ମଦ କାରବାର ପ୍ରତିଯୋଗିତାରୁ ହତ୍ୟାକାଣ୍ଡ

ଝାରସୁଗୁଡ଼ା ଅଫିସ,୨୩ା୧୦: ଝାରସୁଗୁଡ଼ା ସଦର ଥାନା ଅଧୀନ ଇବ୍‌ନଦୀ ନିକଟରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଥିଲା। ଏହା ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ପଙ୍କଜ କୁମାର(୪୦)ଙ୍କର ବୋଲି ଜଣାପଡିଥିଲା । ପଙ୍କଜଙ୍କ ପ୍ରକୃତ ଘର ବିହାର ଜିଲା ଲଖୀସରାଇ ଇଣ୍ଡଟୋଲା ଗ୍ରାମରେ ହୋଇଥିବା ବେଳେ ସେ ବ୍ରଜରାଜନଗର କାଳୀନଗର ଅଞ୍ଚଳରେ ଏକାକି ରହୁଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟପାଇଁ ଏଠାରେ ଫିଙ୍ଗିଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ନେଇ ଓରିଏଣ୍ଟ ପୋଲିସ ଏକ ହତ୍ୟା ମାମଲା (ନଂ.୧୮୪/୨୧) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୋଟିଏ ଦିନପରେ ଶୁକ୍ରବାର ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବରଗଡ଼ ଜିଲା ପଦ୍ମପୁର ଥାନା କେସିଙ୍ଗାର ମୀନକେତନ ବେହେରା(୪୮), ବାଦଲ ବେହେରା(୧୮) ଓ ଅନୁଗୋଳ ଜିଲା ଜରପଡାର ପୂର୍ଣ୍ଣଚନ୍ଦ୍ର ନାୟକ(୩୧)। ଅଭିଯୁକ୍ତମାନେ କାଳୀନଗର ଅଞ୍ଚଳରେ ରହୁଥିଲେ। ମୀନକେତନ ଓ ବାଦଲ ବାପପୁଅ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ହେଉଛନ୍ତି ତାଙ୍କ ସହଯୋଗୀ। ପୋଲିସ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଗୁଳି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଓଡି୨୩କେ-୫୦୮୫ନଂ ବାଇକ୍‌ ଜବତ କରିଛି  ।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମୃତ ପଙ୍କଜ ଓ ମୀନକେତନ କାଳୀନଗର ଅଞ୍ଚଳରେ ଚୋରା ମଦ ବ୍ୟବସାୟ କରୁଥିଲେ। ମଦ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ଅନେକ ସମୟରେ ପଙ୍କଜ ମୀନକେତନଙ୍କ ଘରକୁ ଯାଇ ଟଙ୍କା ମାଗିବା ସହ ତାଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ମୀନକେତନ ତାଙ୍କୁ ରାସ୍ତାରୁ ହଟାଇଦେଲେ ଆଉ କେହି ପ୍ରତିଯୋଗୀ ରହିବେ ନାହିଁ, ମଦ ବ୍ୟବସାୟ ଭଲ ଚାଲିବ ବୋଲି ପୁଅ ବାଦଲ ସହ ଯୋଜନା କରିଥିଲେ। ଏଥିରେ ପୂର୍ଣ୍ଣଚନ୍ଦ୍ର ସହଯୋଗ କରିଥିଲେ। ଏଭଳି ସ୍ଥିତିରେ ଗତ ବୁଧବାର ରାତି ୧୧ଟାରେ ସେମାନେ କାଳୀନଗର ଅଞ୍ଚଳରେ ପଙ୍କଜଙ୍କୁ ଗୁଳିକରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ବାଇକ୍‌ରେ ମୃତଦେହକୁ ଆଣି ଇବ୍‌ନଦୀ ନିକଟରେ ଫଙ୍ଗିଦେଇ ଚାଲିଯାଇଥିଲେ  ।  ବାଦଲ ବାଇକ୍‌ ଚଳାଇଥିବା ବେଳେ ମୃତଦେହକୁ ମଝିରେ ଧରି ପୂର୍ଣ୍ଣଚନ୍ଦ୍ର ପଛରେ ବସିଥିଲେ। ମୀନକେତନ କେବଳ ଚୋରା ମଦ ନୁହେଁ କୋରେକ୍ସ ନିଶା ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କ ନାମରେ ପୂର୍ବରୁ ୧୧ଟି ମାମଲା ରହିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ପୋଲିସ୍‌ ତଦନ୍ତ ଜାରି ରଖିଛି ବୋଲି ଏସ୍‌ପି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri