ହାରିବାନି, ହରାଇବା

କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ତେବେ ଏଭଳି ଶାରୀରିକ ସମସ୍ୟାରେ ସାହସ ଜରୁରୀ। କ୍ୟାନ୍‌ସର ଭୟରେ ପରାଜିତ ମନୋଭାବ ନ ରଖି ଏହାକୁ ହରାଇବା ଲାଗି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ପରବର୍ତ୍ତୀ ଜୀବନ ଜିଇଁବା ସହଜ ହୋଇଥାଏ। ଭାରତରେ ପ୍ରତି ୮ ମିନିଟରେ ଜଣେ ମହିଳାଙ୍କର ଗର୍ଭାଶୟ କ୍ୟାନ୍‌ସରରେ ମୃତ୍ୟୁ ଘଟିଥାଏ। ସେହିପରି ତମାଖୁଜନିତ କ୍ୟାନ୍‌ସରରେ ଦେଶର ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ।
କାରଣ ଏବଂ ଏଥିରେ ନ ହାରି ହରାଇବା ମନୋବୃତ୍ତି ବଢାଇବା ଲାଗି ୨୦୧୪ ସେପ୍ଟେମ୍ବରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ ଲାଗି ତତ୍‌କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଥିଲେ। ପ୍ରତିବର୍ଷ ନଭେମ୍ବର ୭ରେ ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ଦିବସ ପାଳନ ଅବସରରେ କ୍ୟାନ୍‌ସର ନିୟନ୍ତ୍ରଣ ଉପରେ ଦେଶବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ମାଗଣା ସ୍କ୍ରିନିଂ ପାଇଁ ବିଭିନ୍ନ ହସ୍ପିଟାଲ ପକ୍ଷରୁ ଲୋକଙ୍କୁ ଉତ୍ସାହିତ କରାଯାଇଥାଏ। ଏଥିସହିତ କ୍ୟାନ୍‌ସରର ପ୍ରାରମ୍ଭିକ ଲକ୍ଷଣ ଏବଂ ଏହାକୁ କିପରି ଏଡାଇ ହେବ ସେ ବିଷୟରେ ଲୋକଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥାଏ। ସନ୍ତୁଳିତ ଖାଦ୍ୟ ତଥା ଜୀବନଶୈଳୀ ବଜାୟ ରଖିବା କ୍ୟାନ୍‌ସର ସହ ଲଢିବାରେ ବେଶ୍‌ ସହାୟକ ହୋଇଥାଏ। ଏହା ବ୍ୟତୀତ ଅନ୍ୟାନ୍ୟ ସତର୍କତା ମଧ୍ୟ ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି...

ଫଳ ଚୋପାରୁ ସୌନ୍ଦର୍ଯ୍ୟ

ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି କିନ୍ତୁ ପ୍ରାକୃତିକ ଉପାୟରେ କିଭଳି ବିଭିନ୍ନ ପ୍ରକାରର ଫଳ ଚୋପାରୁ...

ଘରେ ଏମିତି ଭାବେ ଜୋତା ରଖୁଥିଲେ ସାବଧାନ : ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଦହି

ଉଚ୍ଚ ରକ୍ତଚାପ ଯୋଗୁ ଚିନ୍ତିତ ଲୋକଙ୍କ ପାଇଁ ଦହି ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟରୋଲ୍‌ର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ...

ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା...

ଏହିସବୁ ଖାଦ୍ୟ ସଜ ଅପେକ୍ଷା ଅଧିକ ସ୍ବାଦିଷ୍ଠ ହୋଇଥାଏ ବାସିରେ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ...

ଯଶୋଦାଙ୍କ ସଚେତନତା

ସମାଜରେ ମହିଳାମାନଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ହିଂସା ଓ ଅପରାଧକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଉଛି । ନାରୀମାନେ ନିଜର ଆତ୍ମସୁରକ୍ଷା ପ୍ରତି ସଜାଗ...

ଡାଇବେଟିସ ଦୂର କରିବ ଆମ୍ବପତ୍ରରୁ ପ୍ରସ୍ତୁତ ମଦ

ଗ୍ବାଲିୟରର ଜିଓ୍ବାଜୀ ୟୁନିଭରସିଟିର ଛାତ୍ରମାନେ ଆମ୍ବପତ୍ରରୁ ଏକ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦-୧୨ ପ୍ରତିଶତ ଆଲ୍‌କହଲ ରହିଛି। ଏହି ମଦ ଡାଇବେଟିସ୍‌ ଏବଂ ମେଦବହୁଳତା...

Advertisement
Archives

Model This Week