ଭୁବନେଶ୍ୱର,୭।୧୦: ନବରଙ୍ଗପୁରରେ ଜିଲାଭିତ୍ତିକ ନିଯୁକ୍ତି ଦାବିରେ ବିବାଦ ତେଜିଛି। ଅନ୍ୟ ଜିଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍ ସୁଯୋଗ ମିଳୁନି ଅବିଭକ୍ତ କୋରାପୁଟ ଜିଲାର ଶିକ୍ଷକ ବ୍ୟତୀତ ଅନ୍ୟମାନଙ୍କୁ ବିରୋଧ କରାଯାଇଛି। ତେବେ ନିରାଶ ହେଉଛନ୍ତି ସରକାରଙ୍କ ଦ୍ବାରା ନିଯୁକ୍ତ ଅନ୍ୟ ଜିଲାର ଶିକ୍ଷକ। ସମଗ୍ର ନବରଙ୍ଗପୁର ଜିଲାର ବିଭିନ୍ନ ସ୍କୁଲରେ ଏପରି ସ୍ଥିତି ସୂଚନା ହୋଇଥିବା ସୂଚନା ମିଳିଛି। ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଯେଉଁମାନେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ନିରବିଚ୍ଛନ୍ନ ଭାବେ ୬ବର୍ଷ କାର୍ଯ୍ୟ କରିଛନ୍ତି ଓ ସେମାନଙ୍କର ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ହୋଇଛନ୍ତି, ସେମାନଙ୍କୁୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୯୨୦୦ କନିଷ୍ଠ ଶିକ୍ଷକଙ୍କୁ ସହକାରୀ ଶିକ୍ଷକ ଗ୍ରେଡ୍ ଲେଭଲ-୫ (ଏ) ପ୍ରାଥମିକ କ୍ୟାଡର ଭୁକ୍ତ କରାଯାଇ ନିୟମିତ କରାଯିବ। ଶିକ୍ଷା ସହାୟକ ତଥା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ୨୦୧୧ ମସିହାରେ ହୋଇଥିବା ଚିଠି ଅନୁଯାୟୀ ସୁବିଧା ଦିଆଯିବ। ଓଆର୍ଏସ୍ପି ୨୦୧୭ ଅନୁଯାୟୀ ଲେଭଲ-୬ ପେ’ ସ୍କେଲ୍ ପ୍ରଦାନ କରାଯିବ। ୬ବର୍ଷ ପୂରଣ କରିଥିବା ଦିନଠାରୁ ହିଁ ବକେୟା ଭାବେ ଦରମା ପ୍ରଦାନ କରାଯିବ। ଅଣତାଲିମପ୍ରାପ୍ତ ଏବଂ ଓଟିଇଟି ଉତ୍ତୀର୍ଣ୍ଣ ହୋଇ ନ ଥିଲେ ସେମାନଙ୍କୁ ନିୟମିତ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ତେବେ ନିୟମିତ ନିଯୁକ୍ତିପତ୍ର ଦେବା ପୂର୍ବରୁ ଜିଲା ପ୍ରକଳ୍ପ ସଂଯୋଜକ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଆଦି ଯାଞ୍ଚ କରିବା ସହ ବିଭାଗ ନିକଟରେ ଦାଖଲ କରିବାକୁ ସୁନିଶ୍ଚିତ କରିବେ।
କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ
କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସତର୍କ…
୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ
ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…
ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର
ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…
ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର
ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…
ଫୁଟ୍ବଲ ମ୍ୟାଚ୍ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…
ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…
ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…
ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…
ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!
ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…
ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା
ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

