ନୂଆ ରୂପରେ ନୂଆଁଖାଇ

ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ ପର୍ବ ପର୍ବାଣିଠାରୁ ଏହା ଏକ ନିଆରା ପର୍ବ। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ଇଷ୍ଟ ଦେବୀଙ୍କ ରାଶି ନକ୍ଷତ୍ର ଅନୁସାରେ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଗ୍ରହଣ କରିଥାନ୍ତି। ସାଧାରଣତଃ ମାସକ ଆଗରୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମହିଳାମାନେ ଘର ଦ୍ୱାର ଲିପାପୋଛା କରି ସଫା କରିଥାନ୍ତି। ପରେ ବିଭିନ୍ନ ରଙ୍ଗ ତଥା ଲାଲ୍‌ ରଙ୍ଗର ମାଟି ଏବଂ ଧଳା ଚୁନ ମାଟିରେ ଘରକୁ ରଙ୍ଗ ବେରଙ୍ଗ କରିଥାନ୍ତି ଏବଂ ତାହା ଉପରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାନ୍ତି। ଯିଏ ଯେଉଁଠି ଥାଉନା କାହଁିକି ନବାନ୍ନ ଦିନ ସମସ୍ତେ ଘରେ ପହଞ୍ଚି ନିଜ ମଧ୍ୟରେ ରହିଥିବା ରାଗରୋଷ ଭୁଲି ଏକାଠି ହୋଇଥାନ୍ତି। ଗରିବଙ୍କ ଠାରୁ ଆରମ୍ଭ କରି ଧନି ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନବାନ୍ନରେ ନୂଆ ବସ୍ତ୍ର ଆସିଥାଏ। ଖରିଫ ଋତୁରେ ଚାଷ ହୋଇଥିବା ପ୍ରଥମ କଶି ଧାନକୁ ଆଣି ତାକୁ ନୂଆ ମାଟି ହାଣ୍ଡିରେ ଭାଜି ଚୁଡା ତିଆରି କରାଯାଏ। ସେହି ଚୁଡାରେ ଦେଶୀ ପାଣି ଗୁଡ ମିଶାଇ ନବାନ୍ନ ପ୍ରସ୍ତୁତ କରାଯାଏ ଏବଂ ତାକୁ ନୂଆଁଖାଇ ଦିନ କୁରେ ପତ୍ରରେ ଇଷ୍ଟ ଦେବୀଙ୍କ ଠାରେ ଲାଗି ଲାଗି କରାଯାଏ। ଏହାକୁ ଘରେ ଘରେ ତିଆରି କରାଯାଇଥିବା ବିଭିନ୍ନ ରକମର ପିଠା ତଥା ଅନ୍ୟାନ୍ୟ ଖାଦ୍ୟରେ ମିସାଇ କୁରେ, ଶାଳ ଏବଂ ଭେଲୁଆ ପତ୍ରରେ ଲୋକେ ଖାଇଥାନ୍ତି। ଅପରାହ୍ନରେ ନିଜ ନିଜ ସମ୍ପର୍କୀୟଙ୍କ ପାଖକୁ ଯାଇ ବଡମାନଙ୍କୁ ସାନମାନେ ମୁଣ୍ଡିଆ ମାରି ଆଶୀର୍ବାଦ ଲାଭ କରିଥାନ୍ତି। ଏହି ସମୟରେ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରାଯାଉଥିବାବେଳେ ରାତିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପରଦିନ ନବାନ୍ନ ବାସି ପାଳନ ପରମ୍ପରା ରହିଛି। ବାସିଦିନ ଲୋକେ ଘରେ ଘରେ ମାଂସ ଭୋଜି
କରି ଖାଇବା ପରମ୍ପରା ରହିଆସିଛି।
– ଭୁବନେଶ୍ୱର ବାରିକ, ଲାଠୋର


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡ଼ିିକୁ ପ୍ରଦୂଷିତ ପାଣି ଛାଡ଼ ନାହିଁ: ହାଇକୋର୍ଟ

କଟକ ଅଫିସ,୨୯ା୩:ଖାନ୍‌ନଗରଠାରେ କାଠଯୋଡ଼ି ନଦୀରେ ମିଶୁଥିବା ପ୍ରଦୂଷିତ ଜଳକୁ ବନ୍ଦ କରିବାକୁ ହାଇକୋର୍ଟ ସୋମବାର କଟକ ମହାନଗର ନିଗମ(ସିଏମ୍‌ସି)କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି...

ଭୂମିହୀନଙ୍କୁ ମିଳୁନି ବାସୋପଯୋଗୀ ଜମି

ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ବାସ ଉପଯୋଗୀ ଜମିର ପଟ୍ଟା ଯୋଗାଇ ଦେବା ପାଇଁ ଜିଲା...

ଆଜି କରୋନା ନେଲା ୫ ଜୀବନ

ଭୁବନେଶ୍ୱର,୨୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୯୨...

କୋଭିଡ୍‌ ସ୍ଥିତିରେ ଦଶମ, ଯୁକ୍ତ ୨ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ପାଠପଢ଼ା ହୋଇପାରି ନ ଥିବା ବେଳେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରୀଛାତ୍ର। ତେଣୁ କୋଭିଡ୍‌କୁ...

ଜମି ପଟ୍ଟାରେ ସଅର କାଟି ଶବର ଲେଖାଯାଉ

କଟକ ଅଫିସ,୩୧।୩: ଜମି ପଟ୍ଟାରେ ଶବର ଲେଖାଯିବା ପରିବର୍ତ୍ତେ ସଅର ଲେଖାଯାଇଛି। ରାଜ୍ୟ ସରକାରଙ୍କ ଏପରି ଭୁଲ୍‌ ଯୋଗୁ ଗରିବ ଆଦିବାସୀ ସେମାନଙ୍କ ଅଧିକାରରୁ ବଞ୍ଚିତ...

ଅକ୍ଟୋବର ୧୬ରେ ଓସିଏସ୍‌ ପ୍ରିଲିମ୍‌: ୨ଟି ସିଟିଂରେ ହେବ ପରୀକ୍ଷା

କଟକ ଅଫିସ, ୨୧।୯: ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ୨୦୨୧ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ ା ଏ ନେଇ ଓଡ଼ିଶା ଲୋକସେବା...

ଜଙ୍ଗଲରେ ଚାଲିଥିଲା ଭାଟି, ୮ ଗିରଫ

ଅନୁଗୋଳ ଅଫିସ/କଣିହାଁ, ୮।୫ – ଅନୁଗୋଳ ଜିଲା ରେଙ୍ଗାଲି ଥାନା ଲୋଧାଝରି ଶାଳ ଜଙ୍ଗଲରେ ଭାଟି କରାଯାଇ ଦେଶୀ ମଦ ରନ୍ଧା ଯାଉଥିବା ବେଳେ ଅବକାରୀ...

ଜିଦ୍‌ରେ ଅଟଳ ଉଭୟ ନିଯୋଗ

ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ...

Advertisement
Archives

Model This Week