ମଦ କାରବାର ପ୍ରତିଯୋଗିତାରୁ ହତ୍ୟାକାଣ୍ଡ

ଝାରସୁଗୁଡ଼ା ଅଫିସ,୨୩ା୧୦: ଝାରସୁଗୁଡ଼ା ସଦର ଥାନା ଅଧୀନ ଇବ୍‌ନଦୀ ନିକଟରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଥିଲା। ଏହା ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ପଙ୍କଜ କୁମାର(୪୦)ଙ୍କର ବୋଲି ଜଣାପଡିଥିଲା । ପଙ୍କଜଙ୍କ ପ୍ରକୃତ ଘର ବିହାର ଜିଲା ଲଖୀସରାଇ ଇଣ୍ଡଟୋଲା ଗ୍ରାମରେ ହୋଇଥିବା ବେଳେ ସେ ବ୍ରଜରାଜନଗର କାଳୀନଗର ଅଞ୍ଚଳରେ ଏକାକି ରହୁଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟପାଇଁ ଏଠାରେ ଫିଙ୍ଗିଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ନେଇ ଓରିଏଣ୍ଟ ପୋଲିସ ଏକ ହତ୍ୟା ମାମଲା (ନଂ.୧୮୪/୨୧) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୋଟିଏ ଦିନପରେ ଶୁକ୍ରବାର ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବରଗଡ଼ ଜିଲା ପଦ୍ମପୁର ଥାନା କେସିଙ୍ଗାର ମୀନକେତନ ବେହେରା(୪୮), ବାଦଲ ବେହେରା(୧୮) ଓ ଅନୁଗୋଳ ଜିଲା ଜରପଡାର ପୂର୍ଣ୍ଣଚନ୍ଦ୍ର ନାୟକ(୩୧)। ଅଭିଯୁକ୍ତମାନେ କାଳୀନଗର ଅଞ୍ଚଳରେ ରହୁଥିଲେ। ମୀନକେତନ ଓ ବାଦଲ ବାପପୁଅ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ହେଉଛନ୍ତି ତାଙ୍କ ସହଯୋଗୀ। ପୋଲିସ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଗୁଳି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଓଡି୨୩କେ-୫୦୮୫ନଂ ବାଇକ୍‌ ଜବତ କରିଛି  ।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମୃତ ପଙ୍କଜ ଓ ମୀନକେତନ କାଳୀନଗର ଅଞ୍ଚଳରେ ଚୋରା ମଦ ବ୍ୟବସାୟ କରୁଥିଲେ। ମଦ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ଅନେକ ସମୟରେ ପଙ୍କଜ ମୀନକେତନଙ୍କ ଘରକୁ ଯାଇ ଟଙ୍କା ମାଗିବା ସହ ତାଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ମୀନକେତନ ତାଙ୍କୁ ରାସ୍ତାରୁ ହଟାଇଦେଲେ ଆଉ କେହି ପ୍ରତିଯୋଗୀ ରହିବେ ନାହିଁ, ମଦ ବ୍ୟବସାୟ ଭଲ ଚାଲିବ ବୋଲି ପୁଅ ବାଦଲ ସହ ଯୋଜନା କରିଥିଲେ। ଏଥିରେ ପୂର୍ଣ୍ଣଚନ୍ଦ୍ର ସହଯୋଗ କରିଥିଲେ। ଏଭଳି ସ୍ଥିତିରେ ଗତ ବୁଧବାର ରାତି ୧୧ଟାରେ ସେମାନେ କାଳୀନଗର ଅଞ୍ଚଳରେ ପଙ୍କଜଙ୍କୁ ଗୁଳିକରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ବାଇକ୍‌ରେ ମୃତଦେହକୁ ଆଣି ଇବ୍‌ନଦୀ ନିକଟରେ ଫଙ୍ଗିଦେଇ ଚାଲିଯାଇଥିଲେ  ।  ବାଦଲ ବାଇକ୍‌ ଚଳାଇଥିବା ବେଳେ ମୃତଦେହକୁ ମଝିରେ ଧରି ପୂର୍ଣ୍ଣଚନ୍ଦ୍ର ପଛରେ ବସିଥିଲେ। ମୀନକେତନ କେବଳ ଚୋରା ମଦ ନୁହେଁ କୋରେକ୍ସ ନିଶା ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କ ନାମରେ ପୂର୍ବରୁ ୧୧ଟି ମାମଲା ରହିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ପୋଲିସ୍‌ ତଦନ୍ତ ଜାରି ରଖିଛି ବୋଲି ଏସ୍‌ପି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିଲରେ ଫୁଟିଲା ପଦ୍ମ

କଣାସ,୨୧ା୩ (ସ୍ବ.ପ୍ର.): ସମାଜ ଯେତିକି ଆଧୁନିକ ଆଡ଼କୁ ଗତି କରୁଛି ପାଣିପାଗର ପରିବର୍ତ୍ତନ ଯୋଗୁ ବେଳେବେଳେ ଅଜବ ଘଟଣାମାନ ଦେଖିବାକୁ ମିଳୁଛି। ଜଣେ ଚାଷୀଙ୍କ ଖରାଟିଆ...

ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ, ଦୁଇଦିନ ବ୍ୟାଙ୍କ ବନ୍ଦ

ପାଟଣା,୧୫।୪(ସ୍ବ.ପ୍ର.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପାଟଣା ବ୍ଲକ ତୁରୁମୁଙ୍ଗା ବଜାରସ୍ଥିତ ଏକ ବ୍ୟାଙ୍କର ଦୁଇ କର୍ମଚାରୀଙ୍କଠାରେ କରୋନା...

ମା’ ବୁଝୁନି ମମତା

ଅନୁଗୋଳ ଅଫିସ,୨୨ା୮: ମାତୃତ୍ୱର ଅର୍ଥ ବୁଝେ ମା’। ସେଥିପାଇଁ ସେ ସ୍ନେହମୟୀ। ମମତାମୟୀ। ପିଲାଟିଏ ତା’ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ। ସରଗର ସଜଫୁଟା ପାରିଜାତ। ହେଲେ ଅନେକ...

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଶୁକ୍ରବାର ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କିଛି...

ରାଷ୍ଟ୍ରକୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ୭୬ତମ ସ୍ବାଧୀନତା ଦିବସ ସୋମବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା...

୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ...

ଠାକୁରଙ୍କ ସମ୍ପତ୍ତିରୁ ଜବରଦଖଲ ଉଚ୍ଛେଦ

କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ନାମରେ ଥିବା ବାଘୁଆବେଢ଼ା ନିକଟରେ ମୂଲ୍ୟବାନ ଜମିକୁ ଜବରଦଖଲ କରିବା ନେଇ କେନ୍ଦୁଝର ଉପଜିଲାପାଳ ତଥା ନିର୍ବାହୀ...

ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ...

Advertisement
Archives

Model This Week