ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ବର୍ତ୍ତମାନର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରେ ସପ୍ତମ ଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୋଲସରା କ୍ଷେତ୍ରରୁ ହ୍ୟାଟ୍ରିକ ଲକ୍ଷ୍ୟ ରଖି ମଇଦାନରେ ଅଛନ୍ତି। କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ, ଖଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ଦ୍ୱିତୀୟ ଥର ଲେଖାଏଁ ଭୋଟ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଛତ୍ରପୁରରୁ ସୁବାସ ବେହେରା ମଧ୍ୟ ଦ୍ୱିତୀୟ ଥର ବିଜେଡିରୁ ରିପିଟ ହୋଇଛନ୍ତି।
୨୦୧୯ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଭାବେ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ବିକ୍ରମ କୁମାର ପଣ୍ଡାଙ୍କୁ ଏଥର ଗୋପାଳପୁର ପ୍ରାର୍ଥୀ କରାଯାଇଛି। ସେ ମଧ୍ୟ ଦ୍ୱିତୀୟ ଥର ଶଙ୍ଖ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ୫ ଥର ବିଧାନସଭାକୁ ଜନତା ଦଳ ଓ ବିଜେଡି ବିଧାୟକ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବ୍ରହ୍ମପୁର କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରିଛି। ସେ ଏଥର ପଦ୍ମ ଦଳ ସହ କଡ଼ା ମୁକାବିଲାର ସାମ୍ନା କରୁଛନ୍ତି। ଅନ୍ୟପକ୍ଷରେ ଚିକିଟିରୁ ଉଷା ଦେବୀ ଓହରିଯାଇ ତାଙ୍କ ପୁଅ ଚିନ୍ମୟାନନ୍ଦ ଦେବ ବିଜେଡି ଟିକେଟ ପାଇଛନ୍ତି। ଦିଗପହଣ୍ଡିର ଶଙ୍ଖ ଦଳ ପକ୍ଷରୁ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ସଂଘମିତ୍ରା ସ୍ବାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ସାନଖେମୁଣ୍ଡି ଆସନରୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ବିଜେଡି ଟିକେଟ ମିଳିଛି।
ବିପ୍ଲବ, ଚିନ୍ମୟାନନ୍ଦ, ସୁଲକ୍ଷଣା ଓ ସଂଘମିତ୍ରା ପ୍ରଥମଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ଭାଜପା ଓ ଜଣେ କଂଗ୍ରେସର ଟାଣୁଆ ନେତାଙ୍କ ସହ ଲଢ଼େଇ କରିବାର ସ୍ପଷ୍ଟ ହୋଇଛି। ଜିଲାର ୧୩ ବିଧାନସଭା କ୍ଷେତ୍ର ମଧ୍ୟରୁ ୫ ଆସନରେ ଗତ ନିର୍ବାଚନ ଭଳି ବିଜେଡି ମହିଳା ପ୍ରାର୍ଥୀ ଦେଇଥିବା ବେଳେ ଭାଜପା ଜଣେ ବି ମହିଳାଙ୍କୁ ପ୍ରାର୍ଥୀ କରିନାହିଁ। କଂଗ୍ରେସ କେବଳ ଆସିକାରେ ମହିଳା ପ୍ରାର୍ଥୀ ଦେଇଛି। ହିଞ୍ଜିଳି ବ୍ୟତୀତ ଅନ୍ୟ ଆସନଗୁଡ଼ିକରେ ମୁଖ୍ୟ ବିରୋଧୀ ଦଳ ପ୍ରାର୍ଥୀଙ୍କ ସହ ବିଜେଡିର ଫାଇଟ ହେବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?