ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେଇ ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ତାଙ୍କ ଅଭିଭାଷଣରେ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ରାଜନୀତିର ପରିଭାଷା ବଦଳିଛି । ୧୦ ବର୍ଷ ପୂର୍ବେ ଜାତି, ଧର୍ମକୁ ନେଇ କିଛି ଦଳ ରାଜନୀତି କରୁଥିଲେ। ତୁଷ୍ଟୀକରଣ ରାଜନୀତିରେ ମାତିଥିଲେ କିଛି ରାଜନେତା। ଭୋଟବ୍ୟାଙ୍କ ରାଜନୀତି କରୁଥିଲେ। କିନ୍ତୁ ମୋଦିଙ୍କ ନେତୃତ୍ୱରେ ଉତ୍ତରଦାୟୀ ରାଜନୀତି ଆରମ୍ଭ ହୋଇଛି। ଏବେ ବିକଶିତ ଭାରତ ଚାହୁଁଛନ୍ତି ଦେଶବାସୀ। ନଡ୍ଡା କହିଛନ୍ତି, ମୋଦି ସରକାର କୋଟି କୋଟି ଗରିବଙ୍କୁ ପ୍ରତି ମାସ ୫ କିଲୋ ଲେଖାଏ ଚାଉଳ ପ୍ରଦାନ କରୁଛନ୍ତି। ଯେଉଁଥିପାଇଁ ୨୫ କୋଟି ଲୋକ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୫ ବର୍ଷରେ ବିଜୁଳି ବିଲ୍‌ ମଧ୍ୟ ଶୂନ କରାଯିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏହି ଲାଭ ପାଇବେ ଲୋକେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । କିନ୍ତୁ ଏହା ନବୀନ ବାବୁଙ୍କୁ ପସନ୍ଦ ଆସିଲାନି। ଆୟୁଷ୍ମାନ ବଦଳରେ ବିଏସ୍‌କେଓ୍ବାଇ ଲାଗୁ କଲେ । ଆୟୁଷ୍ମାନ ଲାଗୁ ନ କରିବା କାରଣରୁ ୬୮ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବିଏସ୍‌କେଓ୍ବାଇ ଓଡ଼ିଶା ବାହାରେ କାମ କରିବନି କିନ୍ତୁ ବାହାର ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଡ କାମ କରିବ। ୭୦ ବର୍ଷରୁ ବୟସର ଲୋକଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପାଇବେ ।

ଓଡ଼ିଶା ବିକାଶ ପାଇଁ ସବୁବେଳେ ମୋଦି ସହଯୋଗ କରି ଆସିଛନ୍ତି। ଓଡ଼ିଶା ଶାସନ ଏବେ କିଏ ଚଳାଉଛି? ଭୋଟ୍‌ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛି? ଅଧିକାରୀ ଏଠାରେ ସରକାର ଚଳାଉଛନ୍ତି। ବିଧାୟକ, ଏମ୍‌ପି ହାତ ବାନ୍ଧି ବସିଛନ୍ତି । ଯାହାଙ୍କୁ ସାଧାରଣ ଲୋକ ଭୋଟ୍‌ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କ କଥା ଶୁଣାଯାଉନି, କିନ୍ତୁ ଯାହା କଥା ଶୁଣାଯାଉଛି ସେମାନଙ୍କୁ ଓଡ଼ିଆ ଜଣାନାହିଁ। ଏଭଳି ସରକାର ଓ ରହିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ଓ ଭାଷଣ ଦେଉଛନ୍ତି କି? ଆପଣଙ୍କ କଥା ଶୁଣୁଛନ୍ତି କି? ଯଦି ନାଁ ତେବେ ଏ ସରକାରର ଆବଶ୍ୟକତା କଣ?

ଓଡ଼ିଆ ଜଣେ ଯୁବକ ଓ ଓଡ଼ିଆ ଭାଷାରେ କହୁଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଯିଏ ପ୍ରତିଦିନ ଲୋକଙ୍କ ସମସ୍ୟାକୁ ବୁଝୁଥିବ ସେଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଓଡ଼ିଆ। ଯଦି ଏଭଳି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ତେବେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ । ଓଡ଼ିଆ ସଂସ୍କୃତିକୁ ଜାଣୁଥିବା ଏବଂ ଓ ଅସ୍ମିତାକୁ ଚିହ୍ନୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଓଡ଼ିଆ । ବିଜେଡି ନେତା କୋଟି କୋଟି ଟଙ୍କା ଚଳୁ କରିଛନ୍ତି, ତେଣୁ ଏମାନଙ୍କୁ ଆଉ ବିଶ୍ୱାସ କରନ୍ତୁନି । ସୁଭଦ୍ରା ଯୋଜନାକୁ ଲାଗୁ କରିବାକୁ ହେଲେ ଭାଜପା ସରକାର ଆଣିବାକୁ ହେବ। ରତ୍ନଭଣ୍ଡାର ଚାବି ଚାହୁଁଥିଲେ ପଦ୍ମଫୁଲରେ ମୋହର ମାରିବାକୁ ଅପିଲ କରିଛନ୍ତି ନଡ୍ଡା। ଓଡ଼ିଶା ଲୋକଙ୍କ ସହ ବହୁତ ଅତ୍ୟାଚାର ହେଲାଣି, କିନ୍ତୁ ଏବେ ଓ ଆଉ ସହିବେନି । ଏଥର ଓ ବିକାଶ ପାଇଁ ଭାଜପାକୁ ଓ ବାଛିବେ ବୋଲି କହିଛନ୍ତି ନଡ୍ଡା। ଏହି ନିର୍ବାଚନୀ ସଭାରେ ଭାଜପା ବରଗଡ଼ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ସମେତ ଜିଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?