Posted inଖେଳ

ଡୋପିଂରୁ ବଞ୍ଚତ୍ବା ଲାଗି ଆଥ୍‌ଲେଟ୍‌ଙ୍କ ପାଇଁ ମୋବାଇଲ ଆପ୍‌ ଲଞ୍ଚ କଲା ନାଡା

ନୂଆଦିଲ୍ଲୀ,୩୦।୬(ପି.ଟି.): ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା)ର ପ୍ରଥମ ମୋବାଇଲ ଆପ୍‌ ଲଞ୍ଚ୍‌ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରିଛନ୍ତି। ନିଷିଦ୍ଧ ପଦାର୍ଥ ନେଇ ସୂଚନା ଦେବା ଓ ଏହାର ବେପରୁଆ ବ୍ୟବହାର ଦ୍ୱାରା ଉପୁଜୁଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ନେଇ ଆଥଲେଟଙ୍କୁ ସଚେତନ କରିବା ପାଇଁ ଏହି ଆପ୍‌ ଲଞ୍ଚ୍‌ କରାଯାଇଛି। ମୋଟାମୋଟି ଉପରେ ଏହି ଆପ୍‌ ଦ୍ୱାରା ଆଥଲେଟମାନେ ସଚେତନ ରହିବା ସହ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।
ଏହି ଆପ୍‌ ଦ୍ୱାରା ଆଥଲେଟମାନେ ଅତି ସହଜରେ ଅତ୍ୟାବଶକ ସୂଚନା ଅତି ସହଜରେ ପାଇପାରିବେ। ଏହା ଦ୍ୱାରା ଆଥଲେଟ୍‌ ଓ ନାଡ଼ା ମଧ୍ୟରେ ସମ୍ପର୍କ ଦୃଢ ହୋଇପାରିବ। କ୍ରୀଡ଼ାକୁ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ରିଜିଜୁ କହିଛନ୍ତି। ତେବେ ପ୍ରଥମେ ଆଥଲେଟମାନଙ୍କୁ ନିଷିଦ୍ଧ ପଦାର୍ଥ ଓ ଏହାର ସେବନର ଫଳାଫଳ ନେଇ ସଚେତନତା ସୃଷ୍ଟି କରିବା ହେଉଛି ପ୍ରଥମ ଲକ୍ଷ୍ୟ। ଖେଳାଳିମାନେ କେଉଁ ପଦାର୍ଥକୁ ଔଷଧ ଭାବେ ସେବନ କରିବେ ନାହିଁ ସେ ନେଇ ସ୍ପଷ୍ଟ କରାଯାଇଛି ବୋଲି ଅନ୍‌ଲାଇନ୍‌ରେ ଏହି ଆପ୍‌ ଲଞ୍ଚ୍‌ କରିବା ଅବସରରେ ରିଜିଜୁ କହିଛନ୍ତି। କେଉଁ ପଦାର୍ଥ ସେବନ କରିବାକୁ ହେବ ଓ ନାହିଁ ସେ ନେଇ ଆଥଲେଟମାନେ ଏହି ଆପ୍‌ ଦ୍ୱାରା ସୂଚନା ପାଇପାରିବେ। ଯଦି ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହୁଏ ତେବେ ଆଥଲେଟମାନେ କେଉଁ ଔଷଧ ସେବନ କରିବେ ସେ ନେଇ ଅତି ସହଜରେ ସୂଚନା ପାଇପାରିବେ। ପୁଣି ଏହି ଆପ୍‌ ଦ୍ୱାରା ଖେଳାଳିମାନଙ୍କ ଡୋପ୍‌ ଟେଷ୍ଟ ପ୍ରକ୍ରିୟା ସହଜ ଓ ବୋଧଗମ୍ୟ ହୋଇପାରିବ। ଉଭୟ ଆଥଲେଟ ଓ ଡୋପିଂ କଣ୍ଟ୍ରୋଲ ଅଧିକାରୀ ବେଶ୍‌ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ନାଡ଼ା ଇଣ୍ଡିଆ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଡାଉନଲୋଡ କରିହେବ। ଏହି ଆପ୍‌ ଲଞ୍ଚ୍‌ ଅବସରରେ କ୍ରୀଡ଼ା ସଚିବ ରବି ମିତ୍ତଲ ଓ ନାଡ଼ାର ଡାଇରେକ୍ଟର ଜେନେରାଲ ନବିନ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ରବିବାର ପ୍ରୋ ସ୍କୁଲ ବାସ୍କେଟବଲ୍‌ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବର୍ଗରେ...

