ଏଇ ଭାରତରେ

ସକାଳୁ ଉଠି ମହମ୍ମଦ ଆବାଦ ଅଟୋ ନେଇ ବାହାରି ଯାଉଛନ୍ତି ଲୋକସେବା ପାଇଁ। ରାଜସ୍ଥାନ ଛୁରୁ ଜିଲା ସୁଜାନଗଡ଼ ନିବାସୀ ଆବାଦ ଅଟୋରେ ଲୋକମାନଙ୍କୁ ନେଉନାହାନ୍ତି ବରଂ ନେଉଛନ୍ତି ପାଣି। ସହରର ଜନଗହଳି ସ୍ଥାନରେ ମାଗଣାରେ ଲୋକମାନଙ୍କୁ ଥଣ୍ଡା ଫିଲ୍‌ଟର ପାଣି ପିଇବାକୁ ଦେଉଛନ୍ତି। ଆବାଦ ସୌରଶକ୍ତିଚାଳିତ ଅଟୋକୁ ଚଳନ୍ତି ପାଣିଟାଙ୍କି କରିଦେଇଛନ୍ତି ଓ ଏହାର ନାମ ଦେଇଛନ୍ତି ‘ଶୁଦ୍ଧ ଫିଲ୍‌ଟର ପାଣି’। ଏହାକୁ ସେ ‘ଓ୍ବାଟର ହଟ୍‌’ ବି କହନ୍ତି। ଆବାଦଙ୍କୁ ବର୍ତ୍ତମାନ ବୟସ ୪୮। ସେ ଏହି ସେବା ଗତ ୫ ବର୍ଷ ହେବ କରି ଆସୁଛନ୍ତି। ସକାଳ ୬ରୁ ପାଣି ନେଇ ବାହାରି ଯାଆନ୍ତି ଓ ଫେରନ୍ତି ସନ୍ଧ୍ୟାରେ। ପ୍ରତିଦିନ ତାଙ୍କ ଓ୍ବାଟର ହଟ୍‌ରୁ ପାଖାପାଖି ୩,୦୦୦ ଲୋକ ପାଣି ପିଉଛନ୍ତି ବୋଲି କହନ୍ତି ଆବାଦ। ସରକାରୀ ଅଫିସ, ଡାକ୍ତରଖାନା ଓ କୋର୍ଟ ପାଖରେ ୩୦ ମିନିଟ୍‌ ପାଖାପାଖି ରହନ୍ତି। ଏହାପରେ ପରିବା ହାଟ, ବସ୍‌ଷ୍ଟାଣ୍ଡ ଓ ରେଲଓ୍ବେ ଷ୍ଟେଶନ୍‌କୁ ଯାଇଥାନ୍ତି। ସେ ଅଟୋରେ ଓ୍ବାଟର ଟ୍ୟାଙ୍କର, କୁଲର୍‌ ଓ ୫୦୦ ଓ୍ବାଟ୍‌ ସୋଲାର ପ୍ୟାନେଲ ଲଗାଇଛନ୍ତି। ପିଇବା ପାଣି ଦେବାରେ ସେ ଦୈନିକ ୨,୦୦୦ ହିିସାବରେ ମାସକୁ ୬୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଆର୍‌କ୍ୟୁ ପ୍ଲାଣ୍ଟ୍‌ରୁ ପାଣି ଆଣୁଛନ୍ତି। ଏହି କାର୍ଯ୍ୟରେ ପରିବାରର ସହଯୋଗ ମଧ୍ୟ ରହିଛି। ତାଙ୍କ ତିନି ପୁଅ ଚାକିରି କରିଛନ୍ତି ଓ ଆର୍ଥିକ ସହଯୋଗ କରିଆସୁଛନ୍ତି। ଲୋକାମାନେ ବି ଏଥିପାଇଁ ଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?