Posted inଜାତୀୟ

‘ମୋ ପିତା ଥିଲେ ମୋର ହିରୋ, ଏହା ହୁଏତ ଭାଗ୍ୟରେ ଥିଲା’: ପିତାଙ୍କୁ ଲୁହ ଭରା ଆଖିରେ ଶେଷ ବିଦାୟ ଦେଲେ ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ ଆଶନା

ନୂଆଦିଲ୍ଲୀ,୧୦ ।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣା ହୁଏତ ଦେଶବାସୀଙ୍କ ମନରୁ କେବେ ଲିଭିବ ନାହିଁ । କିନ୍ତୁ ଏଥିରେ ଯେଉଁମାନେ ଶହୀଦ ହୋଇଛନ୍ତି ତାଙ୍କର ଶୂନ୍ୟସ୍ଥାନକୁ ହୁଏତ ଆଉ ପୂରଣ କରାଯାଇ ନ ପାରେ । କେବଳ ସେତିକି ନୁହେଁ ଦେଶ ପାଇଁ ତଥା ଶହୀଦ ପରିବାର ପାଇଁ ହୋଇଥିବା କ୍ଷତି କେବେ ପୂରଣ ହେବ ନାହିଁ । ସ୍ତ୍ରୀ ହରାଇଛି ସ୍ୱାମୀକୁ ତ ପିଲା ହରାଇଛି ପିତାଙ୍କୁ । ସେନାର ଝିଅ ଭାବେ ଗର୍ବରେ ସିନା ଛାତି ଫୁଲିଉଠୁଛି ହେଲେ ହୃଦୟର କୋହକୁ ଚାପି ରଖିବାକୁ ପଡୁଛି । ଏହି ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଛନ୍ତି ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡର । ତାଙ୍କର ମୃତଶରୀର ଗୁରୁବାର ବିମାନ ବନ୍ଦରରେ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ପିତାଙ୍କୁ ବିଦାୟ ଦେଇଥିଲେ ୧୭ ବର୍ଷର ଝିଅ ଆଶନା । ଗର୍ବରେ କହିଥିଲେ ମୁଁ ଶହୀଦ ବୀରର ଝିଅ । ଆଉ ମୋ ପିତା ଥିଲେ ମୋର ହିରୋ । ୧୭ ବର୍ଷ ପର୍ଯ୍ୟନ୍ତ ମୁଁ ତାଙ୍କ ସହ ରହିଲି । ତାଙ୍କରି ସ୍ମୃତିକୁ ନେଇ ଆମେ ଆଗକୁ ବଢିବୁ । ଏହା ଏକ ରାଷ୍ଟ୍ରୀୟ କ୍ଷତି । ମୋ ପିତା ହିରୋ ଥିଲେ, ମୋର ସବୁଠାରୁ ଭଲ ବନ୍ଧୁ ଥିଲେ । ହୁଏତ ଏହା ଭାଗ୍ୟରେ ଲେଖାଥିଲା । ଆଗକୁ ଆମ ରାସ୍ତାରେ ଭଲ ଘଟଣା ଘଟିବ । ସେ ମୋର ସବୁଠାରୁ ବଡ ମୋଟିଭେଟର ଥିଲେ ବୋଲି କହିଛନ୍ତି ଆଶନା । ବ୍ରିଗେଡିୟର ଲିଡ୍ଡରଙ୍କ ପତ୍ନୀ ଗିତିକା କହିଛନ୍ତି ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କୁ ଆମେ ହରାଇଲୁ, ଜଣେ ସେନାଙ୍କ ପତ୍ନୀ ଭାବେ ଆମେ ତାଙ୍କୁ ହସି ହସି ବିଦାୟ ଦେବା କଥା ଏହା ଏକ ବଡ କ୍ଷତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?