ଏଇ ଭାରତରେ

ଅଦରକାରୀ କପଡ଼ାରୁ ବିଭିନ୍ନ ବ୍ୟବହାରଯୋଗ୍ୟ ଜିନିଷ ତିଆରି କରିବା ସହ ୪୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ସଞ୍ଜୁ ସୋମାନ। ସଞ୍ଜୁଙ୍କ ବୟସ ୨୮। ସେ ଏବେ ସୁଦ୍ଧା ୩୦,୦୦୦ କେଜି ଅଦରକାରୀ କପଡ଼ାର ପୁନଃ ଉପଯୋଗ କରିସାରିଲେଣି। କଠିନ ବର୍ଜ୍ୟର ଉପଯୋଗ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏଥିପାଇଁ ଜାତିସଂଘର ୧୭ ଜଣିଆ କ୍ଲାଇମେଟ୍‌ ଲିଡର୍‌ଙ୍କ ମଧ୍ୟରେ ସେ ସ୍ଥାନ ପାଇପାରିଛନ୍ତି। ସଞ୍ଜୁ ନିଜସ୍ବ ଉଦ୍ୟମରେ କେରଳର ଆଲପୁଝା ଜିଲାର ମୁହାମ୍ମାରେ ପ୍ରଥମେ ‘ମଡେଲ୍‌ ଓ୍ବେଟ୍‌ଲ୍ୟାଣ୍ଡ ଭିଲେଜ୍‌’ କନ୍‌ସେପ୍ଟ କାର୍ଯ୍ୟକାରୀ କରିଛନ୍ତି। ସେ ତ୍ରିଭେନ୍ଦ୍ରମରେ ପ୍ରଥମେ ‘ସେଭ୍‌ ଏ ରୁପି ସ୍ପ୍ରେଡ୍‌ ସ୍ମାଇଲ’ ଏନ୍‌ଜିଓ ଆରମ୍ଭ କରି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ୫ ବର୍ଷରେ ସେ ପାଖାପାଖି ୭ ଲକ୍ଷ ଟଙ୍କା ଯୋଗାଡ଼ କରି ତାହାକୁ କ୍ୟାନ୍‌ସର ରୋଗୀଙ୍କ ସେବାରେ ବ୍ୟୟ କରିଥିଲେ। ଏବେ ତାଙ୍କ ଏନ୍‌ଜିଓରେ ୩୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଯୋଗ ଦେଇ ବିଭିନ୍ନ ପରିବେଶ ଅନୁକୂଳ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଗାଁରେ ଶହ ଶହ ମହିଳାଙ୍କୁ ମତ୍ସ୍ୟଚାଷ ଉପରେ ପ୍ରଶିକ୍ଷଣ ଦେଉଛନ୍ତି। ବର୍ଷାଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ସହ କୃଷିରେ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri