Posted inଜାତୀୟ

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ବାସ ଭବନରେ ଭଙ୍ଗାରୁଜା କରିଛନ୍ତି। ବିଧାୟକଙ୍କ ଜଣେ ସମ୍ପର୍କୀୟ ସୋସିଆଲ୍‌ ମିଡ଼ିଆରେ ସାମ୍ପ୍ରଦାୟିକ ବିରୋଧୀ ମନ୍ତବ୍ୟ ପୋଷ୍ଟ କରିବାରୁ ଏଭଳି ହୋଇଛି। ଭିଡ଼ ହିଂସା ସମୟରେ ସ୍ଥାନୀୟ ଏକ ମନ୍ଦିରରେ ଭଙ୍ଗାରୁଜା କରିବାର ଯୋଜନା ହେଉଥିବା କେତେକ ମୁସଲମାନ୍‌ ଯୁବକ ଜାଣି ପାରିଥିଲେ। ସେମାନେ ପରସ୍ପର ହାତକୁ ଧରି ମାନବ ଶୃଙ୍ଖଳ କରି ମନ୍ଦିରକୁ ଘେରି ଭିଡ଼ ସମ୍ମୁଖରେ ଠିଆ ହୋଇଥିଲେ। ଫଳରେ ବିକ୍ଷୋଭକାରୀ ବାଧ୍ୟ ହୋଇ ଫେରିଯାଇଥିଲେ। ମନ୍ଦିର ସୁରକ୍ଷିତ ରହିଥିଲା। ସୋସିଆଲ ମିଡ଼ିଆରେ ଶେୟାର କରାଯାଇଥିବା ଭିଡ଼ିଓରେ ମୁସଲମାନ୍‌ ଯୁବକମାନେ ହାତ ଧରାଧରି ହୋଇ ଠିଆ ହେଉଥିବାର ଦୃଶ୍ୟ ରହିଛି। ୧୯ ସେକେଣ୍ଡର ଏହି ଭିଡ଼ିଓକୁ ଇତିମଧ୍ୟରେ ୬ ଲକ୍ଷ ପାଖାପାଖି ୟୁଜର ଦେଖି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ...

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧...

ଘୁଞ୍ଚିବନି ଜେଇଇ-ନିଟ୍‌ ପରୀକ୍ଷା: ସୁପ୍ରିମକୋର୍ଟରେ ଖାରଜ ହେଲା ୬ ରାଜ୍ୟର ଆବେଦନ

ନୂଆଦିଲ୍ଲୀ,୪।୯: ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷାକୁ ସ୍ଥଗିତ ରଖିବାକୁ ଅଣ ଭାଜପା ଶାସିତ ୬ ରାଜ୍ୟର ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ...

ବଗ୍‌ଗାଙ୍କୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ/ଚଣ୍ଡିଗଡ଼,୭ା୫: ଦିଲ୍ଲୀର ଭାଜପା ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ପଞ୍ଜାବ ପୋଲିସ ଶୁକ୍ରବାର ସକାଳେ ତାଙ୍କ ଘରୁ ଗିରଫ କରିଥିଲା। ଜାତୀୟ ରାଜଧାନୀରୁ ତାଙ୍କୁ...

କରୋନାରେ ସଂକ୍ରମିତ ନ ଥିଲେ ବିକାଶ: ରିପୋର୍ଟ ଆସିବା ପରେ ହେଲା ବ୍ୟବଚ୍ଛେଦ

କାନପୁର,୧୦।୭: କୁଖାତ୍‌ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ଏହା ଦ୍ରୁତ ଗତିରେ ସବୁଆଡେ ପ୍ରଚାର ପ୍ରସାର ହୋଇଯାଇଥିଲା। ଶୁକ୍ରବାର...

ଦୀର୍ଘ ୬ ଘଣ୍ଟା ପରେ ଚାଲୁ ହେଲା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର...

ଫାଷ୍ଟଟ୍ରାକ କୋର୍ଟକୁ ଟ୍ରାନ୍ସଫର ହେଲା ଜ୍ଞାନବ୍ୟାପି ମାମଲା: ୩୦ ମେ’ରେ ପରବର୍ତ୍ତି ଶୁଣାଣି

ବାରାଣସୀ,୨୫ ।୫: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପି ମସଜିଦ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସମୟ ନଷ୍ଟ ନ କରି କୋର୍ଟଙ୍କ...

ହିଂସା ସୃଷ୍ଟି ନ କରିବାକୁ ଅନୁରୋଧ କଲେ ମମତା

କୋଲକାତା,୧୪।୧୨: ନାଗରିକ ସଂଶୋଧନ ବିଲ୍‌କୁ ନେଇ ପୂର୍ବ ଭାରତ ଏକ ପ୍ରକାର ଜଳୁଛି କହିଲେ ଭୁଲ୍‌ ହେବ ନାହିଁ। ଦେଶର ଅଧିକାଂଶ ଭାଗରେ ଏହାକୁ ବିରୋଧ...

Advertisement
Archives

Model This Week