Posted inଜାତୀୟ

ଦେଶରେ ଦିନକୁ ନିର୍ମାଣ ହେଉଛି ହାରାହାରି ୭୬ କିମି ଏନ୍‌ଏଚ୍‌ ରାସ୍ତା

ନୂଆଦିଲ୍ଲୀ,୧୭।୧: ଚଳିତ ଜାନୁୟାରୀର ଗତ ସପ୍ତାହ ସୁଦ୍ଧା ହାଇଓ୍ବେ (ଏନ୍‌ଏଚ୍‌) ନିର୍ମାଣ କାର୍ଯ୍ୟ ରେକର୍ଡ ଛୁଇଁଛି। ଜାନୁୟାରୀ ୮ ତାରିଖ ସୁଦ୍ଧା ଦେଶରେ ଦିନକୁ ୭୬ କିମି ହାଇଓ୍ବେ ରାସ୍ତା ନିର୍ମାଣ ହୋଇଛି। ଏ ନେଇ ରବିବାର ସୂଚନା ଦେଇଛି ରାଜପଥ ମନ୍ତ୍ରଣାଳୟ। ସେହି ସପ୍ତାହରେ ପୂରା ଦେଶରେ ୫୩୪ କିମି ଏନ୍‌ଏଚ୍‌ ନିର୍ମାଣ କିମ୍ବା ରାସ୍ତା ସମ୍ପ୍ରସାରଣ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସାଧାରଣତଃ ଏହି ସମୟରେ ଅନୁକୂଳ ପାଗ ଯୋଗୁ ହାଇଓ୍ବେ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଚାଲେ।

ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଅଫିସିଆଲ ସୂଚନା ଅନୁଯାୟୀ, ଗତବର୍ଷ ଏପ୍ରିଲ ଓ ୨୦୨୧ ଜାନୁୟାରୀ ୧୫ ତାରିଖ ମଧ୍ୟରେ ୮,୧୬୯ କିମି ଏନ୍‌ଏଚ୍‌ ରାସ୍ତା ନିର୍ମାଣ ହୋଇଛି। ଗତ ଆର୍ଥିକ ବର୍ଷ ସମାନ ସମୟ ଅବଧିରେ ୭,୫୭୩ ଏନ୍‌ଏଚ୍‌ ରାସ୍ତା ନିର୍ମାଣ କରାଯାଇଥିଲା। ସେତେବେଳେ ନିର୍ମାଣ କାର୍ଯ୍ୟର ସ୍ପିଡ୍‌ ଥିଲା ଦିନକୁ  ୨୬.୧୧ କିମି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧୧ ହଜାର କିମି ଏନ୍‌ଏଚ୍‌ ରାସ୍ତା ନିର୍ମାଣ କରିବାକୁ ଟାର୍ଗେଟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨।୨: ଭାରତୀୟ ଜନତା ପାର୍ଟି ନାଗାଲାଣ୍ଡ ଏବଂ ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଭାଜପା ନେତା ନଳିନୀ କୋହଲି...

ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି

ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ...

୭ ଲଶ୍କର ଆତଙ୍କବାଦୀ ଗିରଫ

ଜମ୍ମୁ, ୧୯ା୭: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ସୋମବାର ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ୭ସଦସ୍ୟ ଗିରଫ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ସୀମା ସେପଟରୁ ଆସୁଥିବା ନିର୍ଦ୍ଦେଶକୁ...

ମାର୍ଚ୍ଚ ସୁଦ୍ଧା ମାଓବାଦୀ ପ୍ରବଣ ଜିଲାରେ ଖୋଲିବ ପୋଷ୍ଟଅଫିସ୍‌

ନୂଆଦିଲ୍ଲୀ, ୩୦।୧୨: ଦେଶର ୯୦ ମାଓବାଦୀ ପ୍ରବଣ ଜିଲାରେ ପୋଷ୍ଟ ଅଫିସ୍‌ର ୪,୯୦୩ ନୂଆ ଶାଖା ଖୋଲିବା ଲାଗି ଡାକ ବିଭାଗ ଏବଂ ଯୋଗାଯୋଗ ଓ...

ଦେଶର ହିତ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ: ରାହୁଲ

ନୂଆଦିଲ୍ଲୀ,୨୮।୧୨: ଦେଶର ହିତ ପାଇଁ କଂଗ୍ରେସ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଏନେଇ ଦଳ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ସଜାଗ ରହିଛି ବୋଲି କଂଗ୍ରେସର ପ୍ରତିଷ୍ଠା...

ସାମ୍ପ୍ରତିକ ସ୍ଥିତିରେ ସାମୁଦ୍ରିକ ସୁରକ୍ଷା ଅପରିହାର୍ଯ୍ୟ, କହିଲେ ଡୋଭାଲ…

ନୂଆଦିଲ୍ଲୀ, ୩୦।୬ : ପରିବର୍ତ୍ତିତ ଭୌଗୋଳିକ ବିକାଶ ମଧ୍ୟରେ ସମ୍ପ୍ରତି ସାମୁଦ୍ରିକ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗୁରୁବାର ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀର ପ୍ରଥମ ବୈଠକରେ...

ଐତିହାସିକ ଅମାଗଡ଼ କିଲାରେ ପତାକା ଉଡାଇଥିବା ଭାଜପା ଏମ୍‌ପି ଗିରଫ

ଜୟପର,୧ ।୮: ରାଜସ୍ଥାନ ଜୟପୁରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଡା. କିରୋଡି ଲାଲ ମିଣାଙ୍କୁ ପୋଲିସ ଗିରଫ କରିଛି । ମିଣାଙ୍କ ବିରୋଧରେ ଅଭିଯୋଗ...

ସ୍ମୃତି ଇରାନୀଙ୍କ ଅଭିଯୋଗ: ମହିଳା ଏମ୍‌ପିମାନଙ୍କୁ ଇସାରାରେ ‘ଫ୍ଲାଇଙ୍ଗ କିସ’ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଭାଷଣ ଶେଷ କରି...

Advertisement
Archives

Model This Week