ଶେଷ ସମୟର ବନ୍ଧୁ ନରହରି ସ୍ବାଇଁ: ଦାହ କଲେଣି ୪୪୨୫ ମୃତଦେହ

ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ମଣିଷ ଜୀବନରେ ଜନ୍ମ ଆଉ ମୃତ୍ୟୁ ଧୃବ ସତ୍ୟ। ମୃତ୍ୟୁ ପରେ ଯେ ଶ୍ମଶାନରେ ଉପସ୍ଥିତ ରହେ, ସେ ହିଁ ପ୍ରକୃତ ବନ୍ଧୁ। ଏଭଳି ଜଣେ ଦରଦୀ ବନ୍ଧୁ ମଣିଷ ହେଉଛନ୍ତି ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସିନେମାହଲ ସାହିର ନରହରି ସ୍ବାଇଁ (୭୪)। ସ୍ବାଇଁ ବାବୁ କହିଲେ ଛତ୍ରପୁର ଏବଂ ଆଖପାଖ ଅଞ୍ଚଳରେ ସଭିଏଁ ଜାଣନ୍ତି। ଯେ କୌଣସି ବ୍ୟକ୍ତିଙ୍କ ବିୟୋଗଙ୍କ ଖବର ଶୁଣିବା ମାତ୍ରକେ, କେହି କୁହନ୍ତୁ ବା ନ କୁହନ୍ତୁ, କାନ୍ଧରେ ଖଣ୍ଡିଏ ଗାମୁଛା ପକାଇ ବାହାରିପଡନ୍ତି। ତାଙ୍କ ପାଇଁ ନିଜ, ପର କିଛି ବାଛ ବିଚାର ନାହିଁ। ଯେଉଁଠି ମୃତଦେହ ସେଠି ସ୍ବାଇଁ ବାବୁ। ମୃତଦେହ ଦାହ ପାଇଁ ସାମଗ୍ରୀ ଆଣିବା, କୋକେଇ ଯୋଗାଡିବା, ମୃତଦେହ ଗାଧୋଇଦେବା, ବୋହିବା ଏବଂ ଦାହ କରିବା ପର୍ଯ୍ୟନ୍ତ ସେ ମୃତକଙ୍କ ସମ୍ପର୍କୀୟମାନଙ୍କ ସହ ରୁହନ୍ତି । ଏପରି ଅନନ୍ୟ କର୍ମର ଫଳ ସ୍ବରୁପ ସେ ବହୁବାର ସମ୍ମାନିତ ହୋଇଛନ୍ତି। ଆଜି ଯାଏଁ ସେ ୪୪୨୫ଟି ମୃତଦେହ ଦାହ କରିଥିବା କହିଛନ୍ତି। ଗତ କରୋନା ମହାମାରୀ ସମୟରେ ମଧ୍ୟ ଭୟ ନ କରି ୧୦୦ରୁ ଊର୍ଦ୍ଧ୍ୱ ମୃତଦେହ ଦାହ କରିଥିଲେ। କେବଳ ହିନ୍ଦୁ ନୁହେଁ, ମୁସଲମାନ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ସେ ତାଙ୍କ ରୀତିନୀତି ଅନୁସାରେ ସତ୍କାର କରିଥିବା କହିଛନ୍ତି। ଗଞ୍ଜାମର ବିଭିନ୍ନ ସ୍ଥାନ ସମେତ ପୁରୀ, ଖୋର୍ଦ୍ଧା ଓ କୋରାପୁଟକୁ ମଧ୍ୟ ମୃତଦେହ ସତ୍କାର ପାଇଁ ଯାଇଛନ୍ତି। ଶେଷ ସମୟର ସାଥି ହେବାକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ।
ବ୍ଲକ ବଡଗଡ ଗ୍ରାମରେ ନରହରିଙ୍କ ଜନ୍ମ। ପିଲାଟି ବେଳୁ ଜନସେବା ପ୍ରତି ଆଗ୍ରହ। ବଡଗଡ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଜଣେ ମାଳୀଙ୍କ ମୃତଦେହ ଦାହ କରିବା ତାଙ୍କ ଜୀବନର ପ୍ରଥମ ଅନୁଭୁତି। ଖଲ୍ଲିକୋଟ କଲେଜରେ ଯୁକ୍ତ ୨ କଳାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୭୨ରେ ସେ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ ଯୋଗଦେଲେ। ସେହି ଦିନଠାରୁ ଛତ୍ରପୁର ତାଙ୍କ ପାଇଁ କର୍ମଭୂମି ପାଲଟିଛି। ସ୍ତ୍ରୀ ପ୍ରେମଲତା ଓ ପିଲାମାନେ ତାଙ୍କୁ ସମାଜସେବା ପାଇଁ ସବୁବେଳେ ଉତ୍ସାହିତ କରନ୍ତି ବୋଲି ସେ କହିନ୍ତି। ନରହରିଙ୍କ ଏଭଳି ନିଃସ୍ବାର୍ଥପର ସେବା ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବହୁ ସରକାରୀ ଓ ବେସରକାରୀ ସଂସ୍ଥା ତାଙ୍କୁ ବହୁବାର ସମ୍ମାନିତ କରିଛନ୍ତି। ତେବେ ଏପରି ଅବିସ୍ମରଣୀୟ ସ୍ମୃତିକୁ ସାଉଁଟି ରଖିବା ପାଇଁ ସେ ମୃତଦେହ ଦାହ କରିବା ସମୟର ବିଭିନ୍ନ ଫଟୋ ଏବଂ ପୁରୁଣା ପଇସାକୁ ସାଉଁଟି ସାଇତି ରଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri