ଆଷ୍ଟରଏଡ୍‌କୁ ନଷ୍ଟ କରିବ ନାସା

ଓ୍ବାଶିଂଟନ, ୭ା୧୧: ପୃଥିବୀ ଉପରେ ଅନେକ ସମୟରେ ବିପଦ ହୋଇ ଉଭା ହେଉଥିବା କ୍ଷୁଦ୍ର ଗ୍ରହପିଣ୍ଡ ବା ଆଷ୍ଟରଏଡ୍‌କୁ ନଷ୍ଟ କରିବାକୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଯୋଜନା କରିଛି। ଏଥିଯୋଗୁ ଆମ ଗ୍ରହକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇବାକୁ ପ୍ରସ୍ତୁତ ହେଉଛି ଡାର୍ଟ ମିଶନ। ହଲିଉଡ୍‌ ଫିଲ୍ମ ‘ଆର୍ମାଗେଡୋନ୍‌’ରେ ନାୟକ ଏକ ଆଷ୍ଟରଏଡ ଭୂପୃଷ୍ଠରେ ମାଡ଼ ହେବା ପୂର୍ବରୁ କିପରି ତାହାକୁ ନଷ୍ଟ କରୁଛନ୍ତି ତାହା ଚିତ୍ରଣ ହୋଇଥିବା ବେଳେ ମନୋରଞ୍ଜନର ଏହି ଦୃଶ୍ୟକୁ ବାସ୍ତବ ରୂପ ନେବାକୁ ନାସା ଉଦ୍ୟମ ଚଳାଇଛି। ଏହି ସ୍ପେସ୍‌ ଏଜେନ୍ସିର ଆସନ୍ତା ୨୩ ତାରିଖରେ ଡବଲ ଆଷ୍ଟରଏଡ୍‌ ରିଡିରେକ୍ସନ୍‌ ଟେଷ୍ଟ(ଡାର୍ଟ)କୁ ମହାକାଶରେ ପରୀକ୍ଷଣ କରିବାକୁ ଯାଉଛି। ପ୍ରସ୍ତୁତି ଅନୁସାରେ ନାସା ଏହି ଗ୍ରହପିଣ୍ଡଗୁଡ଼ିକୁ ମହାକାଶରେ ହିଁ ଧକ୍କା ଦେଇ ନଷ୍ଟ କରିଦେବ। ଏହା ସଫଳ ହେଲେ ଆମ ପୃଥିବୀକୁ ବିପଜ୍ଜନକ ଗ୍ରହପିଣ୍ଡ ମାଡ଼ ହେବା ପୂର୍ବରୁ ରକ୍ଷା କରାଯାଇପାରିବ।
ମିଶନର ଯୋଜନା ଅନୁଯାୟୀ, ନାସା ଏକ ମହାକାଶଯାନକୁ ଘଣ୍ଟା ପ୍ରତି ୨୪ ହଜାର କିଲୋମିଟର ବେଗରେ ଏକ ଆଷ୍ଟରଏଡ୍‌କୁ ଧକ୍କା ଦେବ। ଏହାର ନାମ ପ୍ଲାନେଟାରି ଡିଫେନ୍ସ ରଖାଯାଇଛି। ସ୍ପେସ୍‌ଏକ୍ସର ଫାଲ୍‌କନ୍‌-୯ ରକେଟ୍‌ ଯୋଗେ ନଭେମ୍ବର ୨୩ରେ କାଲିଫର୍ନିଆର ଭାନ୍ଦେନବର୍ଗ ସ୍ପେସ୍‌ ଲଞ୍ଚ୍‌ କମ୍ପ୍ଲେକ୍ସରୁ ଏହି ସ୍ପେସ୍‌କ୍ରାଫ୍ଟକୁ ଲଞ୍ଚ କରାଯିବ। ଏହି ମିଶନ ପାଇଁ ପ୍ରାୟ ୨୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ନାସାର ପ୍ଲାନେଟାରି ଡିଫେନ୍ସ ଅଫିସର ଲିଣ୍ଡଲି ଜନ୍‌ସନ୍‌ଙ୍କ କହିବା ଅନୁସାରେ,ନିକଟ ଭବିଷ୍ୟତରେ ପୃଥିବୀକୁ କ୍ଷତି ପହଞ୍ଚାଇବା ଭଳି କୌଣସି ଗ୍ରହପିଣ୍ଡକୁ ଠାବ କରାଯାଇନାହିଁ। କିନ୍ତୁ ପୃଥିବୀ ନିକଟରେ ମହାକାଶରେ ବହୁ ସଂଖ୍ୟାରେ ଆଷ୍ଟରଏଡ ରହିଛି। ଏହି ଜ୍ଞାନକୌଶଳ ଦ୍ୱାରା ଭବିଷ୍ୟତରେ ପୃଥିବୀ ପ୍ରତି ଆଷ୍ଟରଏଡ୍‌ ବିପଦ ଉଭାହେଲେ ସମୟ ପୂର୍ବରୁ ପଦକ୍ଷେପ ନିଆଯାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri