୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି ଆଗରେ ସମସ୍ତ ଦେଶବାସୀଙ୍କ ମୁଣ୍ଡ ଆପଣାଛାଏଁ ନଇଁ ଯାଇଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ନିମଚ ଜିଲାର ଜିରନ ଗାଁରେ । ଯେତେବେଳେ ଜଣେ ଯବାନ ଦୀର୍ଘ ୧୭ ବର୍ଷ ପରେ ସେନାରୁ ଅବସର ନେଇ ଗାଁରେ ପହଞ୍ଚିଲେ ସେତେବେଳେ ଗାଁଲୋକେ ତାଙ୍କ ପାଦ ମାଟିରେ ପଡିବାକୁ ଦେଲେ ନାହିଁ । ବରଂ ନିଜ ନିଜର ହାତ ପାପୁଲି ରଖି ତାଙ୍କୁ ଗାଁ ଭିତରକୁ ସ୍ୱାଗତ କଲେ । ଯବାନ ବିଜୟ ବି ସିଂ ଏଭଳି ସ୍ୱାଗତ ପାଇବା ପରେ ନିଜକୁ ଗର୍ବି ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ସେ ୨୦୦୪ ଜନୁୟାରୀ ୩ରେ ସେନାରେ ଯୋଗ ଦେଇଥିଲେ । ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବା ପରେ ଜମ୍ମୁ-କଶ୍ମୀର, କାରଗିଲ, ଲେହ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକାନେରରେ କାର୍ଯ୍ୟ କରିଛନ୍ତି । ଏବେ ସେ ଅବସର ନେଇ ଗାଁର ଯେଉଁ ଯୁବକମାନେ ସେନାରେ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ସେ ଟ୍ରେନିଂ ବା ପ୍ରଶିକ୍ଷଣ ଦେବେ ବୋଲି କହଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା

ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି...

ମୁଁ ଏନସିପିରେ ଅଛି, ଶରଦ ପାଓ୍ବାର ମୋ ନେତା: ଅଜିତ ପାଓ୍ବାର

ମୁମ୍ବାଇ,୨୪।୧୧: ଭାଜପା ଏବଂ ଏନସିପି ମେଣ୍ଟ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବେ ବୋଲି ପୁଣି ନିଜ ମନ୍ତବ୍ୟ ଦୋହରାଇଛନ୍ତି...

ପବ୍ଲିକ ହେଲ୍‌ଥରେ ଅଧିକ ନିବେଶ ହେବ

ନୂଆଦିଲ୍ଲୀ,୧୮।୫: ପବ୍ଲିକ୍‌ ହେଲ୍‌ଥ ସିଷ୍ଟମରେ ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ସ୍ବାସ୍ଥ୍ୟସେବା ଯୋଗାଣ କରୁଥିବା ଅନୁଷ୍ଠାନଗୁଡିକରେ...

ଓ୍ବାଜୁଖାନା ସିଲ୍‌ ପରେ କଡ଼ା ସୁରକ୍ଷାରେ ହେଲା ନମାଜ ପାଠ

ବାରାଣସୀ,୨୧।୫: ଜ୍ଞାନବାପି ମସ୍‌ଜିଦ ସର୍ଭେ ରିପୋର୍ଟରେ ସେଠାରେ ହିନ୍ଦୁ ଦେବଦେବୀଙ୍କ ଭଗ୍ନାବଶେଷ, ତ୍ରିଶୂଳ ଓ ସ୍ବସ୍ତିକ ଚିହ୍ନ ରହିଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଛି। ଫଳରେ...

ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା...

ହିମାଳୟ ପାଇଁ ଖୋଲିବ ଜଳବାୟୁ କେନ୍ଦ୍ର

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ହିମାଳୟ ପାର୍ବତ୍ୟାଞ୍ଚଳ ପାଇଁ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ଖୋଲିବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି। ଏହା କେବଳ ଆମ ଦେଶକୁ...

ହେଲିକପ୍ଟର ଦୁର୍ଘଟଣାର ଭିଡିଓ କରିଥିବା ଫୋନକୁ ନେଇଗଲେ

କୁନୁର(ତାମିଲନାଡୁ),୧୩ା୧୨: ଗତ ୮ ତାରିଖରେ ଘଟିଥିବା ବାୟୁ ସେନା ହେଲକପ୍ଟର ଦୁର୍ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କ ଫୋନକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାରେ...

Advertisement
Archives

Model This Week