ଶାହା, ଜୟଶଙ୍କରଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ୟୁକ୍ରେନ୍‌ ଉପରେ ରୁଷିଆ ଜୋରଦାର ଆକ୍ରମଣ ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ୍‌ରେ ଫସିଯାଇଥିବା ଭାରତୀୟ, ବିଶେଷକରି ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତାର ବିଷୟ ହୋଇଛି। ୟୁକ୍ରେନ୍‌ରୁ ଭାରତୀୟମାନେ ଭିଡିଓ ଜରିଆରେ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ୁଛନ୍ତି। ଆତ୍ମୀୟସ୍ବଜନମାନଙ୍କୁ ଫେରାଇ ଆଣିବା ପାଇଁ ବହୁ ଲୋକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ନେହୁରା ହେଉଥିବାର ଏକାଧିକ ଦୃଶ୍ୟ ସାମ୍ନାକୁ ଆସିଲାଣି। ଏଭଳି ସଙ୍କଟକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଶୁକ୍ରବାର ଆଲୋଚନା କରିଛନ୍ତି। ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ର, ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି, ଭାରତ ସରକାର ୟୁକ୍ରେନ୍‌ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ମଧ୍ୟ ସମାନ ଆଶ୍ୱାସନା ଦେଇଛନ୍ତି। ଯୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଏହି କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦାୟିତ୍ୱ ପ୍ରଦୀପ ଜେନା ତୁଲାଇବା ସହିତ ଓଡ଼ିଆମାନେ କିପରି ସୁରକ୍ଷିତ ଭାବେ ରାଜ୍ୟକୁ ଫେରିବେ ତା’ର ଦାୟିତ୍ୱ ନେବେ। ଦିଲ୍ଲୀରେ ଥିବା ରେସିଡେଣ୍ଟ କମିଶନର ରବି କାନ୍ତ ଭାରତ ସରକାରଙ୍କ ସହ ଏନେଇ ଯୋଗାଯୋଗ ରକ୍ଷା କରିବେ। ଏହାସହ ଏହି ସମୟରେ ସବୁ ଜିଲା ପ୍ରଶାସନ ଯେଉଁମାନଙ୍କ ପରିବାରର ଛାତ୍ରୀଛାତ୍ର କିମ୍ବା ଶ୍ରମିକ ୟୁକ୍ରେନ୍‌ରେ ରହିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରି ଦାୟିତ୍ୱର ସହ ଉକ୍ତ କାର୍ଯ୍ୟରେ ସହଯୋଗ କରିବେ।
ସୂଚନା ମୁତାବକ, ଦିଲ୍ଲୀସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଏକ ସେଲ୍‌ ଖୋଲାଯାଇଛି। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ବତନ୍ତ୍ର ସେଲ୍‌ ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଏହି ସେଲ୍‌ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ବୟ ରଖିବ। ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ସ୍ବତନ୍ତ୍ର ସେଲ୍‌କୁ ଯୋଗାଯୋଗ କରିବା ଲାଗି ହ୍ବାଟ୍ସଆପ୍‌ ଓ ଲ୍ୟାଣ୍ଡଲାଇନ ଏବଂ ଇ-ମେଲ୍‌ ଜାରି କରାଯାଇଛି। ଜାରି ହୋଇଥିବା ମୋବାଇଲ ହ୍ବାଟ୍ସଆପ୍‌ ନମ୍ବର ହେଉଛି ୮୫୨୭୫୮୦୨୪୫। ଲ୍ୟାଣ୍ଡଲାଇନ୍‌ ନମ୍ବର ହେଲା ୦୧୧-୨୩୦୧୨୭୫୧। ସେହିପରି ଇମେଲ୍‌-re.odisha@gmail.com/resem-or@aic.inରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ୟୁକ୍ରେନ୍‌ରେ ଫସିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଝାରସୁଗୁଡ଼ା ଜିଲାର ୨୦ରୁ ଅଧିକ ଥିବା ଜଣାପଡ଼ିଛି। ଏହାବ୍ୟତୀତ ମୟୂରଭଞ୍ଜ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, ସମ୍ବଲପୁର ଅଞ୍ଚଳର ବହୁ ପିଲା ୟୁକ୍ରେନ୍‌ରେ ଫସି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri