ଭଙ୍ଗା ଗମ୍ବୁଜ ମରାମତି କରି ଅର୍ଥ ଲୁଟ୍‌ ମସୁଧା

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ମହାଭାରତ ଯୁଗର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟ ସର୍ବଜନବିଦିତ ା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଏବେ ଏହି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଚାଲିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଏହି ସହରରେ ଆମୋଦ ବିନୋଦନ ପାଇଁ ସେଭଳି କିଛି ସ୍ଥାନ ନ ଥିବାରୁ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସମସ୍ତ ସହରବାସୀ ସହଯୋଗ କରୁଛନ୍ତି। ଏପରି କି ଏନ୍‌ଜିଟିରେ ହୋଇଥିବା ମାମଲାକୁ ମଧ୍ୟ ସହରବାସୀ ନିନ୍ଦା କରିଛନ୍ତି। ନିର୍ବାଚନ ପୂର୍ବରୁ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରି ସହରବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହେବ ବୋଲି ଶୁଣିବାକୁ ମିଳିଛି। ଏଥିରେ ସହରବାସୀଙ୍କ ଏଭଳି ସହଯୋଗର ଫାଇଦା ନେବାକୁ ଯାଇ ଦିଲ୍ଲୀର ଠିକାସଂସ୍ଥା କ୍ରିଷ୍ଣା ବିଲ୍‌ଡର ବିପୁଳ କୋଟି ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି। ବ୍ୟାସ ସରୋବରର ମୁଖ୍ୟ ଫାଟକଠାରୁ ଗୁପ୍ତ ଗଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷର ପୁରୁଣା ଭଙ୍ଗା ଗମ୍ବୁଜର ମରାମତି କରି ବିପୁଳ ଅର୍ଥ ଚଳୁ କରିବାକୁ ଉଦ୍ୟମ ହେଉଥିବା ଜଣାପଡିଛି। ଏହାସହ ଷ୍ଟେନଲେସ ଷ୍ଟିଲ ବଦଳରେ ଲୁହା ପାଇପ ଲଗାଇ ଯାଇଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ସହରବାସୀଙ୍କ ପକ୍ଷରୁ ନୂତନ ଗମ୍ଭୁଜ ନିର୍ମାଣ କରାଯାଉ ବୋଲି ଦାବି ହେଉଛି।
ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ୨୦୨୧ରୁ ଆରମ୍ଭ ହୋଇଛି। ଏଥିରେ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ତେବେ ମଝିରେ ଏନ୍‌ଜିଟି ମାମଲା ଯୋଗୁ କେତେକ ମାସ ନିର୍ମାଣରେ ବ୍ୟାହତ ହୋଇଥିଲା। ମନୋରଞ୍ଜନ ପାଇଁ ସହରରେ କୌଣସି ବିକଳ୍ପ ସୌନ୍ଦର୍ଯ୍ୟସ୍ଥଳୀ, ପାର୍କ, ବୋଟିଂ କ୍ଲବ ଇତ୍ୟାଦି ନ ଥିବାରୁ ଏହି ପ୍ରକଳ୍ପର ଶେଷ ହେବାକୁ ସହରବାସୀ ଚାହିଁ ରହିଛନ୍ତି। ଏପରିକି ପ୍ରକଳ୍ପ ନିର୍ମାଣରେ କୌଣସି ପ୍ରକାର ବିରୋଧ କିମ୍ବା ବାଧକ ନ ସାଜିବାକୁ ସହରବାସୀ ସତର୍କ କରୁଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ ପାଇଁ ୧୦ରୁ ଊର୍ଦ୍ଧ୍ୱ ଗମ୍ବୁଜ ନିର୍ମାଣ କରାଯାଇ ଟାଇଲ ବିଛା ଯାଇଥିଲା। ତେବେ ତାହା ନିମ୍ନମାନର କାର୍ଯ୍ୟ ଯୋଗୁ ଖୁବ କମ୍‌ ସମୟରେ ଭାଙ୍ଗି ଯାଇଥିଲା। ଏବେ ସେଠାରେ ଥିବା ୧୧ଟି ଗମ୍ବୁଜରେ ଫାଟ ସୃଷ୍ଟି ହୋଇ ଲୁଡା ରଡ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସେହି ଗମ୍ଭୁଜଗୁଡିକ ଖୁବ କମ ଦିନରେ ଭାଙ୍ଗି ଯିବ ବୋଲି ଆଶଙ୍କା ସୃଷ୍ଟି କରୁଛି। କିନ୍ତୁ ନିୟୋଜିତ ଠିକାସଂସ୍ଥା କ୍ରିଷ୍ଣା ବିଲଡ୍‌ର କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଛନ୍ତି। ଅଧିକ ଲାଭ ଜଗିବା ଆଶାରେ ସେହି ଗମ୍ବୁଜଗୁଡିକରେ ସିମେଣ୍ଟ ପ୍ରଲେପ ଦେଇ ମରାମତି କରି ଛାଡି ଦେବାକୁ ଯୋଜନା କରୁଥିବା ଖୋଦ ଠିକାସଂସ୍ଥାର ମ୍ୟାନେଜରର ପ୍ରକାଶ କରିଛନ୍ତି। ପୂର୍ବରୁ ଗୁପ୍ତ ଗଙ୍ଗା ଏବଂ ରାଘୁଜୀ ଗୋସାଇଁ ମନ୍ଦିର ଚତୁଃପାର୍ଶ୍ୱରେ ନିମ୍ନମାନର ପାଇପ୍‌ ଲଗାଯାଇଥିବା ଦେଖିବାକୁ ମିଳିଛି। ଏହାବାଦ୍‌ ନିର୍ମାଣ ହୋଇଥିବା ଜଳାଶୟ ଆବଶ୍ୟକ ଗଭୀର ହୋଇ ନ ଥିବା ଦେଖଣାହାରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏହି ପ୍ରକଳ୍ପରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସହରୀ ଜଙ୍ଗଲ ସୃଷ୍ଟି, ପାର୍କ, ଦୂବକ୍ଷେତ, ଜଳାଶୟ, ମହାଭାରତ ଯୁଗର ହସ୍ତିନାପୁର, କୌରବ ଓ ପାଣ୍ଡବ, ମାଛ ଆଖି, ବୋଟିଂ, ବ୍ରିଜ, ଫୁଲ ବଗିଚା, ଭୀଷ୍ମ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ନିର୍ମାଣର ପରିକଳ୍ପନା କରାଯାଇଛି। ଏହାବାଦ ବ୍ୟାସରୋବର ଛକଠାରୁ ସରୋବର ପର୍ଯ୍ୟନ୍ତ ଓସାରିଆ ରାସ୍ତା ନିର୍ମାଣ କରିବାକୁ ଯୋଜନା ରହିଛି।
ଏ ସଂକ୍ରାନ୍ତରେ କ୍ରିଷ୍ଣା ବିଲଡର୍‌ ଠିକାସଂସ୍ଥାର ମ୍ୟାନେଜର ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି ପୁରୁଣା ଗମ୍ବୁଜଗୁଡିକ ଦୁର୍ବଳ ହୋଇନାହିଁ। ସେଗୁଡିକର ମରାମତି କରାଗଲେ କୌଣସି କ୍ଷତି ହେବ ନାହିଁ। ସମୟକ୍ରମେ ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଛି। ଏଥିରେ କୌଣସି ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?