‘ନବ ଦାସ ହତ୍ୟାକାଣ୍ଡ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବଳିଷ୍ଠ ଉଦାହରଣ’

ଭୁବନେଶ୍ବର,୨୦ା୨(ବ୍ୟୁରୋ): ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପ୍ରହରରେ ଗୁଳିକରି ହତ୍ୟା କଲେ। ରାଜ୍ୟ ଇତିହାସରେ ଏହା ଏକ ବିରଳ ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସର୍ବଶ୍ରେଷ୍ଠ ଉଦାହରଣ। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ନୂଆ ନୂଆ ଗପ ଶୁଣାଇବାରେ ଧୁରନ୍ଦର। ଅଭିଯୁକ୍ତ ଗୋପାଳ ଦାସଙ୍କୁ ବାହାର ରାଜ୍ୟକୁ ନିଆଯାଇ କରାଯାଇଥିବା ଲାଏ ଡିଟେକ୍‌ସନ ଟେଷ୍ଟ, ନାର୍କୋ ଟେଷ୍ଟର ବୈଧତା କ’ଣ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ଅନେକ ପ୍ରଶ୍ନର ଜବାବ ଦେବାରେ ବିଫଳ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ବର୍ତ୍ତମାନ ନୀରବ ସାଜିଛି। ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟର ପର୍ଦ୍ଦାଫାଶ ଭୟରେ ସରକାର ବିରୋଧୀ ଦଳ ନେତାଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପକାଇ ଘଟଣାକୁ ଅନ୍ୟ ମୋଡ଼ ଦେବାକୁ ଅପଚେଷ୍ଟା କରୁଛନ୍ତି। ରାଜ୍ୟ ସରକାର କଳ ଓ ବଳର ଅପବ୍ୟବହାର କରି ଘଟଣାର ପ୍ରମାଣ ଓ ତଥ୍ୟକୁ ନଷ୍ଟ କରୁଥିବାବେଳେ ବିଜେଡି ମୁଖ୍ୟ ପ୍ରସଙ୍ଗରୁ ବାହାରି ଯାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି। ନବ ଦାସ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଯାଉ। ବିରୋଧୀ ଦଳ ନେତାଙ୍କୁ ମାରିଦେବାର ଧମକ ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅତୀତରେ ଅର୍ଥନୈତିକ କାରବାର ସମ୍ପର୍କିତ ମାମଲା ନେଇ ଅଭୟ ପାଠକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବ୍ୟବସାୟିକ ସହଯୋଗୀ ଅରୂପ ପଟ୍ଟନାୟକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେଣୁ ବିଜେଡି ଦ୍ୱାରା ପୋଲିସ ଓ ପ୍ରଶାସନର ରାଜନୀତିକରଣ କରାଯାଉଛି ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ଲେଖାଶ୍ରୀ ୨୦୧୪ରେ ଖୋଲାଖୋଲି ଭାବେ ନବୀନ ନିବାସକୁ ଆସି ବିଜେଡି ଟିକେଟ ମାଗିଥିଲେ। ୨୦୧୯ରେ ସେ ପୁନର୍ବାର ଲୁଚିଛପି ନବୀନ ନିବାସ ଆସି ବିଜେଡି ପାର୍ଟି ଟିକେଟ ମାଗିଲେ। ଆମେ ଜାଣୁ ସେ ପୁଣି ୨୦୨୪ରେ ଲୁଚିଛପି ଆସି ବିଜେଡି ପାର୍ଟି ଟିକେଟ ମାଗିବେ। ଲେଖାଶ୍ରୀ ଜଣେ ଆତ୍ମ-ଘୋଷିତ ତଦନ୍ତକାରୀ ଅଧିକାରୀ ଏବଂ ଫୋରେନ୍‌ସିକ୍‌ ବିଶେଷଜ୍ଞ, ଯାହାଙ୍କୁ ତାଙ୍କ ଦଳର କିଛି ଲୋକ ମାମଲାର ତଦନ୍ତ ଉପରେ ଆଲୋଚନା କରିବାକୁ ନିୟୋଜିତ କରନ୍ତି। ସେ ଘଟଣା ସଂକ୍ରାନ୍ତରେ କିଛି ନ ବୁଝି ନ ଶୁଝି ମତ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?