ପତିଆରା ଜାହିର ପାଇଁ ହତ୍ୟା: ମୁଖ୍ୟ ମହିଳା ଅଭିଯୁକ୍ତଙ୍କ ସମେତ ୨ ଗିରଫ

ବଡ଼ବିଲ,୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହର ମନି ଟାୱାର ନିକଟରେ ଗତ ୧ ତାରିଖରେ ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ମୁଖ୍ୟ ମହିଳା ଅଭିଯୁକ୍ତ ସମେତ ସହଯୋଗୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ କଲ୍ୟାଣ ମଣ୍ଡପ ନିକଟରେ ରହୁଥିବା ପଞ୍ଜାବୀ ମହିଳା ସୁଖବିନ୍ଦର କୌର ଓରଫ୍‌ ରଜ୍ଜି, ବଡ଼ବିଲ ଆଜାଦ ବସ୍ତି ଅଞ୍ଚଳରେ ରହୁଥିବା ସାକିର ହୁସେନ। ଘଟଣାରେ ବ୍ୟବହୃତ ଏକ ବୋଲେରୋ ଜବତ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ପତିଆରା ଜାହିର ପାଇଁ ଯୋଜନାବଦ୍ଧଭାବେ ସୁନୀଲଙ୍କୁ ହତ୍ୟା କରିବା ପାଇଁ ଝାଡ଼ଖଣ୍ଡର ପେସାଦାର ସୁପାରି କିଲରଙ୍କୁ ଅଣାଯାଇଥିଲା। ହତ୍ୟାକାଣ୍ଡ ପାଇଁ ତାଙ୍କୁ ସାଢ଼େ ୪ ଲକ୍ଷ ଟଙ୍କା ଦିଆଯାଇଥିବା ବଡ଼ବିଲ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ବର୍ତ୍ତମାନର ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସହିତ ୨୦୦୩ଠାରୁ ସୁଖବିନ୍ଦର ଅତି ଘନିଷ୍ଠ ଥିଲେ। ଲକ୍ଷ୍ମଣଙ୍କ ନିର୍ବାଚନରେ ସୁଖବିନ୍ଦର ମହିଳାମାନଙ୍କୁ ନେଇ ପ୍ରଚାର କରୁଥିଲେ। ଏ ନେଇ ସୁଖବିନ୍ଦରଙ୍କୁ ଲକ୍ଷ୍ମଣ ପ୍ରତିମାସ ଖର୍ଚ୍ଚ ବାବଦକୁ ଟଙ୍କା ଦେଉଥିଲେ। ତେବେ ଲକ୍ଷ୍ମଣ ବଡ଼ବିଲ ପୌରାଧ୍ୟକ୍ଷ ହେବା ପରେ ସୁନୀଲ ସିହ୍ନା ଲକ୍ଷ୍ମଣଙ୍କର ଅତି ନିକଟତର ହୋଇଯାଇଥିଲେ। ଫଳରେ ପୌରାଧ୍ୟକ୍ଷଙ୍କ ନିକଟରେ ସୁଖବିନ୍ଦରଙ୍କ ପତିଆରା କମିବାରେ ଲାଗିଥିଲା। କଣ୍ଟା ସାଜିଥିବା ଭୋଲାଙ୍କୁ ରାସ୍ତାରୁ ହଟାଇଦେବାକୁ ଗତ ୬ ମାସ ଧରି ରଜ୍ଜି ଯୋଜନା କରିଆସୁଥିଲେ। ଏ ନେଇ ସେ ପୁରୁଷ ବନ୍ଧୁ ସାକିର ହୁସେନଙ୍କ ସହାୟତା ନେଇଥିଲେ। ସାକିର ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରୁ ପେସାଦାର ସୁପାରି କିଲର ରିୟାସତ ହୁସେନଙ୍କ ସହାୟତାରେ ରବି ସିକେପି (ସୁଟର)ଙ୍କ ସହ ଯୋଗାଯୋଗ କରିଥିଲେ। ଭୋଲାଙ୍କୁ ରାସ୍ତାରୁ ହଟାଇଦେବାକୁ ସାଢ଼େ ୪ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା। ସମସ୍ତ ଟଙ୍କା ଅଗ୍ରିମ ନେଇଥିଲେ। ଭୋଲାଙ୍କୁ ଚିହ୍ନଟ କରିବାକୁ ରିୟାସତ ଓ ରବି ସିକେପି ବଡ଼ବିଲ ବାରମ୍ବାର ଆସିଥିଲେ। ହତ୍ୟାକାଣ୍ଡର ପୂର୍ବଦିନ ରବିବାର ସୁଟର ଆସି ସାକିରଙ୍କ ସହାୟତାରେ ବଡ଼ବିଲର ଏକ ଗ୍ୟାରେଜରେ ରହିଥିଲେ। ସୋମବାର ଗୁଳିକରି ରବି ଦୌଡ଼ିଯାଇ ଆଗରେ ସାକିର ଛିଡ଼ା କରିଥିବା ଏମ୍‌ଡି ଜାକିର ହୁସେନଙ୍କ ନାମରେ ଥିବା (ନଂ. ଓଆର ୦୯ ପି ୮୮୬୫) ବୋଲେରୋରେ ବସି ପଳାଇଥିଲେ। ପୋଲିସ (ନଂ.୧୨୯/୨୩)ରେ ମାମଲା ରୁଜୁ କରି ଘଟଣାସ୍ଥଳ ଓ ଆଖାପାଖ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲା। ବୋଲେରୋ ନମ୍ବରକୁ ଆଧାରକରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ସାକିରଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଥିଲା। ସାକିରଙ୍କ ବୟାନ ଆଧାରରେ ପୋଲିସ ସୁଖବିନ୍ଦରଙ୍କୁ ଗିରଫ କରିଥିଲା। ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସୁପାରି କିଲର ଫେରାର ଥିବା ଥାନା ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖ ସକାଳ ପ୍ରାୟ ୯.୩୦ ସମୟରେ ଭୋଲା ନିଜ ସ୍କୁଟିରେ ମନି ଟାୱାର ନିକଟ ରାସ୍ତା ଦେଇ ଯାଉଥିଲେ। ସେହି ସମୟରେ ଦୁର୍ବୃତ୍ତ ଭୋଲାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଅତି ନିକଟରୁ ଗୁଳିମାରି ଫେରାର ହୋଇଯାଇଥିଲେ। ଗୁଳି ଭୋଲାଙ୍କ ଆଖି ନିକଟ ଦେଇ ପାର ହୋଇଯାଇଥିଲା। ସେ ସେହିଠାରେ ହିଁ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri