ଗାଁ ଗାଁ ବୁଲି ସମସ୍ୟା ଦୂର କରୁଛନ୍ତି ବିଧାୟିକା: ସବୁଠି ମିଳୁଛି ଜନସମର୍ଥନ

କେସିଙ୍ଗା, ୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦୂର କରୁଥିବାର ଦେଖିବାକୁ ମିଳୁଛି। ଗତକାଲି କେସିଙ୍ଗା କସୃପଡ଼ା, ଘଣ୍ଟଶୋଲା, କିନ୍ଦେରକେଲା, ବିଜଖମନ, ତୁଣ୍ଡଲା, ରଜାପଡ଼ା ସମେତ ଅନେକ ଛୋଟ ଛୋଟ ଗାଁକୁ ଗାଁ ପରିଦର୍ଶନ କରି ଗରିବ ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ବିଧାୟିକାଙ୍କୁ ପ୍ରତ୍ୟେକ ଗ୍ରାମରେ କଳସ ସ୍ଥାପନ କରି ପୁଷ୍ପମାଳା ଦେଇ ଜୋରଦାର ସାଗତ ସମ୍ବର୍ଦ୍ଧନା କରୁଛନ୍ତି।

କେସିଙ୍ଗା ବ୍ଲକର ୯ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ରହିଛି। ବିପଦଆପଦରେ ଅଞ୍ଚଳର ଦୁଃଖ ସୁଖରେ ସଦାବେଳେ ଶ୍ରୀମତୀ ମହାନ୍ତିଙ୍କୁ ଲୋକମାନେ ଖୋଜିଥାନ୍ତି। ସେଥିପାଇଁ ବିଧାୟିକାଙ୍କୁ ସବୁବେଳେ ଜନ ସମର୍ଥନ ମିଳିଥାଏ। ବିଧାୟକ ପାଣ୍ଠିରୁ ଶ୍ରୀମତୀ ମହାନ୍ତି ନର୍ଲା ବିଧାନସଭା ମଣ୍ଡଳୀରେ ମିଶିଥିବା କେସିଙ୍ଗା ବ୍ଲକର କିଛି ପଞ୍ଚାୟତର ଉନ୍ନତି ପାଇଁ ବିକାଶର କାମ ଅନବରତ ଚାଲିଛି। ଅନେକ ଗ୍ରାମରେ ଷ୍ଟ୍ରିଟ ଲାଇଟର ସମସ୍ୟା ଦୂର ହୋଇଥିବାବେଳେ ଅନେକ ଗ୍ରାମରେ ନିଜ ବିଧାୟକ ପାଣ୍ଠିରୁ ନଳକୂପ ଖନନ କରି ଲୋକଙ୍କୁ ପାନୀୟଜଳରୁ ଜଳ କଷ୍ଟ ଦୂର କରିଛନ୍ତି।

ମନୋରମାଙ୍କ ସମର୍ପିତ ମନୋଭାବ ଜନସମର୍ଥନର ମୂଳ କାରଣ ବୋଲି ଅଞ୍ଚଳରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ସେ ମଙ୍ଗଳବାର ଦିନ ତୁଣ୍ଡଲା ଗ୍ରାମ ପରିଦର୍ଶନ କରିଥିବା ସମୟରେ ତୁଣ୍ଡଲା ଧରଣୀଗୁଡ଼ିକୁ ପରିଦର୍ଶନରେ ଯାଇ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାୟିତ୍ୱରେ ଥିବାର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅଞ୍ଚଳରେ ରହିଥିବା ଶିକ୍ଷାନୁଷ୍ଠାନକୁ ମଧ୍ୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଦୂର କରୁଛନ୍ତି। ରାସ୍ତା ଘାଟ, ବୃଦ୍ଧାବୃଦ୍ଧଙ୍କ ବାର୍ଦ୍ଧକ୍ୟ ଭର୍ତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟଜଳ ଆଦି ସମସ୍ୟାକୁ ଦୂର କରୁଥିବାରୁ ଲୋକମାନେ ଖୁସି ହେଉଥିବାର ଦେଖିବାକୁ ମିଳୁଛି। ଏହି ଗ୍ରସ୍ତ ସମୟରେ ବ୍ଲକ ବିଜେଡି ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, କସୃପଡ଼ା ପୂର୍ବତନ ସରପଞ୍ଚ ପର୍ଶୁରାମ ପାଢ଼ୀ,ପୂର୍ବତନ ତୁଣ୍ଡଲା ସରପଞ୍ଚ ଭଗବାନ ସାହୁ,ସୁଲତାନ ନନ୍ଦ,ରୋହିତ ସାହୁ,ପ୍ରମିଳା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?