ବଡ଼ସାହିରେ ମୋରମ ଚାଲାଣ

ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ କମିଟି ମାଧ୍ୟମରେ ରିଜୋଲ୍ୟୁସନ କରାଯାଇ ତହସିଲ, ଜଙ୍ଗଲବିଭାଗ ଓ ଥାନାକୁ ଜଣାଇ ଦିଆଯାଉଛି ା ମାତ୍ର ଜଙ୍ଗଲରେ କାମ ହେବା ପରିବର୍ତ୍ତେ ବେଆଇନ ମୋରମ ଖନନ କରାଯାଇ ବାହାରକୁ ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଛି। ଖୁବ୍‌ଶୀଘ୍ର ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ବିନୀତ ଭରଦ୍ୱାଜ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
ସୂଚନାଯୋଗ୍ୟ, ଦେଉଳିଆ ଗ୍ରାମରେ ଥିବା କେତେକ ରାଜସ୍ବ ଓ ଜଙ୍ଗଲ ଜମିରୁ ଖୁଲମଖୋଲା ମୋରମ ଉତ୍ତୋଳନ କରଯାଉଛି। ଅଫିସ ସମୟ ପରେ ଏବଂ ବିଳମ୍ବିତ ରାତିରେ ଉତ୍ତୋଳନ କରାଯାଇ ବାହରକୁ ଏପରିକି ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟସ୍ଥଳକୁ ମଧ୍ୟ ଚାଲାଣ କରାଯାଉଛି ା ଜଙ୍ଗଲ କମିଟିକୁ ଢାଲ କରି ଜଣେ ସଦସ୍ୟ ଏସବୁ କାମ କରି ବେଶ ରୋଜଗାର କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଦେଉଳିଆ ମାୈଜା ପ୍ଲଟନଂ. ୧୧୪୦ ସ୍ବର୍ଗତ ସୁଦର୍ଶନ ମହାପାତ୍ରଙ୍କ ନାମରେ ଥିବା ବେଳେ ତାର ସମ୍ମୁଖ ସ୍ଥାନଟି ହେଉଛି ଶ୍ମଶାନ ଜାଗା। ଏହି ମୌଜାର ଖାତା ନଂ. ୪୧୨, ପ୍ଲଟ୍‌ନଂ. ୧୧୪୦ ସମ୍ମୁଖରେ ଥିବା ସରକାରୀ ଜାଗାରୁ ଗତ ୨୦୨୦ରେ ନିର୍ମିତ ହେଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଦେଉଳିଆଠାରୁ ତାଳପଦା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାର ଜନୈକ ଠିକାଦାରଙ୍କୁ ଜଙ୍ଗଲ କମିଟିର ସଦସ୍ୟ ଚଞ୍ଚକତା ପୂର୍ବକ ମାଟି ବିକ୍ରି କରିଥିଲେ। ସେ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ନାତି ନିହାର ରଞ୍ଜନ ମହାପାତ୍ର ପ୍ରତିବାଦ କରିବାରୁ ତତ୍କାଳୀନ ତହସିଲଦାରଙ୍କ ନିର୍ଦ୍ଦେଶରେ କୁରାଡ଼ିହା ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଏହା ଶ୍ମଶାନ ଜାଗା ବୋଲି ଚିହ୍ନଟ କରଥିଲେ। ଏହା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କୁ ଅବଗତ କରିଥିଲେ। ଏହା ପରେ କାର୍ଯ୍ୟ ବନ୍ଦ ହୋଇଥିବା ବେଳେ ସେହି ଖାଲକୁ ଜଙ୍ଗଲ ଜମି ଦର୍ଶାଇ ସମ୍ପୃକ୍ତ ବିଭାଗରୁ ୨ଲକ୍ଷ ୩୮ହଜାର ବିଲ୍‌ କରାଯାଇଛି। ରାଜସ୍ବ ବିଭାଗର ଅଜ୍ଞାତରେ ଓ ଏହା ଶ୍ମଶାନ ଜାଗା ବୋଲି ଦର୍ଶାଯିବା ପରେ ଏହା କିପରି ସମ୍ଭବ ହେଲା ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣା ପରେ ପୁଣି ସଦସ୍ୟ ଜଣକ ଗତ ଦୁଇ ଦିନ ହେବ ମନ୍ଦ ଉଦ୍ଦେଶ୍ୟ ରଖି ସେହି ଶ୍ମଶାନ ଜାଗାରେ ଜେସିବି ଲଗାଇ ମୋରମ ଖୋଳିବା ଆରମ୍ଭ କରିଛନ୍ତି। ଫଳରେ ନିହାରଙ୍କ ପୈତୃକ ପ୍ଲଟ୍‌ର ସମ୍ମୁଖ ଅଞ୍ଚଳ ହୋଇଥିବାରୁ ସେ ପ୍ଲଟ୍‌କୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ମୋରମ ଖୋଳିବା ପରେ ପୋଖରୀ ସୃଷ୍ଟି ହେବାରୁ ଲୋକଙ୍କ ଚଳପ୍ରଚଳରେ ବାଧା ଉପୁଜିବା ସହ ଜନଜୀବନ ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି ତହସିଲଦାରଙ୍କୁ ଅବଗତ କରାଯାଇଛି। କୌଣସି ସରକାରୀ ଅନୁଦାନ ଏଥିପ୍ରତି ବ୍ୟୟ ବରାଦ ହୋଇ ନ ଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଶ୍ମଶାନ ଜାଗାରେ ବ୍ୟକ୍ତିଗତ ଭାବେ ପୋଖରୀ ଖୋଳିବା ଓ ମାଟି ଉତ୍ତୋଳନକୁ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି। ସେହି ଗାଡ଼ିଆ ଓ ମାଟି ଉତ୍ତୋଳନ ସ୍ଥାନକୁ ପୋତିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେବା ସହିତ ତାଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ଗଦାଧର ଧଳଙ୍କୁ ପଚାରିବାରୁ ଅଭିଯୋଗ ପାଇଛି, ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri