ଲଣ୍ଡା ହୋଇ ଶପଥ କରିଥିଲେ ଗୋପାଳ

ସମ୍ବଲପୁର,୧୫ା୭(ଶୁଭାଶିଷ ପାଢୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁବାର ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହଜାର କରିଥିଲା। ଏହାର ଦିନକ ପରେ ବରଗଡ଼ ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ ସୁରେଶ ପୂଜାରୀ ସମ୍ବଲପୁରରେ ଖବରଦାତା ସମ୍ମିଳନୀ କରି କ୍ରାଇମ୍‌ବ୍ରାଞ୍ଚର ଚାର୍ଜଶିଟ୍‌ରେ ଥିବା ଚାଞ୍ଚଲ୍ୟକର ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ମେ ୨୬ ତାରିଖରେ କ୍ରାଇମବ୍ରାଞ୍ଚ ଉକ୍ତ ୫୦୦ ପୃଷ୍ଠାର ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିଥିଲା। ସେଥିରେ ଉଲ୍ଲେଖ ରହିଛି ଯେ, ଗତ ପଞ୍ଚାୟତ ନିର୍ବାଚନ ବେଳେ ଝାରସୁଗୁଡା ବଡ଼ମାଲ ଅଞ୍ଚଳରେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଗୋପାଳ ଯାଞ୍ଚ ପାଇଁ ଅଟକାଇଥିଲେ। ଏହି ସମୟରେ ସମର୍ଥକଙ୍କ ସହ ପାଟିତୁଣ୍ଡ ହେବାରୁ ସେ ଯାଞ୍ଚ ନ କରି ଫେରିଯାଇଥିଲେ। ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଓ ସମର୍ଥକଙ୍କ ଧମକ ପରେ ଗୋପାଳ ଡରିଯାଇଥିଲେ। ସେବେଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ନିକଟ ଭବିଷ୍ୟତରେ ନବଙ୍କ ସମର୍ଥକଙ୍କ ଦ୍ୱାରା ହତ୍ୟାର ଶିକାର ହେବେ ବୋଲି ସେ ଭାବିଥିଲେ। ନବ ତାଙ୍କୁ ହତ୍ୟା କରିବା ପୂର୍ବରୁ ସେ ନବଙ୍କୁ ମାରିବାକୁ ସ୍ଥିର କରିଥିଲେ। ଏଥିପାଇଁ ଗୋପାଳ ସମଲେଶ୍ୱରୀ ମନ୍ଦିରରେ ଲଣ୍ଡା ହୋଇ ଶପଥ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ନବଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ପ୍ରୟାସ କରିଥିଲେ। ହେଲେ ସେଥିରେ ବିଫଳ ହୋଇଥିଲେ। ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍‌ ମାରିଥିଲେ। ସେହିଦିନଠୁ ନିଜ ସର୍ଭିସ୍‌ ପିସ୍ତଲରେ ସେ ଗୁଳି ଲୋଡ୍‌ କରି ରଖିଥିଲେ ବୋଲି ଚାର୍ଜଶିଟ୍‌ରେ ଉଲ୍ଲେଖ ଥିବା ପୂଜାରୀ ସୂଚନା ଦେବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ଚାର୍ଜଶିଟକୁ ରଦି କାଗଜ ବୋଲି ପୂଜାରୀ କହିଛନ୍ତି। କାରଣ ଏଥିରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଦଣ୍ଡିତ କରିବା ଭଳି କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ସରକାର ସତ୍ୟ ଲୁଚାଇବାକୁ ଉଦ୍ୟମ କରିଛନ୍ତି। ଗୋପାଳରେ ତଦନ୍ତ ଆରମ୍ଭ କରି ଗୋପାଳରେ ଶେଷ କରାଯାଇଛି। ଅନ୍ୟ ଦିଗ କିମ୍ବା ବ୍ୟକ୍ତିବିଶେଷଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଗୋପାଳଙ୍କ ୧୫ ଦିନର ମୋବାଇଲ ଫୋନ କଲ୍‌ ରେକର୍ଡ ଯାଞ୍ଚ କରାଯାଇ ନାହିଁ ବୋଲି ପୂଜାରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ତଦନ୍ତ ଆରମ୍ଭରୁ ବାଟବଣା ହୋଇଥିବା ଜଣାପଡୁଥିଲା। ଆଜି ପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ଜଣାପଡ଼ିଲା ନାହିଁ। ଯାହା ଚାର୍ଜଶିଟରେ ଲେଖାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ। ଚାର୍ଜଶିଟ ତଥ୍ୟ ଅନୁସାରେ ଗାଡ଼ି ପାର୍କିଂକୁ ନେଇ ନବ ଦାସଙ୍କ ସମର୍ଥକ ଓ ଗୋପାଳଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ କେବେ ସେହି ଘଟଣା ଘଟିଥିଲା ତାହା ଉଲ୍ଲେଖ ନାହିଁ। ଥାନାରେ ମଧ୍ୟ ଷ୍ଟେଶନ ଡାଏରି ହୋଇନାହିଁ। ପ୍ରାୟତଃ ଛୋଟ ବଚସାକୁ ନେଇ ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡ ହୁଏ ନାହିଁ। ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ ଗୋପାଳ ଓ ନବଙ୍କ ମୋବାଇଲ୍‌ ଫୋନ ଟ୍ରାକ୍‌ କରାଯାଇ ନାହିଁ। ନବଙ୍କ ଶରୀର ଭେଦ କରିଥିବା ଗୁଳି ଏପର୍ଯ୍ୟନ୍ତ ନ ମିଳିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ସଂଗ୍ରହରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି। ତଦନ୍ତ ସମାଧିସ୍ଥ ହୋଇଛି। ସେହିପରି ଘଟଣା ପରେ ଗୋପାଳ ହତ୍ୟାର କାରଣ ନେଇ ନୋଟ ଲେଖିଥିଲେ, ଯାହାକି ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚ ବାହାର କରିଥିଲା। ହେଲେ ଏଥିରେ କ’ଣ ଲେଖାଥିଲା ତାହା ଚାର୍ଜଶିଟରେ ଉଲ୍ଲେଖ କରାଯାଇନାହିଁ ବୋଲି ପୂଜାରୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୩ରେ ନବ ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯାଉଥିଲେ। ତେବେ ଗାନ୍ଧୀ ଛକରେ କର୍ମୀମାନେ ତାଙ୍କୁ ଅଟକାଇ ସ୍ବାଗତ କରିଥିଲେ। ଠିକ୍‌ ସେହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ୍‌ ରିଭଲଭରରୁ ନବଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେହିଦିନ ସନ୍ଧ୍ୟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri