Posted inଫୁରସତ

ନାକରେ ଲାଗିବ ଏୟାର ପ୍ୟୁରିଫାୟର

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଲୋକେ ମାସ୍କ ପିନ୍ଧିବା ସହିତ ଘରେ ଏୟାର ପ୍ୟୁରିଫାୟର ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ଆପଣ ଯେଉଁ ସ୍ଥାନରେ ଥିଲେ ବି ଏୟାର ପ୍ୟୁରିଫାୟର ଲଗାଇଥିବାର ଫାଇଦା ପାଇପାରିବେ। କାହିଁକିନା ଏବେ ଏମିତି ଏକ ଛୋଟ ଏୟାର ପ୍ୟୁରିଫାୟର ତିଆରି କରାଯାଇଛି ଯାହାକୁ ସିଧାସଳଖ ନାକରେ ପିନ୍ଧିପାରିବେ।
ଦିଲ୍ଲୀର ଷ୍ଟାର୍ଟଅପ୍‌ ନାନୋକ୍ଲିନ୍‌ ଗ୍ଲୋବାଲ୍‌ ତିଆରି କରିଛି ଏୟାର ପ୍ୟୁରିଫାୟର ନାସୋ-୯୫। ଏନ୍‌-୯୫ ମାସ୍କ ଭଳି ଏହା ନାଜାଲ ଫିଲ୍‌ଟର୍‌ ରୂପେ କାମ କରିଥାଏ। ତେଣୁ ନାସୋ-୯୫କୁ ନାକରେ ଲଗାଇବା ଫଳରେ ତାହା ବାୟୁମଣ୍ଡଳରେ ଥିବା ଧୂଳି, ଭାଇରସ୍‌ କିମ୍ବା ବ୍ୟାକ୍ଟେରିଆକୁ ଭିତରକୁ ପଶିବାକୁ ଦେଇ ନ ଥାଏ। ନାସୋ-୯୫କୁ ଚାରୋଟି ଭିନ୍ନ ଭିନ୍ନ ସାଇଜ୍‌ରେ ତିଆରି କରାଯାଇଛି। ତେଣୁ ବୟସ୍କଙ୍କ ସହିତ ସବୁ ବୟସର ପିଲାମାନେ ମଧ୍ୟ ଏହାକୁ ବେଶ୍‌ ଆରାମରେ ବ୍ୟବହାର କରିପାରିବେ। କମ୍ପାନୀର ଦାବି ଅନୁସାରେ ଏହା ସାଧାରଣ ମାସ୍କ ତୁଳନାରେ ଅଧିକ ଫଳପ୍ରଦ। ଏହା ସହିତ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପରୀକ୍ଷା କରାଯାଇ ସାରିଛି। ଏହି ଉପକରଣଟି ବାୟୁମଣ୍ଡଳରେ ରହିଥିବା ଅନ୍ୟ ବିଷାକ୍ତ ପଦାର୍ଥଠାରୁ ମଧ୍ୟ ରକ୍ଷା କରିପାରିବ। ତେଣୁ ଫୁସଫୁସ୍‌ କ୍ୟାନସର କିମ୍ବା ଅନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିବ। ଖୁବଶୀଘ୍ର ଏହା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବଜାରକୁ ଆସିବ ବୋଲି କମ୍ପାନୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

ଲକ୍ଷ୍ନୌ,୭।୧୦: ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବରେଲିର ପୂର୍ବତନ ଭାଜପା ଏମପି ଧର୍ମେନ୍ଦ୍ର କଶ୍ୟପଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?