ଯୁଦ୍ଧର ଭ୍ରମ ସୃଷ୍ଟିକଲା ନୌସେନା ମକ୍‌ଡ୍ରିଲ୍‌

ପୁରୀ,୨୯ା୧୧(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ଡିସେମ୍ବର ୪ରେ ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ପକ୍ଷରୁ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ଜିଲା ପ୍ରଶାସନ ସମେତ ନୌସେନା ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ପୁରୀରେ ପ୍ରଥମଥର ପାଇଁ ନୌସେନାର ବିଭିନ୍ନ ରଣକୌଶଳ କାର୍ଯ୍ୟକ୍ରମ ହେବାକୁ ଯାଉଥିବାରୁ ପୁରୀବାସୀ ଓ ପର୍ଯ୍ୟଟକ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନୌସେନା ଦିବସ ପାଳନ ପୂର୍ବରୁ ଗୁରୁବାର ପୁରୀ ଆକାଶ ଓ ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ ସୃଷ୍ଟି ହୋଇଛି। ଚାରିପଟେ ଯୁଦ୍ଧ ଜାହାଜ ଓ ଟ୍ୟାଙ୍କ ପ୍ରସ୍ତୁତ ହୋଇ ରହିଥିବାବେଳେ ମକ୍‌ ଡ୍ରିଲ କରାଯାଉଛି। ସ୍ବତନ୍ତ୍ର କମାଣ୍ଡୋ ଅପରେଶନ ଓ ଭିନ୍ନ ଭିନ୍ନ ସମର କୌଶଳକୁ ନେଇ ବ୍ଲୁ ଫ୍ଲାଗ ବିଚ୍‌ରେ ଟ୍ୟାଙ୍କ୍‌, ଗାଡ଼ି, ଜାହାଜ, ବିମାନ ସମେତ ବିଭିନ୍ନ ଉପକରଣ ପହଞ୍ଚିଛି। ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଏହାକୁ ଦେଖି ଖୁସି ହେଉଛନ୍ତି। ଗୁରୁବାର ଅପରାହ୍ନରେ ସମୁଦ୍ର ତଟରେ ନୌସେନାର ପ୍ରାୟ ୧୦ଟି ଯୁଦ୍ଧ ଜାହାଜ ଲାଗିଥିବା ଦେଖିବାକୁ ମିଳିଥିବାବେଳେ ଆକାଶମାର୍ଗରେ ହେଲିକପ୍ଟରଗୁଡ଼ିକ ଘନ ଘନ ପଇଁତରା ମାରିଥିଲା। ଡିସେମ୍ବର ୪ରେ ପୁରୀ ପେଣ୍ଠକଟା ବେଳାଭୂମିରୁ ଲାଇଟ୍‌ ହାଉସ୍‌ ବା ମୁହାଣ ପର୍ଯ୍ୟନ୍ତ ନୌସେନା ଦିବସର ମଜା ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ ଓ ଦର୍ଶକ ନେଇପାରିବେ। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୩୦୦ରୁ ଊଦ୍ଧର୍‌ବ ବରିଷ୍ଠ ଅଧିକାରୀ ପୁରୀରେ ମୁତୟନ ହେବେ ବୋଲି ସୂଚନା ମିଳିଛି।
ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦାନ କରିବେ। ତେଣୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିକୋଣରୁ ପୁରୀକୁ ହାଇ ଆଲର୍ଟରେ ରଖାଯାଇଥିବା ବେଳେ ସହର ସମେତ ପୁରୀ ବେଳାଭୂମି ବିଶେଷ କରି ବ୍ଲୁ ଫ୍ଲାଗ ବିଚ୍‌ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବୁଧବାର ଓ ଗୁରୁବାର ବେଳାଭୂମିରେ ନୌସେନା ପକ୍ଷରୁ ମକ୍‌ଡ୍ରିଲ୍‌ କରାଯାଇଛି। ଗୁରୁବାର ଅପରାହ୍ନରେ ପୁରୀ ଆକାଶରେ ଭାରତୀୟ ସେନାର ଅନେକ ଲଢୁଆ ହେଲିକପ୍ଟର ସହ ମିଗ୍‌ ଓ ଯୁଦ୍ଧ ବିମାନ ଚିତ୍ତାକର୍ଷକ ରଣ କୌଶଳ ପ୍ରଦର୍ଶନ କରିଥିଲା। ସେହିପରି ପୂର୍ତ୍ତ ସଚିବଙ୍କ ସମେତ ନୌସେନା ଅଧିକାରୀ ଓ ଜିଲାପାଳ ବ୍ଲୁ ଫ୍ଲାଗ୍‌ ବେଳାଭୂମି ବୁଲି ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ନୌସେନା ଦିବସ ପାଇଁ ଆଗାମୀ ଦିନରେ ବ୍ୟାପକ କଟକଣା ଜାରି ହେବ। ସୁରକ୍ଷା ଦୃଷ୍ଟିକୋଣରୁ ସେନାର ଅଭ୍ୟାସ ସମୟରେ ବେଳାଭୂମିକୁ ପର୍ଯ୍ୟଟକଙ୍କ ଗମନାଗମନ ଉପରେ କଟକଣା ଲାଗୁ କରାଯିବା ନେଇ ଯୋଜନା ହେଉଛି। ନୌସେନା ଦିବସରେ ଯୁଦ୍ଧ କୌଶଳ ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଜନସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯିବ। ବିଭିନ୍ନ ବର୍ଗଙ୍କ ପାଇଁ ପାର୍କିଂ ଜୋନ୍‌ କରାଯାଇଛି ବୋଲି ସ୍ବାଇଁ କହିଛନ୍ତି। ସେହିପରି ସେନା ଅଧିକାରୀ ପ୍ରଦୀପ ପଟେଲ କହିଛନ୍ତି, ଆସନ୍ତା ୪ ତାରିଖରେ ନେଭି ପକ୍ଷରୁ ବିଭିନ୍ନ ରଣ କୌଣଳ ପ୍ରଦର୍ଶନ କରାଯିବ। ନୌସେନା କିପରି ଦେଶକୁ ସୁରକ୍ଷା ଯୋଗାଉଛି, ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ। ୨୫ଟି ଯୁଦ୍ଧ ଜାହାଜ ଜଳପଥରେ ଓ ୪୦ଟି ଯୁଦ୍ଧ ବିମାନରେ ନୌସେନା ଅଧିକାରୀମାନେ ଆକାଶମାର୍ଗରେ କୌଶଳ ପ୍ରଦର୍ଶନ କରିବେ। ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ିଛି। ଦିନେ ଦୁଇଦିନ ମଧ୍ୟରେ ନୌସେନାର ଆଡମିରାଲ୍‌ ପୁରୀରେ ପହଞ୍ଚତ୍ବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?