ନାବାର୍ଡ ଦେଖାଇଲା ସମବାୟ ବ୍ୟାଙ୍କର ବିକଳଚିତ୍ର

ଭୁବନେଶ୍ୱର,୧।୫ (ରବିନାରାୟଣ ଜେନା): ଓଡ଼ିଶାରେ ଗ୍ରାମ୍ୟ ଅର୍ଥନୀତି ମଜଭୁତ କରିବାରେ ସମବାୟ ସମିତିଗୁଡ଼ିକ ହେଲା ମୂଳଦୁଆ। ହେଲେ ଯେଉଁ ଆଭିମୁଖ୍ୟ ନେଇ ରାଜ୍ୟରେ ସମବାୟ ସମିତି ଓ ସମବାୟ ବ୍ୟାଙ୍କ ଗଢ଼ିଉଠିଛି, ତାହା ସାଧିତ ହେଉନାହିଁ। ଚାଷୀଙ୍କ ହିତ ଲାଗି ଶସ୍ୟଋଣ ବାବଦକୁ ରାଜ୍ୟ ସରକାର ପ୍ରତିବର୍ଷ ଶତାଧିକ କୋଟି ଟଙ୍କା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଜରିଆରେ ସମବାୟ ସମିତିକୁ ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଉକ୍ତ ଟଙ୍କା ନିର୍ଦ୍ଦିଷ୍ଟ ପଦ୍ଧତି ଦେଇ ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। କେତେବେଳେ ଋଣ ଅର୍ଥକୁ ସୁଧ ବାବଦରେ ଖର୍ଚ୍ଚ କରାଯାଉଛି ତ ଆଉ କେତେବେଳେ ବ୍ୟାଙ୍କ ଓ ସମବାୟ ସମିତି କର୍ତ୍ତୃପକ୍ଷ ନୂତନ ଗାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରିଦେଉଛନ୍ତି। ଫଳରେ ଚାଷୀ ବିଶେଷ ଉପକୃତ ହୋଇପାରୁନାହାନ୍ତି। ସମବାୟ ସମିତି ଓ ବ୍ୟାଙ୍କଗୁଡ଼ିକ ଉପରେ ଦିନକୁ ଦିନ ସ୍ବଳ୍ପମିଆଦୀ ଋଣ ବୋଝ ବଢ଼ିଚାଲିଥିବାବେଳେ ‘ଇମ୍‌ବାଲାନ୍ସ’ (ଅସନ୍ତୁଳିତ) ସ୍ଥିତି ଅସମ୍ଭାଳ ହୋଇଛି। ସମବାୟ ବ୍ୟାଙ୍କ ଓ ସମିତି ଏକପ୍ରକାର ଖୋଳ ସଦୃଶ ହୋଇଚାଲିଛି ବୋଲି ‘ନାବାର୍ଡ’ ପକ୍ଷରୁ କରାଯାଇଥିବା ଏନ୍‌ଏବିସିଓଏନ୍‌ଏସ୍‌ ସର୍ଭେରୁ ଜଣାପଡ଼ିଛି।
ସର୍ଭେ ଅନୁଯାୟୀ, ରାଜ୍ୟରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଇମ୍‌ବାଲାନ୍ସ ଓ ସ୍ବଳ୍ପମିଆଦୀ ଋଣ ପରିମାଣରେ ଐତିହାସିକ ତଥ୍ୟ ଦେଖିବାକୁ ମିଳିଛି। ୨୦୧୭-୧୮ରେ ୧ ହଜାର କୋଟି ଟଙ୍କାର ଇମ୍‌ବାଲାନ୍ସ ରହିଥିବାବେଳେ ୨୦୨୨-୨୩ ସୁଦ୍ଧା ଏହି ପରିମାଣ ପ୍ରାୟ ୩ ହଜାର ୨୨ କୋଟି ଟଙ୍କାକୁ ଛୁଇଁଛି। ସେହିପରି ସ୍ବଳ୍ପମିଆଦୀ ଋଣ କ୍ଷେତ୍ରରେ ୨୦୧୭-୧୮ରେ ଏହା ୧୧ ହଜାର ୫ କୋଟି ରହିଥିବାବେଳେ ୨୦୨୨-୨୩ ବେଳକୁ ଏହା ୧୬ ହଜାର ୬୮୩ କୋଟି ଟଙ୍କାରେ ପହଞ୍ଚତ୍ଛି। ଯଦି ଏହି ଟ୍ରେଣ୍ଡ୍‌ ବଳବତ୍ତର ରୁହେ ତେବେ ଇମ୍‌ବାଲାନ୍ସ ପରିମାଣ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୬ ହଜାର ୧୬୧ କୋଟି ଟଙ୍କା ଛୁଇଁବ ବୋଲି ସର୍ଭେରେ କୁହାଯାଇଛି। ସେହିପରି ସ୍ବଳ୍ପମିଆଦୀ ଋଣ ପରିମାଣ ଏହି ଅବଧି ମଧ୍ୟରେ ୨୭ ହଜାର ୬୬୪ କୋଟିରେ ପହଞ୍ଚତ୍ବ। ଯଦି ଏହି ପ୍ରକାରେ ଗତିକରେ ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣକୁ ବୃଦ୍ଧି ହୋଇପାରେ ବୋଲି ସର୍ଭେ ଆକଳନ କରିଛି।
ସର୍ଭେ ଅନୁଯାୟୀ, ସମବାୟ ବ୍ୟାଙ୍କ ଓ ସମିତିର ପରିଚାଳନାଗତ ତ୍ରୁଟି ଓ ସମବାୟ ବିଭାଗର ସମୟୋଚିତ ପଦକ୍ଷେପ ନେବାରେ ବିଫଳତା ଯୋଗୁ ୨୦୧୭-୧୮ ଇମ୍‌ବାଲାନ୍ସ ୧୦୦ କୋଟି ରହିଥିବାବେଳେ ଏହା ୨୦୨୧-୨୨ରେ ୨୨୮୭ କୋଟିରେ ପହଞ୍ଚିଥିଲା। ସେହିପରି ସ୍ବଳ୍ପମିଆଦୀ ଋଣ ୨୦୧୭-୧୮ରେ ୧୧ ହଜାର ୫ କୋଟି ରହିଥିବାବେଳେ ୨୦୨୫-୨୬ରେ ଏହା ଦ୍ୱିଗୁଣ ଅର୍ଥାତ୍‌ ୨୨ ହଜାର ୫୫୮ କୋଟିକୁ ଛୁଇଁବ ବୋଲି ଏନ୍‌ଏବିସିଓଏନ୍‌ଏସ୍‌ ସର୍ଭେରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?