ବର୍ଷାର ଆଗମନରେ ମେଲିଲାଣି ଛତୁ ପସରା

କେନ୍ଦୁଝର,୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷା ହେଲେ ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟେ। ବଜାରର ରାସ୍ତାକଡ଼ରେ ଛତୁ ପସରା ମେଲିଲାଣି। ସେ ମଧ୍ୟରୁ ରୁଟୁକା ଛତୁ ଅନ୍ୟତମ। ବିଶେଷକରି ବର୍ଷାଋତୁରେ ଏହି ଛତୁ ପଡ଼ିଆରେ ଫୁଟିଥାଏ। ପ୍ରାକୃତିକ ପରିବେଶରେ ଫୁଟୁଥିବା ଅନ୍ୟାନ୍ୟ ଛତୁ ମଧ୍ୟରେ ରୁଟୁକା ଛତୁର ଚାହିଦା ଗାଁଠାରୁ ଆରମ୍ଭ କରି ସହରରେ ରହିଛି। ତେଣୁ ସୁସ୍ବାଦୁ ରୁଟୁକା ଛତୁ ଉପରେ ବ୍ୟବସାୟୀଙ୍କ ନଜର ରହିଥାଏ।
ବନବାସୀମାନେ ପାହାଡ଼, ଜମିବାଡ଼ିରୁ ଛତୁ ସଂଗ୍ରହକରି ବଜାରକୁ ପାଛିଆରେ ବୋହି ଆଣି ବିକ୍ରି କରିଥାନ୍ତି। ଏହାକୁ ବିକି ତେଲ, ଲୁଣ କିଣି ନେଇ ଘର ଚଳାନ୍ତି। ତେବେ ବ୍ୟବସାୟୀମାନେ ସେମାନଙ୍କଠାରୁ ମୂଲଚାଲ କରି ନେଇ ଅଧିକ ଦରରେ ବିକୁଥିବା ବେଳେ ବନବାସୀଙ୍କୁ ଉଚିତ ମୂଲ୍ୟ ମିଳେ ନାହିଁ ବୋଲି ଅବସରପ୍ରାପ୍ତ ଶିକ୍ଷକ ପ୍ରଣବ ରାଉତରାୟ କହିଛନ୍ତି।

ପ୍ରଥମକରି ରୁଟୁକା ଛତୁ ବଜାରକୁ ଆସିଲେ ବ୍ୟବସାୟୀମାନେ ନିଜ ଅକ୍ତିଆରକୁ ନେଇଯାଇ କିଲୋ ୬ ରୁ ୭ ଶହ ଟଙ୍କାରେ ବିକ୍ରି କରିଥାନ୍ତି। ଧୀରେ ଧୀରେ ପରିମାଣରେ ହ୍ରାସ ହେଲେ ଏହାର ଦର କମିଥାଏ। ତେବେ କିଛିଦିନ ପରେ ଏହାର ଦାମ କମିଲେ ହେଁ କିଲୋ ୨ ଶହ ଟଙ୍କାରୁ କମେ ନାହିଁ। ସାଧାରଣତଃ ବନବାସୀ ଛତୁକୁ ପତ୍ରରେ ନିର୍ମିତ ଚଉତିରେ ଭାଗକରି ବିକ୍ରିକରିଥାନ୍ତି। ଚଉତି ସାଇଜ ଅନୁଯାୟୀ, ଦାମ ୨୦ ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ। ଏହାକୁ ବ୍ୟବସାୟୀ କିଣି ନେଇ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ କିଲୋ ୧ ହଜାର ଓ ତା’ଠାରୁ ଅଧିକ ମୂଲ୍ୟରେ ବିକି ଲାଭବାନ୍‌ ହୋଇଥାନ୍ତି। ଜଙ୍ଗଲରେ ସାପ, ଭାଲୁ, ହାତୀ ଭୟ ଏବଂ ବହୁ ଖର୍ଚ୍ଚ କରି ସହରକୁ ବିକ୍ରି କରିବାକୁ ଆସିଥାନ୍ତି ା କିନ୍ତୁ ବ୍ୟବସାୟୀ ସେମାନଙ୍କଠାରୁ ବହୁ କମ୍‌ ଦାମରେ କିଣି ନେଇଥାନ୍ତି। ଏହି ଟଙ୍କା ସିଧାସଳଖ ବନବାସୀଙ୍କ ପାଖକୁ ଗଲେ ସେମାନେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଛତୁରେ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଏହାକୁ କାଟି କୁନ୍ଦୁରି, ଖଡ଼ା, ଶାଗ ଆଦି ପକାଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ସହ ଭଜା କରିଖାଇଥାନ୍ତି। ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ଛତୁର ଚାହିଦା ରହିଥିବା ଗୃହିଣୀ ଦେବସ୍ମିତା ସାହୁ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri