ଔଷଧ ଦୋକାନରେ ଗ୍ରାହକଙ୍କ ପାଟିତୁଣ୍ଡରୁ ହତ୍ୟାକାଣ୍ଡ

ଗୁଣପୁର,୧୨।୧୧(ଡି.ଏନ୍‌.ଏ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ପୁଟାସିଂରେ ଜଣେ ଯୁବକଙ୍କ ଆକ୍ରମଣରେ ରୁଟି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଲବା ଅଞ୍ଚଳର ମନୋଜ କୁମାର ସେନାପତି। ସେ ଗୁଣପୁର ସହର ଶବରୀବିହାରରେ ରହୁଥିଲେ। ପୋଲିସ ଆକ୍ରମଣ କରିଥିବା ଯୁବକଙ୍କୁ ଅଟକ ରଖି ପଚାରଉଚରା କରୁଛି।

ପୁଟାସିଂ ଥାନା ଅଧିକାରୀ ଦିନବନ୍ଧୁ ଶବରଙ୍କ ସୂଚନାନୁଯାୟୀ, ଗୁରୁବାର ରାତିରେ ପୁଟା ମହୁଲ ବଣିଆ ଗ୍ରାମର ରାମନା ଭୂୟାଁ ଏକ ମେଡିସିନ୍‌ ଷ୍ଟୋରକୁ ଔଷଧ ପାଇଁ ଯାଇଥିଲେ। ସେଠାରେ ଔଷଧ ମାଗିବା ସହ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ କଇଁଚିରେ ଆକ୍ରମଣ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଗଁାର ଅନ୍ୟ ଜଣେ ତାଙ୍କୁ ଛଡାଇବାକୁ ଆସିଥିଲେ। ତାଙ୍କୁ ମଧ୍ୟ ସେ ଉକ୍ତ କଇଁଚିରେ ଆକ୍ରମଣ କରିଥିଲେ। ସେହି ସମୟରେ ମନୋଜ ସେଠାରେ ପହଞ୍ଚି ଥିଲେ। ରାମନା ମନୋଜଙ୍କ ବେକକୁ କଇଁଚିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପ୍ରଥମେ ପୁଟାସିଂ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମନୋଜଙ୍କ ମୃତ୍ୟୁ ଘଟିଥିବା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ରାଜସ୍ବ, ତଥାପି ସରୁନି ସରକାରୀ ଅବହେଳା: ପଙ୍ଗୁ ଅବସ୍ଥାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ

ତାଳଚେର,୨୧ା୧୨(ନି.ପ୍ର.) – ତାଳଚେରସ୍ଥିତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି। ୧୮ ମାସ ହେଲା ଏଠାରେ କୌଣସି ଅଧିକାରୀ ନାହାନ୍ତି କି...

ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ବଲାଙ୍ଗୀର ଅଫିସ,୨୬।୯: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବିଡିଓ ବିନୋଦ ନାଏକ। ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଡିଓ ଭିଜିଲାନ୍ସ ହାତରେ...

ବଡ଼ ବଜାରରେ ନାହିଁ ଶୌଚାଳୟ: ଲୋକେ ହଇରାଣ

ବ୍ରହ୍ମପୁର ଅଫିସ,୨୬।୧ – ବ୍ରହ୍ମପୁର ସହରର ପ୍ରାଣ କେନ୍ଦ୍ର ବଡ଼ବଜାର। ନିୟମିତ ଗଞ୍ଜାମ ଜିଲା ସମେତ ଅନ୍ୟ ସ୍ଥାନରୁ ବହୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼...

୪୮ ବସ୍ତା ଗୁଟ୍‌ଖା ଜବତ, ଏଜେଣ୍ଟ ଗିରଫ, ୨ ମାଲିକ ଫେରାର

ବ୍ରହ୍ମପୁର ଅଫିସ,୧୦ା୮-ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ଗୁଟ୍‌ଖା କାରଖାନାଗୁଡିକରେ ପୋଲିସ ନିୟମିତ ଚଢାଉ କରି ବହୁ କୋଟି ଟଙ୍କାର ଗୁଟ୍‌ଖା ଜବତ...

ସୁସ୍ଥ ହେଲେ ୨୭୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୧: ଓଡ଼ିଶାରେ ବୁଧବାର ୨୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୩,୩୦,୩୨୧ରେ ପହଞ୍ଚିଛି। ସମ୍ବଲପୁରରୁ ସର୍ବାଧିକ...

ପ୍ରତିଶ୍ରୁତି ଦେଇ ଦୁଗ୍ଧଚାଷୀଙ୍କୁ ପ୍ରତାରଣା

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଚାଷୀଙ୍କ ହାତକୁ ଅଧିକ ଅର୍ଥ ଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। କିନ୍ତୁ ପ୍ରଶାସନ ଉକ୍ତ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରୁ...

ଦୁର୍ଗାମାଧବ ନାଏକ ଫାଓ ମୁଖ୍ୟ ରେଫରି

ସୁନ୍ଦରଗଡ, ୧୭।୪ (ଡି.ଏନ୍‌.ଏ.) ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା (ଫାଓ) ତରଫରୁ ଜାତୀୟ ରେଫରୀ ଦୁର୍ଗାମାଧବ ନାଏକଙ୍କୁ ଓଡିଶାର ରେଫର ମୁଖ୍ୟ (ହେଡ ଅଫ୍‌ ରେଫରୀ)...

Advertisement
Archives

Model This Week