ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୮(ବ୍ୟୁରୋ): ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ମାନ୍ୟତା ପାଇଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ କରାଯାଇଥିବା ‘ମୁଡ୍‌ ଅଫ୍‌ ଦି ନେଶନ’ ସର୍ଭେରେ ନବୀନଙ୍କ ପ୍ରଦର୍ଶନ ଉପରେ ଓଡ଼ିଶାର ୭୮% ଲୋକ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ସମସ୍ତ ରାଜ୍ୟର ଲୋକଙ୍କୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସପକ୍ଷରେ ୬୩% ଉତ୍ତରଦାତା ମତ ଦେଇଥିବାବେଳେ ୬୧% ସମର୍ଥନ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଓଡ଼ିଶାର ୭୮.୧% ଲୋକ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି। ୬ ମାସ ପୂର୍ବରୁ ଏହି ହାର ୭୧% ଥିଲା। ନବୀନ ହେଉଛନ୍ତି ଓଡ଼ିଶାରେ ଅଦ୍ୟାବଧି ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହୋଇଥିବା ନେତା। ରାଜ୍ୟରେ ଦୁଇ ଦଶନ୍ଧି ଧରି ତାଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରିପାରି ନାହାନ୍ତି। ୨୦୨୧ ଜାନୁୟାରୀରେ ମଧ୍ୟ ନବୀନ ୫୧% ଲୋକଙ୍କ ପଜିଟିଭ୍‌ ରେଟିଙ୍ଗ୍‌ସ ପାଇ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ହେଉ ସବୁ ବିଚାର

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ଅନେକ ପିଟିଶନ ବିଚାରାଧୀନ ରହିଛି। ସେହି ସମସ୍ତ...

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ ନିର୍ମାଣ କାର୍ଯ୍ୟ ବନ୍ଦଥିବାବେଳେ ସେଣ୍ଟ୍ରାଲ ଭିଷ୍ଟାରେ କାହିଁକି ରହିଛି ଜାରି…

ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିବା ସହିତ ପ୍ରଶ୍ନ କରିଛନ୍ତି। ଶୀର୍ଷ କୋର୍ଟ...

କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ...

ଫଡ୍‌ନବିସ ହେବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏଥିରେ ଅନୂ୍ୟନ ୧୫ ଜଣ ମନ୍ତ୍ରୀ ସାମିଲ...

ନିଜ ଟ୍ରେନିଂ ଏକାଡେମୀ ଉପରେ ଚଢ଼ାଉ ପରେ ସିବିଆଇକୁ ଧରିଲା ସିବିଆଇ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପାଇଁ ଗୁରୁବାର ଏକ କଳା ଦିନ କହିଲେ ଭୁଲ ହେବ ନାହିଁ। ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ଲାଗି ଦେଶର...

ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି, ବଦଳିବନି ନାଁ , ଘୁଞ୍ଚିବନି ରିଲିଜ୍‌ ତାରିଖ

ନୂଆଦିଲ୍ଲୀ,୨୪।୨: ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି...

୧୦ କୃଷି ପାଣିପାଗ ଅଞ୍ଚଳ ପାଇଁ ଆପତ୍‌କାଳୀନ ଯୋଜନା ପ୍ରସ୍ତୁତ

ପୁରୀ ଅଫିସ/କଟକ ଅଫିସ, ୧୧।୭: ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ଘରୋଇ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ବିଭିନ୍ନ ମହଲରେ ଦୃଢ...

୭ ମାସରେ ୭୪୨ ଯକ୍ଷ୍ମା ପୀଡ଼ିତ

ପୁରୀ ଅଫିସ,୨୩।୮: ଯକ୍ଷ୍ମା ସଂକ୍ରମିତ ଚିହ୍ନଟ କ୍ଷେତ୍ରରେ ରାଜ୍ୟରେ ପୁରୀ ଜିଲା ୩ନମ୍ବର ସ୍ଥାନରେ ରହିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏହାକୁ ସଫଳତା କହୁଥିବାବେଳେ ଜିଲାରେ...

Advertisement
Archives

Model This Week