍କା

ସାଉଥାମ୍ପଟନ,୧୩।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ବିରାଟ...

ଭାଙ୍ଗିପଡିଲେ କିଙ୍ଗ୍‌ ଖାନ୍‌: ସର୍ବସାଧାରଣରେ ମାଗିଲେ କ୍ଷମା

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ କେକେଆର୍‌ ଜିତିବା ନିଶ୍ଚିନ୍ତ...

ଶୁଟିଂରେ ତୋମାରଙ୍କୁ ଅଲିମ୍ପିକ୍‌ କୋଟା

ଦୋହା,୧୦।୧୧(ପି.ଟି.)- ସ୍ବଳ୍ପ ବୟସ୍କ ଶୁଟର ଐଶ୍ୱାରି ପ୍ରତାପ ସିଂ ତୋମାର ଭାରତ ପାଇଁ ରେକର୍ଡ ୧୩ତମ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ୧୮ ବର୍ଷୀୟ ତେମାର...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଶରନଙ୍କ ଅଗ୍ରଗତି, ବୋପାନ୍ନା ଆଉଟ୍‌

ମେଲବୋର୍ନ,୨୩।୧(ପିଟି)- ଅଷ୍ଟ୍ରେଲିଆନ ଓପନରେ ଭାରତୀୟ ଖେଳାଳିମାନେ ପୁରୁଷ ଡବଲ୍ସରେ ମିଶ୍ର ପ୍ରଦର୍ଶନ କରିଛନ୍ତି। ଦିଭିଜ ଶରନ ତାଙ୍କ ନ୍ୟୁଜିଲାଣ୍ଡ ପାର୍ଟନର ଆର୍ଟିମ ସିଟାକଙ୍କ ସହ ଦ୍ୱିତୀୟ...

Advertisement
Archives

Model This Week