କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ ଏଯାବତ ଆଠ ପର୍ଯ୍ୟାୟ କରି ବିଜେଡି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ତିନି ଚର୍ଚ୍ଚିତ ଆସନରେ ଟିକେଟ୍ ଘୋଷଣା କରିପାରି ନାହିଁ। ବାକିଥିବା ତିନି ଆସନ ହେଉଛି ଯାଜପୁର ଜିଲାର କୋରେଇ, ନୟାଗଡ଼ର ଖଣ୍ଡପଡ଼ା ଏବଂ ବାଲେଶ୍ୱରର ନୀଳଗିରି।

ଗତ ତିନି ବିଧାନସଭା ନିର୍ବାଚନରେ ବିଜେଡି କୋରେଇରୁ ତିନି ଜଣଙ୍କୁ ପ୍ରାର୍ଥୀ କରିଛି। ୨୦୦୯ରେ ପ୍ରିତିରଞ୍ଜନ ଘଡେଇ, ୨୦୧୪ରେ ଆକାଶ ଦାସ ନାୟକ ଏବଂ ୨୦୧୯ରେ ଅଶୋକ ବଳଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଚଳିତ ନିର୍ବାଚନରେ ବିଜେଡି ଟିକେଟ୍ ନ ପାଇବା ଆଶଙ୍କାରେ ଆକାଶ ଭାଜପାରେ ଯୋଗ ଦେଇଛନ୍ତି। ଏହାପରେ ଭାଜପା ଆକାଶଙ୍କୁ କୋରେଇରୁ ପ୍ରାର୍ଥୀ କରିଛି। ବର୍ତମାନର ବିଧାୟକ ଅଶୋକ ବଳଙ୍କୁ ବିଜେଡି ପୁଣିଥରେ ଟିକେଟ ନ ଦେଇପାରେ। ଚର୍ଚ୍ଚା ହେଉଛି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାନଭାଇ ଏଠାରୁ ଟିକେଟ ପାଇ ପାରନ୍ତି। କିଛିଦିନ ପୂର୍ବରୁ କୋରେଇର ପୂର୍ବତନ ବିଧାୟକ ପ୍ରିତିରଞ୍ଜନ ଘଡେ଼ଇଙ୍କ ପତ୍ନୀ ତଥା ଅଭିନେତ୍ରୀ ଝିଲିକ ଭଟ୍ଟାଚର୍ଯ୍ୟଙ୍କୁ କୋରେଇ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏସବୁ ଚର୍ଚ୍ଚା ମଧ୍ୟରେ ଏପର୍ଯ୍ୟନ୍ତ କୋରେଇ ଆସନ ଝୁଲି ରହିଛି।

ସେହିପରି ନୟାଗଡ ଜିଲାର ଖଣ୍ଡପଡ଼ା ଆସନ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିସାରିଛି। ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଏଠାରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ଖଣ୍ଡପଡାର ବିଜେଡି ଅଙ୍କ ଏପର୍ଯ୍ୟନ୍ତ ଛିଡିପାରୁ ନାହିଁ।

ସେହିଭଳି ବାଲେଶ୍ୱର ଜିଲାର ନୀଳଗିରି ଟିକେଟ ଘୋଷଣା କରିବାକୁ ମଧ୍ୟ ବିଜେଡି ଅକାଳରେ ପଡିଛି। ୨୦୧୪ରେ ବିଜେଡିରୁ ଏବଂ ୨୦୧୯ରେ ଭାଜପାରୁ ଟିକେଟ ପାଇ ବିଧାୟକ ନିର୍ବାଚିତ ହୋଇଥିବା ସୁକାନ୍ତ କୁମାର ନାୟକ ୨୦୨୪ରେ ପୁଣି ବିଜେଡି ଶିବିରକୁ ଫେରିଛନ୍ତି। ଯାହାକୁ ନେଇ ବିଜେଡି ଦ୍ବନ୍ଦରେ ପଡିଛି। ୨୦୧୯ରେ ସୁକାନ୍ତ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ମାତ୍ର ୧.୫୭୭ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ତେଣୁ ଏଠାରେ ଦୁଇ ନେତାଙ୍କୁ ନେଇ ବିଜେଡିର ଅଙ୍କ ଅଟକିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri