ନୂଆଦିଲ୍ଲୀ୨୫।୭(ପି.ଟି.): ଭାରତୀୟ କ୍ରୀଡ଼ାର ଉନ୍ନତି ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ୨୦୨୮ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନିତ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସରକାରଙ୍କ ‘ଟାର୍ଗେଟ୍ ଅଲିମ୍ପିକ ପୋଡିୟମ ଜୁନିୟର ସ୍କିମ୍’ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏଥିରେ ସରକାର କୌଣସି ହେଳା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
‘ଟାର୍ଗେଟ ଅଲିମ୍ପିକ ପୋଡିୟମ ଜୁନିୟର ସ୍କିମ୍’ ମାଧ୍ୟମରେ ୧୦ ଓ ୧୨ ବର୍ଷର ପିଲାଙ୍କୁ ଚିହ୍ନଟ କରି ଲସ୍ ଏଞ୍ଜେଲସ ଅଲିମ୍ପିକ୍ ପାଇଁ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ରହିଛି। ଭାରତକୁ ଏକ ସ୍ପୋର୍ଟିଂ ପାଓ୍ବାର ହାଉସ୍ ବନାଇବା ଆମର ଲକ୍ଷ୍ୟ ବୋଲି ଇଣ୍ଡିଆ ଟୁଡେ ମାଇଣ୍ଡ୍ରକ୍ସ ଇଭେଣ୍ଟରେ ଯୋଗ ଦେଇ ସେ କହିଛନ୍ତି।
ଏହି ଯୁବ ପ୍ରତିଭାସମ୍ପର୍ଣ୍ଣ ଖେଳାଳିଙ୍କୁ ବିଶ୍ୱସ୍ତରୀୟ କୋଚିଂର ସୁବିଧା ସୁଯୋଗ ଦିଆଯିବ। ଯାହା ଫଳରେ ୧୦-୧୩ ବର୍ଷର ପିଲା ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ ଚାମ୍ପିୟନ ହେବା ପାଇଁ ପ୍ରସ୍ତୁତ ହୋଇପାରିବେ। ଏହି ସ୍କିମ୍ ମାଧ୍ୟମରେ ଆମେ ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବୁ। ଏଥିସହିତ ଭାରତୀୟ କୋଚ୍ମାନଙ୍କ ଦକ୍ଷତା ବଢାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବୁ। କୋଚ୍ମାନଙ୍କର ୨ ଲକ୍ଷ ଟଙ୍କା ସାଲାରି କ୍ୟାପ୍କୁ ମଧ୍ୟ ବାତିଲ କରାଯାଇଛି। ପୁଣି କୋଚ୍ମାନଙ୍କ କାର୍ଯ୍ୟକାଳକୁ ମଧ୍ୟ ବଢାଯାଇଛି। ଏହ ସବୁ ପଦକ୍ଷେପ କ୍ରୀଡ଼ା ଉନ୍ନତିରେ ସହାୟକ ହେବ ବୋଲି ସେ କହିଛନ୍ତି। ୨୦୨୮ ବେଳକୁ ଭାରତ କିପରି ମେଡାଲ ତାଲିକାରେ ଟପ୍-୧୦ରେ ସ୍ଥାନ ପାଇବେ ସେ ନେଇ ଯୋଜନା କରାଯିବା ସହ ଏଗୁଡିକୁ କାର୍ଯ୍ୟକାରୀ କରାଯିବ। ଭାରତକୁ ଏକ ସ୍ପୋଟର୍ସ ପାଓ୍ବାର ହାଉସ୍ରେ ପରିଣତ କରିବାକୁ ହେଲେ ଦେଶରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବାକୁ ପଡିବ ବୋଲି ରିଜିଜୁ କହିଛନ୍ତି।
ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର
ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…
ଏଇ ଭାରତରେ
ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…
ଅଶୀ ଦଶକର ସ୍ମୃତି
ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…
ଦୂର ଅତୀତର ଗାଁ ହାଟ
ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…
ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ
ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…
ଏସ୍ଇବିସି ପାଇଁ କମିଶନ ଗଢ଼ିଲେ ସରକାର
ଭୁବନେଶ୍ୱର, ୮।୧୦(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…
ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…
ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ
ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

