ମୁଷ୍ଟିମେୟଙ୍କ ହାତରେ ଏନ୍‌ଏସିର ଦୋକାନ ଗୃହ

ପଦ୍ମପୁର,୧୦।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ଦୋକାନ ଗୃହ ମୁଷ୍ଟିମେୟଙ୍କ ହାତରେ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜେ ଦୋକାନ କରିବା ପାଇଁ ଏନ୍‌ଏସିଠାରୁ ନେଇ ନିଜେ ନ କରି ତାହା ଭଡା ସୁତ୍ରରେ ଅନ୍ୟ ଜଣଙ୍କୁ ଦେଇଦେଲେ। ଏହା ଜଣେ କି ୨ ଜଣର କଥା ନୁହେଁ, ଏଭଳି ଉପାୟରେ ଅନେକ ମୁଷ୍ଟିମେୟ ଲୋକ ଏନ୍‌ଏସି ଷ୍ଟଲକୁ ଭଡାରେ ଲଗାଇ ମାଲାମାଲ ହେଉଛନ୍ତି। ଏହି ତାଲିକାରେ ଅନେକ ଛାମୁଆ ନେତା, ବଡ ବ୍ୟବସାୟୀ ଥିବା ଜଣାପଡିଛି। ସବୁଠାରୁ ବଡ କଥା ହେଉଛି ଏହି ପ୍ରଭାବଶାଳୀ ତଥା ମୁଷ୍ଟିମେୟ ଲୋକ କେବଳ ଦୋକାନ ଗୃହ ନିଜ ଦଖଲରେ ରଖିଛନ୍ତି ତା ନୁହେଁ ମାସ ମାସ ଧରି ଭଡା ବି ଦେଉନାହାନ୍ତି। ଯେଉଁ ଥିରେ ଏନଏସିର ଭଡ଼ା ମାର୍ଚ୍ଚ ମାସ ସୁଦ୍ଧା ୧୦ ଲକ୍ଷ ଟଙ୍କା ଉପରେ ବକେୟା ଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ନିଜେ ଦୋକାନ ନେଇ ଅନ୍ୟକୁ ଭଡା ଦେବା ପୌର ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବା ବେଳେ ପ୍ରଶାସନ ଚୁପ ବସିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ମିଳିଥିବା ତଥ୍ୟ ଅନୁସାରେ ପଦ୍ମପୁର ସହରରେ ଏନ୍‌ଏସିର ୧୭୯ଟି ଷ୍ଟଲ ଥିବା ବେଳେ ସେଥିମଧ୍ୟରୁ ୫ଟି ଷ୍ଟଲ ଓ ଗୋଟିଏ ଘର ଉପରେ ଅଦାଲତରେ ମାମଲା ଚାଲିଛି। ହସ୍ପିଟାଲ ରୋଡ, ଥାନା ଛକ, ବସ୍ତିରୋଡ, କଚେରୀ ପାର୍ଶ୍ୱ, ବିଜୁ କମ୍ପ୍ଲେକ୍ସ ଓ ତାର ପାର୍ଶ୍ୱରେ ଏହି ଦୋକାନ ଗୃହଗୁଡିକ ରହିଛି। ଏହାର ଭଡା ମୂଲ୍ୟ ୪୦୦ଟଙ୍କାରୁ ୧୫ ଟଙ୍କା ଥିବା ବେଳେ ମାସକୁ ଏନ୍‌ଏସି ୧ ଲକ୍ଷ ୪୭ ହଜାର ଟଙ୍କା ଭଡା ପାଉଛି। ବଜାର ମୂଲ୍ୟ ତୁଳନାରେ ଏହାର ଭଡା ବହୁତ କମ। କିନ୍ତୁ ଚିନ୍ତାର ବିଷୟ ହେଲା ଯେଉଁମାନେ ଦୋକାନ କରିବା ପାଇଁ ଭଡା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଦୋକାନ ନ କରି ବରଂ ଚୁକ୍ତିନାମା ପରେ ତାହା ଭଡାରେ ଲଗାଇ ମାସିକ ରୋଜଗାରର ଏକ ମାଧ୍ୟମ କରିଦେଇଛନ୍ତି। ସ୍ଥାନର ଚାହିଦା ଅନୁସାରେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ନେଉଛନ୍ତି। ବର୍ଷ ବର୍ଷ ଧରି ଏହି ବେପାର ଚାଲୁଥିଲେ ମଧ୍ୟ କାହାରି ପାଖରେ ପ୍ରତିବାଦର ସ୍ବର ମଧ୍ୟ ବାହାରୁନାହିଁ। ଏନ୍‌ଏସିର ବିନା ଅନୁମତିରେ ଘର କୌଣସି ନିର୍ମାଣ ହୋଇପାରିବ ନି ବୋଲି ଚୁକ୍ତିପତ୍ରରେ ରହିଥିବା ବେଳେ ଅନେକ ବ୍ୟବସାୟୀ ଏହି ଷ୍ଟଲ ଭାଙ୍ଗି ନିଜ ମନମୁତାବକ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ଦୁଇ ମହଲା କରିଥିବା ନଜିର ରହିଛି। ଏହି ତଥା କଥିତ ମୁଷ୍ଟିମେୟ ଉପରେ ପ୍ରଶାସନ କାହିଁକି ଅସହାୟ ହୋଇପଡିଛି ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri