ପତିଆରା ଜାହିର ପାଇଁ ହତ୍ୟା: ମୁଖ୍ୟ ମହିଳା ଅଭିଯୁକ୍ତଙ୍କ ସମେତ ୨ ଗିରଫ

ବଡ଼ବିଲ,୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହର ମନି ଟାୱାର ନିକଟରେ ଗତ ୧ ତାରିଖରେ ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ମୁଖ୍ୟ ମହିଳା ଅଭିଯୁକ୍ତ ସମେତ ସହଯୋଗୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ କଲ୍ୟାଣ ମଣ୍ଡପ ନିକଟରେ ରହୁଥିବା ପଞ୍ଜାବୀ ମହିଳା ସୁଖବିନ୍ଦର କୌର ଓରଫ୍‌ ରଜ୍ଜି, ବଡ଼ବିଲ ଆଜାଦ ବସ୍ତି ଅଞ୍ଚଳରେ ରହୁଥିବା ସାକିର ହୁସେନ। ଘଟଣାରେ ବ୍ୟବହୃତ ଏକ ବୋଲେରୋ ଜବତ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ପତିଆରା ଜାହିର ପାଇଁ ଯୋଜନାବଦ୍ଧଭାବେ ସୁନୀଲଙ୍କୁ ହତ୍ୟା କରିବା ପାଇଁ ଝାଡ଼ଖଣ୍ଡର ପେସାଦାର ସୁପାରି କିଲରଙ୍କୁ ଅଣାଯାଇଥିଲା। ହତ୍ୟାକାଣ୍ଡ ପାଇଁ ତାଙ୍କୁ ସାଢ଼େ ୪ ଲକ୍ଷ ଟଙ୍କା ଦିଆଯାଇଥିବା ବଡ଼ବିଲ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ବର୍ତ୍ତମାନର ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସହିତ ୨୦୦୩ଠାରୁ ସୁଖବିନ୍ଦର ଅତି ଘନିଷ୍ଠ ଥିଲେ। ଲକ୍ଷ୍ମଣଙ୍କ ନିର୍ବାଚନରେ ସୁଖବିନ୍ଦର ମହିଳାମାନଙ୍କୁ ନେଇ ପ୍ରଚାର କରୁଥିଲେ। ଏ ନେଇ ସୁଖବିନ୍ଦରଙ୍କୁ ଲକ୍ଷ୍ମଣ ପ୍ରତିମାସ ଖର୍ଚ୍ଚ ବାବଦକୁ ଟଙ୍କା ଦେଉଥିଲେ। ତେବେ ଲକ୍ଷ୍ମଣ ବଡ଼ବିଲ ପୌରାଧ୍ୟକ୍ଷ ହେବା ପରେ ସୁନୀଲ ସିହ୍ନା ଲକ୍ଷ୍ମଣଙ୍କର ଅତି ନିକଟତର ହୋଇଯାଇଥିଲେ। ଫଳରେ ପୌରାଧ୍ୟକ୍ଷଙ୍କ ନିକଟରେ ସୁଖବିନ୍ଦରଙ୍କ ପତିଆରା କମିବାରେ ଲାଗିଥିଲା। କଣ୍ଟା ସାଜିଥିବା ଭୋଲାଙ୍କୁ ରାସ୍ତାରୁ ହଟାଇଦେବାକୁ ଗତ ୬ ମାସ ଧରି ରଜ୍ଜି ଯୋଜନା କରିଆସୁଥିଲେ। ଏ ନେଇ ସେ ପୁରୁଷ ବନ୍ଧୁ ସାକିର ହୁସେନଙ୍କ ସହାୟତା ନେଇଥିଲେ। ସାକିର ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରୁ ପେସାଦାର ସୁପାରି କିଲର ରିୟାସତ ହୁସେନଙ୍କ ସହାୟତାରେ ରବି ସିକେପି (ସୁଟର)ଙ୍କ ସହ ଯୋଗାଯୋଗ କରିଥିଲେ। ଭୋଲାଙ୍କୁ ରାସ୍ତାରୁ ହଟାଇଦେବାକୁ ସାଢ଼େ ୪ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା। ସମସ୍ତ ଟଙ୍କା ଅଗ୍ରିମ ନେଇଥିଲେ। ଭୋଲାଙ୍କୁ ଚିହ୍ନଟ କରିବାକୁ ରିୟାସତ ଓ ରବି ସିକେପି ବଡ଼ବିଲ ବାରମ୍ବାର ଆସିଥିଲେ। ହତ୍ୟାକାଣ୍ଡର ପୂର୍ବଦିନ ରବିବାର ସୁଟର ଆସି ସାକିରଙ୍କ ସହାୟତାରେ ବଡ଼ବିଲର ଏକ ଗ୍ୟାରେଜରେ ରହିଥିଲେ। ସୋମବାର ଗୁଳିକରି ରବି ଦୌଡ଼ିଯାଇ ଆଗରେ ସାକିର ଛିଡ଼ା କରିଥିବା ଏମ୍‌ଡି ଜାକିର ହୁସେନଙ୍କ ନାମରେ ଥିବା (ନଂ. ଓଆର ୦୯ ପି ୮୮୬୫) ବୋଲେରୋରେ ବସି ପଳାଇଥିଲେ। ପୋଲିସ (ନଂ.୧୨୯/୨୩)ରେ ମାମଲା ରୁଜୁ କରି ଘଟଣାସ୍ଥଳ ଓ ଆଖାପାଖ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲା। ବୋଲେରୋ ନମ୍ବରକୁ ଆଧାରକରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ସାକିରଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଥିଲା। ସାକିରଙ୍କ ବୟାନ ଆଧାରରେ ପୋଲିସ ସୁଖବିନ୍ଦରଙ୍କୁ ଗିରଫ କରିଥିଲା। ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସୁପାରି କିଲର ଫେରାର ଥିବା ଥାନା ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖ ସକାଳ ପ୍ରାୟ ୯.୩୦ ସମୟରେ ଭୋଲା ନିଜ ସ୍କୁଟିରେ ମନି ଟାୱାର ନିକଟ ରାସ୍ତା ଦେଇ ଯାଉଥିଲେ। ସେହି ସମୟରେ ଦୁର୍ବୃତ୍ତ ଭୋଲାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଅତି ନିକଟରୁ ଗୁଳିମାରି ଫେରାର ହୋଇଯାଇଥିଲେ। ଗୁଳି ଭୋଲାଙ୍କ ଆଖି ନିକଟ ଦେଇ ପାର ହୋଇଯାଇଥିଲା। ସେ ସେହିଠାରେ ହିଁ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?