ଆଇଏସ୍‌ଏଲ୍‌: ନର୍ଥ ଇଷ୍ଟ ବିଜୟୀ

ମାର୍ଗାଓ,୨୪।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଇଷ୍ଟ ବେଙ୍ଗଲ୍‌କୁ ପରାସ୍ତ କରିଛି। ନର୍ଥଇଷ୍ଟ ତରଫରୁ ଭି.ପି....

ବିସ୍ଫୋରକ ଶତକ ପରେ ଏମିତି ସେଲିବ୍ରେଟ୍‌ କଲେ ଭେଙ୍କଟଶ

ମୁମ୍ବାଇ,୧୨ା୧୨: ନିକଟରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟର ଚଣ୍ଡିଗଡ଼ ବିପକ୍ଷ ବିଜୟ ହଜାରେ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ପାଳି। ମଧ୍ୟପ୍ରଦେଶ...

ସଫଳତା ପାଇଁ କୋହଲିଙ୍କ ଭୋକ ଅବିଶ୍ୱାସନୀୟ: ହିଟ୍‌ମ୍ୟାନ୍‌

ଆବୁଧାବି,୪।୧୧: ଅନେକ ଥର ଭାରତୀୟ ଟିମ୍‌ର ଓପନର୍‌ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲିଙ୍କ ଭିତରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ଚର୍ଚ୍ଚା ହୋଇଥାଏ।...

ଫୁଟସାଲ ଦଳର ଜର୍ସି ଉନ୍ମୋଚିତ

ଟିଟିଲାଗଡ଼,୨୨ା୮(ଡି.ଏନ.ଏ.): ମହାରାଷ୍ଟ୍ରର ନାସିକସ୍ଥିତ ଡିଭିଜିନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଇନ୍‌ଡୋର ୟୁରୋପିଆନ ଗେମ୍‌ର ପଞ୍ଚମ ଫୁଟସାଲ ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ...

ଭାରତକୁ ପ୍ରାରମ୍ଭିକ ଝଟ୍‌କା

ମାଞ୍ଚେଷ୍ଟର,୧୦।୭- ୨୪୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଫୁଲ ଫର୍ମରେ ଥିବା ରୋହିତ ଶର୍ମା ମାତ୍ର ୧...

ପଦାର୍ପଣରେ ରେକର୍ଡ ଭାଙ୍ଗିଲେ କ୍ରୁନାଲ

ପୁଣେ,୨୩।୩: ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ପଦାର୍ପଣ ମ୍ୟାଚ୍‌ରେ ଖେଳିଛନ୍ତି ଅପରାଜିତ ୫୮ରନ୍‌ର ଅର୍ଦ୍ଧଶତକୀୟ ପାଳି। ୨୬ ବଲରେ ଅର୍ଦ୍ଧଶତକ ପୂରଣ କରିଥିବା କ୍ରୁନାଲ ଏକ ସ୍ବତନ୍ତ୍ର...

କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଟି-୨୦ ବିଶ୍ୱକପ୍‌ ଦଳରେ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ,୧୨।୯: ନେଦରଲ୍ୟାଣ୍ଡର ଭେଟେରାନ କ୍ରିକେଟର ରିୟାନ ଟେନ୍‌ ଡୋସଚାଟେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ୨୦୨୧ ସିଜନ ଶେଷ ହେବା ପରେ ସେ କ୍ରିକେଟରୁ ବିଦାୟ ନେବେ।...

Advertisement
Archives

Model This Week